ଜଳଜୀବନ ମିଶନରେ ୪ ଜିଲାକୁ ପାନୀୟ ଜଳ

ଭୁବନେଶ୍ୱର, ୨୦ା୭ (ବ୍ୟୁରୋ): ରାଜ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି। ଏଥିପାଇଁ ଜଳଜୀବନ ମିଶନ (ଜେଜେଏମ୍‌) ଯୋଜନାରେ ରାଜ୍ୟର ବିଭିନ୍ନ ଜିଲାକୁ ସାମିଲ କରାଯାଇଛି। ଏହି ଯୋଜନାରେ ୪ଟି ଜିଲାର ୧୦ ବ୍ଲକର ୧୭୮ ପଞ୍ଚାୟତର ୧୩୯୫ ଗ୍ରାମର ୮ ଲକ୍ଷ ୪୯ ହଜାର ୫୨୧ ଜଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ। ଏଥିପାଇଁ ବିନିଯୋଗ ହେବାକୁ ଥିବା ୧୧୬୪.୪୩ କୋଟିର ଟେଣ୍ଡରକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି।
କୋରାପୁଟ ଜିଲାର ୨ଟି ବ୍ଲକ ଅଧୀନରେ ଥିବା ୩୧ ପଞ୍ଚାୟତ ଅନ୍ତର୍ଗତ ୧୬୭ ଗ୍ରାମର ୧,୬୧,୯୦୨ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ସେଥିରୁ ଜୟପୁର ବ୍ଲକ ଅଧୀନରେ ଥିବା ୧୫ ପଞ୍ଚାୟତ ଅନ୍ତର୍ଗତ ୨୨ ଗ୍ରାମର ୯୦,୫୧୬ ଓ କୁନ୍ଦ୍ରା ବ୍ଲକ୍‌ ଅଧୀନରେ ଥିବା ୧୬ ପଞ୍ଚାୟତର ୮୫ ଗ୍ରାମର ୭୧,୩୮୬ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ୨୬୧ କୋଟି ୯୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଜେଜେଏମ୍‌ ଯୋଜନାରେ ରାୟଗଡ଼ା ଜିଲାରେ ୩ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଲାଗି ୧୧୪ କୋଟି ୬୮ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲାର ୨ ବ୍ଲକ୍‌ ଅଧୀନରେ ଥିବା ୧୫ ଗ୍ରାମ ପଞ୍ଚାୟତର ୧୨୯ ଗ୍ରାମରେ ବାସ କରୁଥିବା ୩୫,୪୦୦ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଯୋଜନାରେ ଜଗତ୍‌ସିଂହପୁର ଜିଲାର ୪ଟି ବ୍ଲକ୍‌ ଅଧୀନରେ ଥବା ୮୫ ପଞ୍ଚାୟତର ୫୪୪ ଗ୍ରାମର ୪ ଲକ୍ଷ ୩୨ ହଜାର ୯୧୬ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ସେଥିରୁ ରଘୁନାଥପୁର ବ୍ଲକ ଅଧୀନରେ ଥିବା ୧୦ଟି ପଞ୍ଚାୟତର ୪୮ ଗ୍ରାମର ୮୬,୬୧୭ ଜଣ, ତିର୍ତ୍ତୋଲ ବ୍ଲକ୍‌ର ୨୦୦ ଗ୍ରାମର ୧ ଲକ୍ଷ ୮୩ ହଜାର ୩୮୪, କୁଜଙ୍ଗ ବ୍ଲକ୍‌ର ୧୬୮ ଗ୍ରାମର ୧ ଲକ୍ଷ ୧୯ ହଜାର ୨୭୯ ଓ ଏରସମା ବ୍ଲକ୍‌ର ୧୨୮ ଗ୍ରାମର ୪୩,୬୩୬ ଲୋକଙ୍କୁ ଉକ୍ତ ପ୍ରକଳ୍ପ ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୪୩୧ କୋଟି ୧୦ ଲକ୍ଷ ୯୦ ହଜାର ୫୦୨ ଟଙ୍କା ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ।
ଜେଜେଏମ୍‌ ଯୋଜନାରେ ଅନୁଗୋଳର ୨ଟି ବ୍ଲକରେ ଥିବା ୪୭ ଗ୍ରାମ ପଞ୍ଚାୟତର ୫୫୫ ଗ୍ରାମର ୨ଲକ୍ଷ ୧୯ ହଜାର ୩୦୩ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଧାର୍ଯ୍ୟ ୩୫୬ କୋଟି ୬୮ଲକ୍ଷ ୨୬ ହଜାର ୨୭୧ ଟଙ୍କା ଟେଣ୍ଡରକୁ କ୍ୟାବିନେଟ ମୋହର ମାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ଖୋଳିବାରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?