ଷ୍ଟେବିନ ବେନ୍‌ଙ୍କ ସଙ୍ଗୀତରେ ଝୁମିଲେ ୧୦ ହଜାର ଦର୍ଶକ

ଅନୁଗୋଳ ଅଫିସ,୯।୪ ଅନୁଗୋଳ ଜିଲା ମହୋତ୍ସବରେ ବାଧକ ସାଜିପାରିଲାନି ବର୍ଷା। କରୋନା କଟକଣା ହଟାଯିବା ପରେ ପ୍ରଥମ କରି ଜିଲାରେ ହେଉଥିବା ଏହି ବିରାଟ ଆୟୋଜନର ପ୍ରଥମ ସନ୍ଧ୍ୟାକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ। ବିଶେଷକରି ମହୋତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଗାୟକ ଷ୍ଟେବିନ ବେନ୍‌ଙ୍କ ସ୍ବର ମତୁଆଲା କରିଥିଲା ଉପସ୍ଥିତ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରୋତାଙ୍କୁ। ସେହିପରି ଓଲିଉଡ୍‌ ଗାୟିକା ନାଭ୍ୟା ଜାଇତିଙ୍କ କଣ୍ଠର ଯାଦୁ ଦେଖିବାକୁ ମିଳିଥିଲା ଅନୁଗୋଳ ଷ୍ଟାଡିୟମରେ। ଓଡ଼ିଆ ହାସ୍ୟ ଅଭିନେତା ନନ୍‌ସେନ୍ସ ମଣିଙ୍କ ହାସ୍ୟରସ ଖୁସି ଭରିଦେଇଥିଲା ଅନୁଗୋଳବାସୀଙ୍କ ମନରେ।
ଅନୁଗୋଳ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଗୋଳ ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ନବମ ଜିଲା ମହୋତ୍ସବ-୨୦୨୨। ଅପରାହ୍ନ ୫ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ବ୍ଲକରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ହେଲେ ବର୍ଷା ଯୋଗୁ ଏହା ଅଟକି ଯାଇଥିଲା। ଏପରି କି ସନ୍ଧ୍ୟା ୬ଟାରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ୩ ଘଣ୍ଟା ବିଳମ୍ବରେ ରାତି ୯ଟାରେ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ପୌର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ନାଲ୍‌କୋ ଇଡି ଅମ୍ବିକା ପ୍ରସାଦ ପଣ୍ଡା, ଏମ୍‌ସିଏଲ୍‌ ଅଧିକାରୀ ପି.ବି. ରେଡ୍ଡି, ଏସ୍‌ପି ଜଗମୋହନ ମୀନା, ଜିଲା ପ୍ରକଳ୍ପ ଅଧିକାରୀ ଦିଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ସଭାପତିତ୍ୱ କରିଥିଲେ। ନିଜ ଉଦ୍‌ଘାଟନୀ ଭାଷଣରେ ମୁଖ୍ୟ ଅତିଥି ସିଂହ ମହୋତ୍ସବରେ ବର୍ଷା ଏକ ଶୁଭ ସଂକେତ ବୋଲି କହିଥିଲେ। ସମ୍ମାନିତ ଅତିଥି ବିଧାୟକ ପ୍ରଧାନ ଜିଲା ମହୋତ୍ସବର ଆକର୍ଷଣୀୟ ଆୟୋଜନକୁ ଗର୍ବର ବିଷୟ ବୋଲି କହିଥିଲେ। ବିଧାୟକ ବେହେରା ଅନୁଗୋଳର ସ୍ବାଭିମାନ ସର୍ବଦା ବଜାୟ ରହୁ ବୋଲି ଆଶାବ୍ୟକ୍ତ କରିଥିଲେ। ପୌରାଧ୍ୟକ୍ଷ ସାମନ୍ତ ଜିଲାକୁ ପ୍ରଦୂଷଣ ଓ ପଲିଥିନ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଓଡ଼ିଆ ଗାୟିକା ନାଭ୍ୟା ଜାଇତିଙ୍କ କଣ୍ଠରେ ପୁଷ୍ପା ଚଳଚ୍ଚିତ୍ରର ହିଟ୍‌ ଗୀତ ଦର୍ଶକମାନଙ୍କୁ ମତୁଆଲା କରିଦେଇଥିଲା। ହାସ୍ୟାଭିନେତା ନନ୍‌ସେନ୍ସ ମଣିଙ୍କ ମଜାଳିଆ କଥା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା। ତେବେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଗାୟକ ଷ୍ଟେବିନ୍‌ ବେନ୍‌ ମଞ୍ଚ ଉପରକୁ ଆସିବା ମାତ୍ରେ ଭରପୂର ଷ୍ଟାଡିୟମ ତାଳିରେ ତାଙ୍କୁ ସ୍ବାଗତ କରିଥିଲା। ଷ୍ଟେବିନ ତାଙ୍କ ରିଲିଜ ଗୀତ ‘ତେରି ନଜର୍‌ ନେ କ୍ୟା କର୍‌ଦିଆ, ମୁଝ୍‌ସେ ମୁଝେ ଯୁଦା କରିଦିଆ’ ଗୀତରେ ଶ୍ରୋତାମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏଥିସହ ‘ଯବ୍‌ ମେ ବାଦଲ ବନ୍‌ଯାଉଁ, ତୁମ୍‌ ଭି ବାରିଷ୍‌ ବନଜାନା’, ଚାରୋ ଦିନକା, ୟାରୋ ରବା, ତେରେ ଲିଏ, ଗୁଲାବି ଆଖେଁ ଆଦି ସଙ୍ଗୀତ ପରିବେଷଣ କରି ସେ ଦର୍ଶକଙ୍କ ମନ ଜିଣି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri