ସୌନ୍ଦର୍ଯ୍ୟକରଣ ସରିଲେ ଶ୍ରେଷ୍ଠ ସ୍ଥାନ

ଅନୁଗୋଳ ଅଫିସ, ୩୧ା୮ ଆଖି ଝଲସାଇ ଦେବ ଅନୁଗୋଳ ସହର। କୌଣସି ମେଟ୍ରୋ ସିଟିଠାରୁ ସୌନ୍ଦର୍ଯ୍ୟରେ ଏହା କମ୍‌ ଦିଶିବନି। ପରିମଳଠାରୁ ଆଲୋକୀକରଣ, ଅତ୍ୟାଧୁନିକ ପାର୍କ ନିର୍ମାଣ, ଶୌଚାଳୟ, ହେଲ୍‌ଥ କରିଡର, ଫୁଡ୍‌ କୋର୍ଟ, ସେଲ୍‌ଫି ପଏଣ୍ଟର ନିର୍ମାଣ ଶେଷ ହେଲେ ଏହା ସୁନ୍ଦରତାରେ ସହରମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିବ। ଅନୁଗୋଳର ଏପରି ଢାଞ୍ଚା ବଦଳାଇବା ପାଇଁ ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। କିଛି କାର୍ଯ୍ୟ ଆଗେଇ ଯାଇଥିବା ବେଳେ ଆଉ କେତୋଟିର ନିର୍ମାଣ ବାକି ରହିଛି।
ଅନୁଗୋଳବାସୀଙ୍କ ଆମୋଦ ପ୍ରମୋଦ ପାଇଁ ତାମ୍ରିତ କଲୋନୀଠାରେ ସ୍ମାର୍ଟ ପାର୍କ ନିର୍ମାଣ କରାଯିବ। ମେଟ୍ରୋ ସିଟି ପରି ଏହି ପାର୍କରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ। ହେଲଥ୍‌ କରିଡର ବ୍ୟବସ୍ଥା ଲୋକଙ୍କ ଶରୀରରେ ନୂଆ ଶକ୍ତିର ସଞ୍ଚାର କରିବ। ଅଦରକାରୀ ସାମଗ୍ରୀରେ ରାସ୍ତା ପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା କଳାକୃତି ସଭିଙ୍କ ମନ ମୋହିବ। ବିଜୁ ମଇଦାନ ନିକଟରେ ଫୁଡ୍‌ କୋର୍ଟ ସହ ‘ଆଇ ଲଭ ୟୁ ଅନୁଗୋଳ’ ସେଲ୍‌ଫି ପଏଣ୍ଟ କରାଯିବ। ସମସ୍ତ ଛୋଟ ବଡ଼ ପାର୍କର ସୌନ୍ଦର୍ଯ୍ୟକରଣ ହେବ। ସାଜସଜ୍ଜା ସହ ଆଲୋକୀକରଣ ରାସ୍ତାକୁ ନୂଆ ରୂପ ଦେବ। ପରିମଳକୁ ସୁବ୍ୟବସ୍ଥିତ କରାଯିବା ସହ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କରାଯିବ। କମାଣ୍ଡ କଣ୍ଟ୍ରୋଲ ରୁମ୍‌ରୁ ସହରର ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ, ଇଲିସ୍‌ କାର୍ଯ୍ୟକ୍ରମ ଓ ସିସିଟିଭି ପରିଚାଳନା କରାଯିବ। କେଉଁ ଅଞ୍ଚଳରୁ ଅଳିଆ ଉଠିଲା ଓ କେଉଁଠି ସମସ୍ୟା ରହିଲା, ତାହା ତୁରନ୍ତ ଜଣାପଡ଼ିବ। ସହରୀ ଲୋକମାନେ ଏଣିକି ଅନ୍‌ଲାଇନ୍‌ରେ ଟ୍ୟାକ୍ସ ପ୍ରଦାନ ଓ ଅଭିଯୋଗ ଦାଖଲ କରିପାରିବେ। ପିଲାଙ୍କ ଖେଳକୁଦ ପାଇଁ ଏକ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଅତ୍ୟାଧୁନିକ ଶୌଚାଳୟ ହେବ। କରଡ଼ାଗାଡ଼ିଆରେ ଭଲ ବ୍ୟବସ୍ଥା ଥିବା ଶଶ୍ମାନ ତିଆରି କରାଯିବ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ଏଟିଏମ୍‌ ଗୋଟିଏ ସ୍ଥାନରେ ରଖାଯିବ। ଏହାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରିବ। ଏହାବ୍ୟତୀତ ପୌରପାଳିକାର ସୌନ୍ଦର୍ଯ୍ୟକରଣ ଓ ସମସ୍ୟାର ସମାଧାନ ନିମନ୍ତେ ଅଧିକ କି ପଦକ୍ଷେପ ନିଆଯିବ, ସେ ନେଇ ୱାର୍ଡର ମୁଖ୍ୟ ଲୋକମାନଙ୍କ ନିକଟରୁ ପ୍ରସ୍ତାବ ଆହ୍ବାନ କରାଯିବ ବୋଲି ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଲୋକେ ଅଧିକ ଅଂଶଗ୍ରହଣ କରନ୍ତୁ
ଜିଲାରେ ଥିବା ଦୁଇଟି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉନ୍ନୟନ କାର୍ଯ୍ୟ ଚାଲିଛି। ଏବେ ସହରାଞ୍ଚଳର ପ୍ରତ୍ୟକ ୱାର୍ଡରେ ମୋ ୱାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଲୋକେ ଅଧିକରୁ ଅଧିକ ଅଂଶଗ୍ରହଣ କଲେ ସହରର ଉନ୍ନତି ହେବ। କୌଣସି ୱାର୍ଡରେ ସମସ୍ୟା ରହିବ ନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ ତଥା ପୌର ପ୍ରଶାସକ, ଅନୁଗୋଳ
ସହରବାସୀ ଗର୍ବ ଅନୁଭବ କରିବେ
ଅନୁଗୋଳ ପୌରାଞ୍ଚଳକୁ ନୂଆ ରୂପ ଦିଆଯିବ। ସୌନ୍ଦର୍ଯ୍ୟକରଣ ଏପରି ହେବ ଯେ, ଲୋକେ ଯେମିତି ଗର୍ବ ଅନୁଭବ କରିବେ। ଏଥିପାଇଁ ଅନେକ କାର୍ଯ୍ୟ ଜାରି ରହିଛି। କୋଭିଡ୍‌ ପାଇଁ ବିଳମ୍ବ ହୋଇଥିବା କାର୍ଯ୍ୟ ଏବେ ଆଗଉଛି। ସହରବାସୀଙ୍କ ସହଯୋଗ ରହିଲେ ଅନୁଗୋଳ ମେଟ୍ରୋ ସିଟି ଭଳି ପରିଚୟ ସୃଷ୍ଟି କରିପାରିବ।
-ଗିରିଜା ଶଙ୍କର ମଲ୍ଲିକ, ନିର୍ବାହୀ ଅଧିକାରୀ, ଅନୁଗୋଳ ପୌରପାଳିକା
ପୁରୁଣାର ରକ୍ଷଣାବେକ୍ଷଣ କରାଯାଉ
ପୂର୍ବରୁ ସହରରେ ଅନେକ ଉନ୍ନୟନ କାର୍ଯ୍ୟ କରାଯାଇଛି। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନାହିଁ। ଇକୋ ପାର୍କ ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସହରକୁ ଅଧିକ ସୁନ୍ଦର କରାଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଅନ୍ୟ ନିର୍ମାଣର ଯତ୍ନ ନିଆଯିବା ସେତିକି ଦାୟିତ୍ୱର କଥା।
-ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ
ରାସ୍ତା ଅବସ୍ଥାରେ ପରିବର୍ତ୍ତନ ହେଉ
ପୌର ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଅନେକ ସ୍ଥାନରେ ରାସ୍ତା ଅବସ୍ଥା ଭଲ ନାହିଁ। ଏପରି କି ସ୍ଥାନେ ସ୍ଥାନେ ଆବର୍ଜନା ଠୁଳ କରାଯାଇଥିବା ଦେଖାଯାଉଛି। ସେହିପରି ସହରରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ବଢ଼ୁଛି। ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ଅଭୟ ରାୟ,
ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri