ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ରର ସୌନ୍ଦର୍ଯ୍ୟ ଫେରିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ରହିଛି ମେଡିସିନାଲ ପ୍ଲାଣ୍ଟ୍‌ସ ନଲେଜ ସେଣ୍ଟର ବା ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ର। ନଗର ବନଖଣ୍ଡ ଭୁବନେଶ୍ୱର ରେଞ୍ଜ ଅଧୀନରେ ଥିବା ଏହି ଉଦ୍ୟାନ ପ୍ରାୟ ୬୦ ହେକ୍ଟର ପରିମିତ ଜମିରେ ଗଢ଼ିଉଠିଛି। ଭୁବନେଶ୍ୱର ରେଞ୍ଜ ଅଧିକାରୀ ଏହାର ପରିଚାଳନା କରୁଥିବାବେଳେ ନଗର ବନଖଣ୍ଡ ଅଧକାରୀ ତଦାରଖ କରନ୍ତି। ୨୦୧୦ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏଠାରେ ବର୍ତ୍ତମାନ ୩୨୦ ପ୍ରଜାତିର ଲକ୍ଷାଧିକ ଔଷଧୀୟ ଗଛ ରହିଛି। ଇତିମଧ୍ୟରେ ଏହି ବୃହତ୍‌ ଉଦ୍ୟାନ ଏକାଧିକ ବାତ୍ୟାକୁ ସାମ୍ନା କରିଥିଲେ ମଧ୍ୟ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହୋଇଛି। ‘ଫନି’ ବାତ୍ୟାରେ ଏହା ଏକପ୍ରକାର ଛାରଖାର ହୋଇଯାଇଥିଲା। ହେଲେ ଆଜି ପୁଣି ଉଦ୍ୟାନର ସବୁଜିମା ଫେରି ଆସିଛି। ସବୁଜ ବନାନୀ ପ୍ରତି ଆକୃଷ୍ଟ ହୋଇ ମୟୂର ସମେତ ୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ, ବନ୍ୟପ୍ରାଣୀ ଧୀରେ ଧୀରେ ସ୍ଥାୟୀ ଭାବେ ରହିବା ଆରମ୍ଭ କଲେଣି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହି ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ରର ପ୍ରଶଂସା କରିଛନ୍ତି। ଔଷଧୀୟ ଉଦ୍ଭିଦ ଓ ତାହାର ଉପଚାର ଗୁଣକୁ ନେଇ ଆମର ସମୃଦ୍ଧ ପରମ୍ପରାକୁ ଏହା ‘ଜୀବନର ଉଦ୍ୟାନ’ରେ ରୂପାନ୍ତରିତ କରିସାରିଛି। ଯତ୍ନର ସହିତ ପାଳନ କରିବା ଦ୍ୱାରା ଅନେକ ବିରଳ ବନସ୍ପତି ଓ ଜୀବଙ୍କୁ ନେଇ ଏହା ପ୍ରକୃତିର ଏକ ଅନନ୍ୟ ସମ୍ପଦରେ ପରିଣତ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କେନ୍ଦ୍ରରେ ରହିଛି ଚରକ ଉଦ୍ୟାନ, ବାମ୍ବୁ ସେଟମ, ନକ୍ଷତ୍ର ବନ। ୧.୩୫ ହେକ୍ଟର ପରିମିତ ଅଞ୍ଚଳରେ ଥିବା ଚରକ ଉଦ୍ୟାନରେ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ଲଗାଯାଇଛି। ଏହି ଉଦ୍ୟାନର ନାମ ଆୟୁର୍ବେଦର ଜନକ ‘ଚରକ’ଙ୍କ ନାମ ଅନୁସାରେ ରଖାଯାଇଛି। ‘ବାମ୍ବୁ ସେଟମ’ ରାଜ୍ୟର ପ୍ରଥମ ଏବଂ ଏକମାତ୍ର ବାଉଁଶ ଉଦ୍ୟାନ। ୨.୫ ହେକ୍ଟର ଅଞ୍ଚଳରେ ଥିବା ଏହି ଉଦ୍ୟାନରେ ପ୍ରାୟ ୬୦ରୁ ଊଦ୍ଧର୍‌ବ ପ୍ରଜାତିର ବାଉଁଶ ଶୋଭା ବଢ଼ାଉଛି। ବାଉଁଶର ଏକ ବିରଳ ଲତା ପ୍ରଜାତି ମଧ୍ୟ ଏଠାରେ ଦେଖିବାକୁ ମିଳୁଛି। ସେହିପରି ୦.୨୮ ହେକ୍ଟରରେ ‘ନକ୍ଷତ୍ର ବନ’ ରାଶି ଓ ନକ୍ଷତ୍ରଙ୍କ ସହ ଜଡ଼ିତ ବୃକ୍ଷମାନଙ୍କୁ ନେଇ ସ୍ଥାପନ କରାଯାଇଛି। ଏହି ଉଦ୍ୟାନରେ ପ୍ରତିଟି ବୃକ୍ଷ ଏକ ନିର୍ଦ୍ଦିଷ୍ଟ ନକ୍ଷତ୍ର ପାଇଁ ଉଦ୍ଦିଷ୍ଟ।
ଏଠାରେ ଏକ ବ୍ୟବସାୟିକ ଉଦ୍ୟାନ ରହିଛି। ଅଧିକ ଚାହିଦା ଥିବା ୭ଟି ଔଷଧୀୟ ଉଦ୍ଭିଦକୁ ନେଇ ଏହା ୨.୮୨ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ତୁଳସୀ, ଘି କୁଆଁରୀ, ଅଶ୍ୱଗନ୍ଧା, ଗୁଡ଼ମାରୀ, କଲ୍ମେଘ, ଗୁଳୁଚି, ଓ ଡାଳଚିନି ଆଦି ୭ଟି ଉଦ୍ଭିଦ ଚାଷ କରାଯାଉଛି। ସାଧାରଣ ଲୋକଙ୍କୁ ସ୍ବଳ୍ପ ମୂଲ୍ୟରେ ଚାରା ଦେବା ପାଇଁ ଏଠାରେ ଏକ ହର୍ବାଲ ନର୍ସରି ମଧ୍ୟ ରହିଛି। ଏଥିସହ ଏକ ଜଳାଶୟ ଏଠାକାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ଜଳାଶୟ ଚାରିପଟେ ବୃକ୍ଷ ରୋପଣ କରି ୧୨ ହେକ୍ଟର ପରିମିତ ଟାଙ୍ଗରା ଭୂଇଁକୁ ସବୁଜିମାରେ ରୂପାନ୍ତରିତ କରାଯାଇଛି।
ବର୍ତ୍ତମାନ ଏହି କେନ୍ଦ୍ରରେ ଏକ ପ୍ରୋସେସିଂ ୟୁନିଟ୍‌ ମଧ୍ୟ କାର୍ଯ୍ୟ କରୁଛି। ହରିଡା, ବାହାଡ଼ା, ଅଁଳା ଆଦିର ଚୂର୍ଣ୍ଣ ପ୍ରସ୍ତୁତ କରାଯାଉଛି। ସେହିଭଳି ଏକ ଅଏଲ୍‌ ଏକ୍ସଟ୍ରାକ୍ସନ ପ୍ଲାଣ୍ଟ ବସିବ। ନିମ୍ବ, କରଞ୍ଜ ଭଳି ବିଭିନ୍ନ ପ୍ରକାର ତୈଳଜ ଉଦ୍ଭିଦରୁ ତେଲ ବାହାର କରିହେବ ବୋଲି ନଗର ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ର କହିଛନ୍ତି। ଭୁବନେଶ୍ୱର ରେଞ୍ଜ ଅଧିକାରୀ ଆଦିତ୍ୟ ମିଶ୍ର କୁହନ୍ତି, ‘ଫନି’ ବାତ୍ୟାରେ କେନ୍ଦ୍ରଟି ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇ ପଡ଼ିଥିଲା। କେମିତି ଆମେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ପୁଣି ସଳଖ କରି ଠିଆ କରିବୁ ତାହା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। କର୍ମଚାରୀଙ୍କ ପରିଶ୍ରମ ଯୋଗୁ ବର୍ତ୍ତମାନ ଏହା ପୁଣି ତା’ର ପୂର୍ବାବସ୍ଥାକୁ ଫେରିଆସିଥିବାରୁ ଭାରି ଖୁସି ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri