ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ ହେଉଛି ଶେଷ ପ୍ରାଣୀ। ମଣିଷ ଆସିବା ପରେ ପ୍ରକୃତି କ୍ରମଶଃ ପତନ ଅଭିମୁଖୀ ହୋଇଛି ବୋଲି ବିଚାର କରାଯାଏ ଏବଂ ତା’ର ପ୍ରମୁଖ କାରଣ ହେଲା ମଣିଷର ଧାରଣା ଯେ ସମଗ୍ର ପ୍ରକୃତି ତା’ର ବିଭିନ୍ନ ଉଦ୍ଦେଶ୍ୟ ସାଧନ କରିବା ପାଇ ଁଉଦ୍ଦିଷ୍ଟ। ମାତ୍ର ବାସ୍ତବ କଥା ହେଲା ପ୍ରକୃତି ବ୍ୟତିରେକ ମଣିଷର ସ୍ଥିତି ଅସମ୍ଭବ ତାହା ମଣିଷ ଜାଣିପାରେ ନାହିଁ। ତାହା ହିଁ ବିଡ଼ମ୍ୱନା।
ପ୍ରକୃତିର ବିବିଧ ସମ୍ପଦ ଭିତରେ ଏକ ପରମ ସମ୍ପଦ ହେଉଛି ତା’ର ବିଚିତ୍ର ପକ୍ଷୀକୁଳ। ପକ୍ଷୀମାନେ କ୍ରମାଗତ ଭାବରେ କମିଯାଉଥିବା ଯେ ଏକ ବିରାଟ ସମସ୍ୟା ତାହା ବୁଝିବାକୁ ହୁଏତ ମଣିଷର ବେଳ ନାହିଁ। ଏକ ସ୍ଥୂଳ ଅଥଚ ଅସମତୁଲ ବିକାଶର ନକ୍‌ସା ଯେ ମଣିଷ ପାଇଁ ମୃତ୍ୟୁର ଘଣ୍ଟା ବଜେଇ ଦେଇପାରେ ତାହା ଜଳଜଳ ହୋଇ ଦିଶିଲାଣି।
ପୃଥିବୀରେ ଏଯାବତ୍‌ ପ୍ରାୟ କୋଡ଼ିଏ ହଜାର ପ୍ରକାରର ପକ୍ଷୀ ବସବାସ କରୁଛନ୍ତି ଏବଂ ସମୟକ୍ରମେ ତନ୍ମଧ୍ୟରୁ ପ୍ରାୟ ନଅହଜାର ପ୍ରଜାତି ବିଲୋପ ହୋଇଯାଇଛନ୍ତି। ଏବେ ସେମାନଙ୍କ ସଂଖ୍ୟା ପ୍ରାୟ ଏଗାର ହଜାର ପ୍ରଜାତିର। କେବଳ ଗତ ପାଞ୍ଚଶହ ବର୍ଷଭିତରେ ଦୁଇଶହରୁ ଅଧିକ ଶ୍ରେଣୀର ପକ୍ଷୀ ଲୋପ ପାଇଗଲେଣି। ପିଲାବେଳେ ଆମେ ଘର ପାଖରେ କେତେ କୁନିକୁନି ଘରଚଟିଆମାନ ଦେଖୁଥିଲେ। ଏବେ ସେମାନଙ୍କୁ ପାଇବା ସାତସପନ। ଆଗରୁ କେତେ ରକମର ଶାଗୁଣା ଉଡ଼ୁଥିଲେ। ଆଜିକାଲି ସେମାନେ ବି ନଜରରେ ପଡ଼ୁନାହାନ୍ତି। ଶାଗୁଣାଙ୍କୁ କୁହାଯାଏ ସେମାନେ ହେଉଛନ୍ତି ପ୍ରକୃତରେ ପରିଷ୍କାରକ। ବିଶେଷତଃ କୌଣସି ପ୍ରାଣୀର ମୃତ୍ୟୁ ହେଲେ କିଛି ସମୟ ପରେ ସେଠାରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟିହୁଏ। ଶାଗୁଣା ପଲ ସେହି ଶବକୁ ଖାଇଯିବା ଫଳରେ ଦୁର୍ଗନ୍ଧ ଅଳ୍ପ ସମୟ ଭିତରେ ନିବାରିତ ହୁଏ। ଅର୍ଥାତ୍‌ ପ୍ରକୃତିର ସଂରକ୍ଷଣ ପାଇଁ ଏଇମିତି ବହୁବିଧ ବ୍ୟବସ୍ଥା ନିଜେ ପ୍ରକୃତି ସୃଷ୍ଟି କରିଥିଲା।
ଆମେ ଭାବୁଥିବା ପକ୍ଷୀମାନେ ତ ଆମର ଶସ୍ୟ ନଷ୍ଟ କରିପକାନ୍ତି, ସେମାନେ କିପରି ମଣିଷର ବନ୍ଧୁ ହୋଇପାରନ୍ତି? ମାତ୍ର ବୋଧହୁଏ ଆମେ ଭୁଲି ଯାଉଛନ୍ତି ଯେ ଯେଉଁ ଖାଦ୍ୟଶସ୍ୟଗୁଡ଼ିକ ଆମର ଜୀବନ ଧାରଣର ପ୍ରଥମ ଅବଲମ୍ୱନ ସେଗୁଡ଼ିକର ବଡ଼ଶତ୍ରୁ ହେଉଛନ୍ତି ବିଭିନ୍ନ ରକମର କୀଟ। ସେମାନେ ଏତେ ସଂଖ୍ୟାରେ ଅଛନ୍ତି ଯେ ହୁଏତ ମଣିଷ ଭାଗ୍ୟରେ ଖାଦ୍ୟଶସ୍ୟ ପହଞ୍ଚନ୍ତା ନାହିଁ। ପକ୍ଷୀମାନଙ୍କର ସେଇ କୀଟମାନେ ହେଉଛନ୍ତି ପ୍ରମୁଖ ଆହାର। ତେଣୁ ପ୍ରକୃତିର ବୈଚିତ୍ର୍ୟକୁ ଅନୁଭବ କଲେ ଆମେ ଜାଣିପାରିବା ପକ୍ଷୀମାନେ କେମିତି ମଣିଷ ସମାଜ ପାଇଁ ବରଦାନ ସଦୃଶ।
ପୃଥିବୀର ସ୍ଥିତି ପାଇଁ ବୃକ୍ଷର ଦାୟିତ୍ୱ କେତେ ଅଧିକ ତାହା ଆମେ ଜାଣୁ। ତା’ର ବଡ଼ କାରଣ ହେଲା କେବଳ ଏହା ଆମର ଖାଦ୍ୟ ରୂପରେ ବ୍ୟବହୃତ ହୁଏ ନାହିଁ। ଏହା ଆମର ଜୀବନ ଧାରଣର ପ୍ରାଥମିକ ସାଧନ ଅମ୍ଳଜାନର ସୃଷ୍ଟି କର୍ତ୍ତା। ମାତ୍ର ଏତେସଂଖ୍ୟକ ଗଛ ସାରା ପୃଥିବୀରେ କିଏ ସୃଷ୍ଟିକଲା ତା’ର ଉତ୍ତର ହେଉଛି ଏଇ ପକ୍ଷୀମାନେ। ସେମାନେ ବୀଜବିକ୍ଷେପ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଫଳ ଖାଇବା ପରେ ମଳତ୍ୟାଗ କରୁଥିବାରୁ ଗଛମାନ ବିଭିନ୍ନ ସ୍ଥାନରେ ସୃଷ୍ଟି ହୁଅନ୍ତି। ପକ୍ଷୀମାନେ ଏକ ପରିବେଶରେ ଜୀବନ ସଂଚାର କରନ୍ତି। ସେମାନଙ୍କର ବିବିଧ ସ୍ୱରରେ ମୁଖରିତ ହୁଏ ବାୟୁମଣ୍ଡଳ ଏବଂ ଏହା ମଣିଷର ଆବେଗିକ ଓ ଭାବନାତ୍ମକ ଦିଗକୁ ଉଜ୍ଜୀବିତ କରେ।
ପୌରାଣିକ ଯୁଗରେ ପକ୍ଷୀମାନେ ଅନେକ ସମୟରେ ମଣିଷକୁ କେବଳ ନୁହେଁ ଏପରି କି ଭଗବାନଙ୍କୁ ବି ସହାୟତା ଦେଇଛନ୍ତି – ଯେପରି ବିଷ୍ଣୁଙ୍କର ବାହନ ହେଉଛନ୍ତି ଗରୁଡ଼। ଗରୁଡ଼ଙ୍କୁ ହୁଏତ ଆପଣ କଳ୍ପନା କରିପାରିବେ ଏକ ପ୍ରଭୁତ ଶକ୍ତି ଓ ବେଗସମ୍ପନ୍ନ ବିମାନ ଭଳି, ଅର୍ଥାତ୍‌ ଯେଉଁଠି କି ଭଗବାନ ବସ୍ତୁ ଚାହିଁବେ ସେଇଠିକି ତାଙ୍କର ବାହନ ଗରୁଡ଼ ତାଙ୍କୁ ତୁରନ୍ତ ପହଞ୍ଚେଇ ଦେଇପାରିବେ। ଏ ସମ୍ପର୍କରେ ଥିବା ଏକ ପ୍ରାଚୀନ ଗଳ୍ପ ବେଶ୍‌ ରୋମାଞ୍ଚକର।
ଦିନେ ଯମରାଜ ଦେଖିଲେ ଛୋଟିଆ ପକ୍ଷୀଟିଏ ଗଛରେ ବସିଛି। ସେ ଚିନ୍ତାରେ ପଡ଼ିଲେ। କାରଣ ମୃତ୍ୟୁର ଦେବତା ଭାବିଲେ ଆଉ କିଛି ସମୟ ଭିତରେ ତ ଏଇ ଟିକି ପ୍ରାଣୀଟିର ମୃତ୍ୟୁ ଯୋଗ ରହିଛି, ମାତ୍ର ସେଇ ମୃତ୍ୟୁ ଯୋଗ ହେବା କଥା ସେଠାରୁ ଯୋଜନ ଯୋଜନ ଦୂରରେ। ଟିକି ଛଢ଼େଇଟି ତ ଏତେ କମ୍‌ ସମୟରେ ସେଠାରେ ପହଞ୍ଚତ୍ ପାରିବ ନାହିଁ। ଏତିକି ବେଳେ ଯମରାଜ ଦେଖିଲେ ଯେ ସେଇ ଗଛ ଡାଳରେ ଗରୁଡ଼ଙ୍କର ଆବିର୍ଭାବ। ତାଙ୍କୁ ଜାଣିବାକୁ ବାକିରହିଲା ନାହିଁ ଯେ ସେଇଠି ଭଗବାନ ବିଷ୍ଣୁ କେଉଁଠି ନିକଟରେ ଅଛନ୍ତି। ଏତିକିବେଳେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ କହିଲେ ଗୋଟିଏ ଦୂରଯାତ୍ରାକୁ ଯିବାର ଅଛି, ତାହା ଶୁଣୁଶୁଣୁ ଯମ ଏକାନ୍ତରେ ହସିଦେଲେ। ଗରୁଡ଼ ହସର କାରଣ ପଚାରନ୍ତେ ଯମରାଜ କହିଲେ ଆଉ କିଛି ସମୟ ପରେ ସେ ସେଇ ହସର ରହସ୍ୟ ବୁଝେଇ ଦେଇପାରିବେ। ଏତିକିବେଳେ ଗରୁଡ଼ ଆସି ପହଞ୍ଚତ୍ଲେ ଏବଂ ଗରୁଡ଼ ଅନୁମାନ କଲେ ଯମଙ୍କର ନଜର ପକ୍ଷୀଟିକୁ ବୋଧହୁଏ ପଡ଼ିଛି। ସେ ପକ୍ଷୀଟିକୁ ତୁରନ୍ତ ବିମାନ ତଳେ ରଖିଥିଲେ ଏବଂ ଭାବିଲେ ପକ୍ଷୀଟି ରକ୍ଷା ପାଇଗଲା। ତା’ ପରେ ସେ ଆକାଶ ମାର୍ଗକୁ ଉଠିଲେ ଓ ଅଦୃଶ୍ୟ ହୋଇଗଲେ। ଅଳ୍ପ ସମୟ ଭିତରେ ବିଷ୍ଣୁଙ୍କର ବାହନ ଯୋଜନ ଯୋଜନ ଅତିକ୍ରମ କରି ଗୋଟିଏ ଜାଗାରେ ପହଞ୍ଚିଲେ, ଏତିକିବେଳେ ନିଶ୍ଚିତ ହେଲେ ଯେ ଯମଙ୍କ କୋପରୁ ସେ ପକ୍ଷୀଟିକୁ ବଞ୍ଚେଇ ଦେଇଛନ୍ତି। ପକ୍ଷୀର ସୁରକ୍ଷା ପାଇଁ ସେ ଗଛର କୋରଡ଼ରେ ଛାଡ଼ିଦେଲେ, ମାତ୍ର ବିଧାତାଙ୍କ ବିଧାନ ବିଚିତ୍ର। ସେଇ ଗଛ କୋରଡ଼ରେ ଥିବା ସର୍ପଟି ପକ୍ଷୀଟିକୁ ତୁରନ୍ତ ଗିଳିଦେଲା। ଏହା ଏକ କୌତୂହଳପୂର୍ଣ୍ଣ ଗଳ୍ପ ହୋଇପାରେ, ମାତ୍ର ମୃତ୍ୟୁ କିପରି ଅବଶ୍ୟମ୍ଭାବୀ ତାହା ପ୍ରମାଣ କରିବା ଏହାର ଲକ୍ଷ୍ୟ ଏବଂ ଏଥିରେ ଗରୁଡ଼ ପରି ଅତି ବେଗବାନ ପକ୍ଷୀ ହିଁ କେବଳ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ। କେବଳ ଗରୁଡ଼ ନୁହେଁ ଦେବୀ ସରସ୍ୱତୀଙ୍କର ବାହନ ହଂସ, କାର୍ତ୍ତିକଙ୍କ ବାହନ ମୟୂର, ଲକ୍ଷ୍ମୀଙ୍କ ବାହନ ପେଚକ ଏବଂ ଶନିଙ୍କ ବାହନ କୁଆ। ଏହା ପଛରେ ବୈଜ୍ଞାନିକ କାରଣ ନାହିଁ ସିନା ଏହି ପକ୍ଷୀମାନଙ୍କର ବିଶେଷଗୁଣ ରହିଥିବାରୁ ସେମାନଙ୍କୁ ବିଭିନ୍ନ ଦେବଦେବୀ ନିଜର ବିମାନ ଦାୟିତ୍ୱ ଦେଇଥାନ୍ତି।
କେତେ ସାହିତ୍ୟ ଓ ଦର୍ଶନକୁ ଯୁଗେ ଯୁଗେ ପ୍ରଭାବିତ କରିଛନ୍ତି ପକ୍ଷୀକୁଳ। ସେମାନେ ହୋଇଛନ୍ତି ମୁକ୍ତିର ପ୍ରତୀକ। ସାରା ଆକାଶ ତାଙ୍କର ବିଚରଣସ୍ଥଳ, ରାମାୟଣରେ ଜଟାୟୁ ପରି ଏକ ଚରିତ୍ରର ଅବତାରଣା କରିଛନ୍ତି ମହାକବି ବାଲ୍ମୀକି। ରାବଣ ଯେତେବେଳେ ମାତାସୀତାଙ୍କୁ ଅପହରଣ କରି ନେଇଯିବାକୁ ଆକାଶ ମାର୍ଗରେ ନିଜର ପୁଷ୍ପକ ବିମାନକୁ ମୁତୟନ କରିଛନ୍ତି ସେତେବେଳେ ବହୁ ପଶୁପକ୍ଷୀ ବାହୁନୁଛନ୍ତି, ମାତ୍ର ଜଟାୟୁ ଏକମାତ୍ର ପକ୍ଷୀ ଯିଏ କି ତାଙ୍କୁ ସଶକ୍ତିବିରୋଧ କରିଛି। ଅନ୍ୟାୟ ବିରୋଧରେ ଯୁଦ୍ଧ କରି ପ୍ରାଣ ହରେଇବାକୁ ଯାଉଥିବା ଜଟାୟୁ ପାଖରୁ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତାସୀତାଙ୍କ ଅପହରଣ ଘଟଣା ଜାଣିବାକୁ ପାଇଛନ୍ତି ଏବଂ ତାଙ୍କଠାରେ କୃତଜ୍ଞତା ଜଣେଇଛନ୍ତି। ୟେସବୁ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା ଯୁଗେ ଯୁଗେ ପକ୍ଷୀମାନେ କେବଳ ସ୍ଥୂଳ ଭାବରେ ମଣିଷ ସମାଜକୁ ସାହାଯ୍ୟ କରିନାହାନ୍ତି ସେମାନେ ମଣିଷର ଆବେଗକୁ କରିଛନ୍ତି ସକାରାତ୍ମକ।
ଆଜି ପ୍ରକୃତି ଉପରେ ଦାଉ ସାଧୁଛି ମଣିଷ। କ୍ରମେ ସଂକୁଚିତ ହୋଇଯାଉଛି ବନ୍ୟ ଅରଣ୍ୟଟି ଆଉ ତା’ ସହିତ କମି ଆସୁଛି ପକ୍ଷୀକୁଳର ଆଶ୍ରୟସ୍ଥଳ। ମାଂସ ପାଇଁ ଚାଲିଛି ପକ୍ଷୀ ଶିକାର। ଏପରି କି ପକ୍ଷୀ ଅଭୟାରଣ୍ୟରେ ପଡ଼ିଛି ଶିକାରୀର ଲୋଲୁପ ଦୃଷ୍ଟି। ଜଳବାୟୁର ପରିବର୍ତ୍ତନ ଆଣୁଛି ବିବିଧ ଭୟଙ୍କର ପ୍ରାକୃତିକ ପ୍ରକୋପ ଓ ତା’ କବଳରେ ପକ୍ଷୀକୁଳ ତ୍ରସ୍ତ ଓ ଭୟାର୍ତ୍ତ। ମଣିଷର କ୍ରୂରବୁଦ୍ଧି ଆଗରେ ପକ୍ଷୀଟିଏ ବଞ୍ଚତ୍ୱାର ବାଟ ବନ୍ଦ ହୋଇଯାଉଛି। ଏଇ ଧାରା ଅବ୍ୟାହତ ରହିଲେ ହୁଏତ ଆଉ କିଛି ବର୍ଷ ଭିତରେ ଯେଉଁ ଖାଦ୍ୟ ସଙ୍କଟ ସୃଷ୍ଟିହେବ ତାହାର ସମ୍ମୁଖୀନ ହେବାକୁ ମଣିଷର ଜୁ’ ନ ଥିବ, ମଣିଷ କ’ଣ କେବେ ସେକଥା ଚିନ୍ତା କରୁଛି?
-ଭାରତୀୟ ପ୍ରଶାସନିକ ସେବାର ପୂର୍ୱତନ ଅଧିକାରୀ
ମୋ: ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?