ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଖଣ୍ଡେ ମାତ୍ର ଭୋଟ ଅଧିକ ପାଇଲେ ସେ ନିର୍ୱାଚିତ ହେଲେ ବୋଲି ଧରାଯାଏ। ରାଜନୀତିରେ କ-ବ-ଚ ଜାଣି ନ ଥିବା ପ୍ରାର୍ଥୀମାନେ ବି ସଂସଦ ଓ ବିଧାନସଭାକୁ ନିର୍ୱାଚିତ ହେଲାଭଳି ଉଦାହରଣ ଆମ ଇତିହାସରେ ବିରଳ ନୁହେଁ। ଏକଦା ପ୍ରଖ୍ୟାତ ରାଜନୀତିଜ୍ଞ ହେମବତୀ ନନ୍ଦନ ବହୁଗୁଣାଙ୍କୁ ହରାଇ ସିନେ ତାରକା ଅମିତାଭ ବଚ୍ଚନ ସଂସଦକୁ ନିର୍ୱାଚିତ ହୋଇଥିଲେ। ମିର୍ଜାପୁର ଆସନରୁ ଦସ୍ୟୁ ନାୟିକା ଫୁଲନ ଦେବୀ, ସୋହାଗପୁର ଆସନରୁ କିନ୍ନର ପ୍ରାର୍ଥୀ ସବ୍‌ନମ୍‌ ମୌସୀ ଏବଂ ବିହାରରୁ ବାହୁବଳୀ ପପୁ ଯାଦବ ନିର୍ୱାଚିତ ହେବା କଥା ସମସ୍ତେ ଜାଣନ୍ତି। ଏମାନଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳି ନ ଥିଲା ତ ଆଉ କ’ଣ କୁହାଯାଇ ପାରେ?
ଆମ ଦେଶର ବିଧାନସଭାଗୁଡ଼ିକରେ ବିଧାୟକଙ୍କ ମୋଟ ସଂଖ୍ୟା ୪,୦୩୩। ସେମାନଙ୍କ ମଧ୍ୟରୁ ଶତକଡ଼ା ୨୮ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି। ସେହିପରି ଶତକଡ଼ା ୪୭ ଜଣ ମନ୍ତ୍ରୀ ଅଭିଯୁକ୍ତ ତାଲିକାରେ ଅଛନ୍ତି। ଆମ ରାଜ୍ୟର ୮୫ ଜଣ ବିଧାୟକଙ୍କ ନାମରେ ଅଛି ଆପରାଧିକ ମାମଲା। କୌଣସି ମତଦାତା କ’ଣ କେବେ ଚାହିଁବ ଜଣେ ଅଭିଯୁକ୍ତଙ୍କୁ ତା’ ଭୋଟ ଖଣ୍ଡିକ ଦେଇଦେବାକୁ?
କୋଟିପତିଙ୍କ ସଂଖ୍ୟା ଦେଖିଲେ, ଲୋକ ସଭାରେ ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ୫୦୪ ଜଣ କୋଟିପତି। ଓଡ଼ିଶା ବିଧାନସଭାରେ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ ଜଣ କୋଟିପତି। ଏହି ଲୋକପ୍ରତିନିଧିମାନେ ଲକ୍ଷ ଲକ୍ଷ ଭୋଟରେ ଜିତିଯିବା କମ୍‌ ବିଡ଼ମ୍ୱନାର ବିଷୟ ନୁହେଁ।
ରାଜ୍ୟ ଓ କେନ୍ଦ୍ରରେ ଯେଉଁ ଦଳ ସରକାର ଗଠନ କରିଛନ୍ତି ସେମାନେ କମ୍‌ ଭୋଟ ପାଇ ବେଶି ଆସନ ଦଖଲ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ୱାଚନକୁ ତର୍ଜମା କଲେ ଏହା ଅଧିକ ସ୍ପଷ୍ଟ ହୁଏ। ଭାଜପା ଶତକଡ଼ା ୨୦ ଭାଗ ଭୋଟ ପାଇ ୮୯ଟି ଆସନ, ଜେଡିୟୁ ଶତକଡ଼ା ୧୯ ଭାଗ ଭୋଟ ପାଇ ୮୫ଟି ଆସନ ଏବଂ ଆର୍‌ଜେଡି ଶତକଡ଼ା ୨୩ ଭାଗ ଭୋଟ ପାଇ ୨୫ଟି ଆସନ ଦଖଲ କରିଛି। ଭୋଟ କମ୍‌ ଆସନ ବେଶି, ଆସନ କମ୍‌ ଭୋଟ ବେଶି। ବିହାର ବିଧାନସଭା ନିର୍ୱାଚନରେ ଶତକଡ଼ା ୬୭ ଭାଗ ଭୋଟର ଭୋଟ ଦେଇଥିଲେ। ଅବଶିଷ୍ଟ ୩୩ ଭାଗ ଭୋଟର ଭୋଟଦାନରୁ ବିରତ ରହିଥିଲେ। ଏନ୍‌ଡିଏ ମେଣ୍ଟ ଶତକଡ଼ା ୪୬ ଭାଗ ଭୋଟ ପାଇ ସରକାର ଗଠନ କରିଛି। ସୁତରାଂ ଏନ୍‌ଡିଏ ବିପକ୍ଷରେ ୫୪ ଭାଗ ଭୋଟ ପଡ଼ିଛି। ଗାଣିତିକ ଭାବେ ଅନୁଶୀଳନ କଲେ ଶହକେ ମାତ୍ର ୧୩ ଜଣଙ୍କ ଭୋଟ ପାଇଥିବା ଏନ୍‌ଡିଏ ଅବଶିଷ୍ଟ ୮୭ ଜଣଙ୍କ ଉପରେ ଶାସନ କରୁଛି। ଏହି ଧରଣର ନିର୍ୱାଚନ ପଦ୍ଧତି ଯୋଗୁ ଆମ ଦେଶରେ ସରକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚତ୍ ପାରୁନାହିଁ। ନିର୍ଦ୍ଦିଷ୍ଟ କେତେଜଣ ମୁଷ୍ଟିମେୟ ଜନତାଙ୍କ ସ୍ୱାର୍ଥସାଧନରେ ଏହା ସହାୟକ ହେଉଛି। ବାସ୍ତବ ପକ୍ଷେ ଯୋଜନା ବାଟବଣା ହୋଇଯାଉଛି। କହିବା ନିଷ୍ପ୍ରୟୋଜନ ଯେ ଦକ୍ଷ ଓ ନିଃସ୍ୱାର୍ଥପର ଲୋକପ୍ରତିନିଧିଙ୍କ ଅଭାବରୁ ଦେଶର ବିକାଶ ବାଧାପ୍ରାପ୍ତ ହେଉଛି।
ପାଞ୍ଚ ବର୍ଷର ଅବଧି ପୂରଣ ପୂର୍ୱରୁ ରାଜ୍ୟ ତଥା ଦେଶର ସରକାର ଭାଙ୍ଗିଯିବା, କୋଟି କୋଟି ଟଙ୍କାରେ ଆମ ପ୍ରତିନିଧିମାନେ ମୁଣ୍ଡ ବିକିବା, ଏ ଦଳ ଛାଡ଼ି ସେ ଦଳକୁ ଡେଇଁପଡ଼ିବା, ଆସ୍ଥା-ଅନାସ୍ଥାରେ ସରକାର ଇସ୍ତଫା ଦେବା ଆଦି ଘଟଣା ଆମେ ବହୁବାର ଦେଖିଛନ୍ତି। ବାରମ୍ୱାର ନିର୍ୱାଚନ ସଂସ୍କାର ହେଉଛି, ମାତ୍ର ଏହାର କୌଣସି ସମାଧାନ ହୋଇପାରୁ ନାହିଁ।
ଆମ ବିଚାରରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଏସବୁ ଅବ୍ୟବସ୍ଥାକୁ ବ୍ୟବସ୍ଥିତ କରିପାରିବ। ଏହି ବ୍ୟବସ୍ଥାରେ ନିର୍ୱାଚନରେ କୌଣସି ପ୍ରାର୍ଥୀ ନ ଲଢ଼ି ପାର୍ଟି ଲଢ଼ିବ। ଯେଉଁ ଦଳ ଶତକଡ଼ା ଯେତେ ଭୋଟ ପାଇବ ସେହି ଅନୁପାତରେ ସଂସଦ ଓ ବିଧାନସଭାକୁ ପ୍ରତିନିଧି ପଠାଇ ପାରିବ। ନିର୍ୱାଚନ ପୂର୍ୱରୁ ଦଳ ଦାଖଲ କରିଥିବା ଯୋଗ୍ୟ ତାଲିକାରୁ ନିର୍ୱାଚନ କମିଶନ ପ୍ରତିନିଧି ଗ୍ରହଣ କରିବେ। ପରିଣାମରେ ସରକାର ଏକକ କିମ୍ୱା ମିଳିତ ହୋଇପାରେ। କୌଣସି ପ୍ରତିନିଧିଙ୍କ ମୃତ୍ୟୁ ଘଟିଲେ ବା ସେ ଇସ୍ତଫା ଦେଲେ ସେହି ଆସନରେ ପୁଣି ଉପନିର୍ୱାଚନ ହେଉଛି। କିନ୍ତୁ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ତାହା ହେବ ନାହିଁ। ପୂର୍ୱ ପ୍ରଦତ୍ତ କ୍ରମ ତାଲିକାରୁ ନିର୍ୱାଚନ କମିଶନ ପରବର୍ତ୍ତୀ ପ୍ରତିନିଧି ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳ ପୂରା ଅବଧି ପୂର୍ଣ୍ଣ କରିବ। ମଧ୍ୟବର୍ତ୍ତିକାଳୀନ ନିର୍ୱାଚନର ପ୍ରଶ୍ନ ଉଠିବ ନାହିଁ। ଅନ୍ୟ ପକ୍ଷରେ ଅସାଧୁ ଓ ଅପରାଧୀମାନେ ପ୍ରତିନିଧି ହେବାରୁ ବଞ୍ଚତ୍ତ ହେବେ। ଅର୍ଥବଳ ଓ ବାହୁବଳର ପତିଆରା ଏଠାରେ ଅକାମୀ ହୋଇଯିବ।
ବିଶ୍ୱରେ ୮୫ଟି ଦେଶରେ ଏହି ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଆସୁଛି। ସେଗୁଡ଼ିକ ମଧ୍ୟରୁ ଜର୍ମାନୀ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବ୍ରାଜିଲ, କଲମ୍ୱିଆ, କ୍ରୋଏସିଆ, ଡେନ୍‌ମାର୍କ, ସ୍ୱିଡେନ୍‌, ଇଣ୍ଡୋନେସିଆ, ୟୁରୋପିଆନ ୟୁନିଅନ୍‌ ଅନ୍ୟତମ।
୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳ ଏହି ନିର୍ୱାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୯୯ରେ ଲ’ କମିଶନ ମଧ୍ୟ ଏହାକୁ ଅନୁମୋଦନ କରିଥିଲା। ମାତ୍ର କେତେକ ସ୍ୱାର୍ଥାନ୍ୱେଷୀ ପ୍ରଭାବଶାଳୀ ରାଜନେତାଙ୍କ କୁଚକ୍ରାନ୍ତ ଯୋଗୁ ଏହା ଶୀତଳ ଭଣ୍ଡାରକୁ ଚାଲିଗଲା। ଏବେ ବି ସମୟ ଅଛି ଦେଶରେ ଏହାକୁ ଲାଗୁ କରିବା ଶ୍ରେୟସ୍କର ହେବ। ଏଥିସକାଶେ ସମ୍ୱିଧାନ ସଂଶୋଧନର ଆବଶ୍ୟକତା ନାହିଁ। ସଂଖ୍ୟାଧିକ ମତରେ ଏହା ପାର୍ଲାମେଣ୍ଟରେ ଗୃହୀତ ହୋଇପାରିବ। ଦେଶର ଗଣତାନ୍ତ୍ରିକ ଢାଞ୍ଚାକୁ ବିପର୍ଯ୍ୟସ୍ତ କରିବାକୁ ଯାଉଥିବା ‘ଏକ ଦେଶ, ଏକ ନିର୍ୱାଚନ’ ପ୍ରକ୍ରିୟା ଆପେ ଆପେ ବିପର୍ଯ୍ୟୟର ସମ୍ମୁଖୀନ ହେବ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri