ଋଷିକୁଲ୍ୟାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୧୯-୨୦ରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଋଷିକୁଲ୍ୟା ନଦୀରେ ଗଞ୍ଜାମ ଜିଲାର ବରୋଦା ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୧,୪୯, ୬୦,୦୦, ୦୦୦ ଏବଂ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମନ୍ତେ ୨,୫୦, ୦୦,୦୦୦ ଟଙ୍କାର ଟେଣ୍ଡରକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପ କାର୍ଯ୍ୟ ୩୬ ମାସ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ ଗଞ୍ଜାମ ଜିଲାର ଛତ୍ରପୁର, ଗଞ୍ଜାମ ବ୍ଲକ, ଛତ୍ରପୁର ଏନ୍‌ଏସି, ଗଞ୍ଜାମ ଏନ୍‌ଏସି ଏବଂ ବ୍ରହ୍ମପୁର ସହରର ୧୬ଟି ଗ୍ରାମର ଲୋକଙ୍କୁ ପାନୀୟ ଜଳ ଯୋଗାଇବ। ଏଥିସହିତ ୧୬୪ ହେକ୍ଟର ଅଞ୍ଚଳରେ ମାଛ ଚାଷ କରାଯାଇପାରିବ।
ରାଜ୍ୟର ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲାର ୨୦ଟି ଦାଦନପ୍ରବଣ ବ୍ଲକରେ ଦାଦନ ରୋକିବା ପାଇଁ ଏକ ନୂତନ ରାଜ୍ୟ କ୍ଷେତ୍ର ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ରାଜ୍ୟ ସହାୟତାକୁ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ଜିଲାର ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ସର୍ବନିମ୍ନ ମଜୁରି ହାର ସହିତ ସମାନ କରି ଏମ୍‌ଜିଏନ୍‌ଆରଇଜିଏସ୍‌ ଅଧୀନରେ ପ୍ରଦାନ କରାଯାଉଥିବା ମଜୁରି ଉପରେ ଅତିରିକ୍ତ ମଜୁରି ପ୍ରଦାନ କରାଯିବ। ରାଜ୍ୟ ସରକାର ଉକ୍ତ ସହାୟତା ଅଧୀନରେ ଏହା ବହନ କରିବେ। ଏଥିସହିତ ଉକ୍ତ ବ୍ଲକ୍‌ଗୁଡ଼ିକରେ ସର୍ବନିମ୍ନ ୧୦୦ ଦିନର କାର୍ଯ୍ୟ ସହିତ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ।
ଡିଆରଡିଏ କର୍ମଚାରୀମାନଙ୍କର ଜିଲା ପରିଷଦରେ ମିଶ୍ରଣ ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ପଞ୍ଚମ ରାଜ୍ୟ ଅର୍ଥ କମିଶନ ସୁପାରିସ କରିଥିବା ପ୍ରବେଶ କର ପରିବର୍ତ୍ତେ ରାଜ୍ୟ ଦ୍ରବ୍ୟ ଏବଂ ସେବା କରରୁ କ୍ଷତିପୂରଣ ବାବଦରେ ୨୦୨୨-୨୩ ଆର୍ଥିକବର୍ଷଠାରୁ ଆଗାମୀ ବର୍ଷଗୁଡ଼ିକ ପାଇଁ ଦେବାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଡିଆରଡିଏ ମିଶ୍ରଣ ପରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ଦରମା, ପ୍ରତିଷ୍ଠାନ ଦେୟ, ସିଟିଂ ଫି, ଅନରାରିୟମ, ଟିଏ ଓ ଡିଏ ଆଦି ସମସ୍ତ ବ୍ୟୟର ପରିମାଣ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଧାର୍ଯ୍ୟ ସୁପାରିସଠାରୁ ଅଧିକ ହୋଇଥିବାରୁ ରାଜ୍ୟ ଅର୍ଥ କମିଶନ ରିପୋର୍ଟର ପାରା ୬.୬କୁ କୋହଳ କରିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷଠାରୁ ହାରାହାରି ୭୦.୨୫ କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ପଡିବ। ଓଡ଼ିଶା ଲୋକାୟୁକ୍ତଙ୍କ ୨୦୨୧ ବାର୍ଷିକ ରିପୋର୍ଟକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହାକୁ ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ବିଧାନସଭାରେ ଉପସ୍ଥାପିତ କରାଯିବ।
ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ ୧୯୯୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ସଂଶୋଧନ ପରେ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତେକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ ନ ରଖି ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ସାମିଲ କରାଯିବ। ପ୍ରକୃଷ୍ଟ ପ୍ରତିଭା ଓ ମୌଳିକ କମ୍ପ୍ୟୁଟର ଦକ୍ଷତା ଥିବା କର୍ମଚାରୀଙ୍କୁ ସରକାରୀ ସେବାରେ ଯୋଗ ଦେବା ପାଇଁ ସୁଯୋଗ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?