ଷ୍ଟେବିନ ବେନ୍‌ଙ୍କ ସଙ୍ଗୀତରେ ଝୁମିଲେ ୧୦ ହଜାର ଦର୍ଶକ

ଅନୁଗୋଳ ଅଫିସ,୯।୪ ଅନୁଗୋଳ ଜିଲା ମହୋତ୍ସବରେ ବାଧକ ସାଜିପାରିଲାନି ବର୍ଷା। କରୋନା କଟକଣା ହଟାଯିବା ପରେ ପ୍ରଥମ କରି ଜିଲାରେ ହେଉଥିବା ଏହି ବିରାଟ ଆୟୋଜନର ପ୍ରଥମ ସନ୍ଧ୍ୟାକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ। ବିଶେଷକରି ମହୋତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଗାୟକ ଷ୍ଟେବିନ ବେନ୍‌ଙ୍କ ସ୍ବର ମତୁଆଲା କରିଥିଲା ଉପସ୍ଥିତ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରୋତାଙ୍କୁ। ସେହିପରି ଓଲିଉଡ୍‌ ଗାୟିକା ନାଭ୍ୟା ଜାଇତିଙ୍କ କଣ୍ଠର ଯାଦୁ ଦେଖିବାକୁ ମିଳିଥିଲା ଅନୁଗୋଳ ଷ୍ଟାଡିୟମରେ। ଓଡ଼ିଆ ହାସ୍ୟ ଅଭିନେତା ନନ୍‌ସେନ୍ସ ମଣିଙ୍କ ହାସ୍ୟରସ ଖୁସି ଭରିଦେଇଥିଲା ଅନୁଗୋଳବାସୀଙ୍କ ମନରେ।
ଅନୁଗୋଳ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଗୋଳ ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ନବମ ଜିଲା ମହୋତ୍ସବ-୨୦୨୨। ଅପରାହ୍ନ ୫ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ବ୍ଲକରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ହେଲେ ବର୍ଷା ଯୋଗୁ ଏହା ଅଟକି ଯାଇଥିଲା। ଏପରି କି ସନ୍ଧ୍ୟା ୬ଟାରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ୩ ଘଣ୍ଟା ବିଳମ୍ବରେ ରାତି ୯ଟାରେ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ପୌର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ନାଲ୍‌କୋ ଇଡି ଅମ୍ବିକା ପ୍ରସାଦ ପଣ୍ଡା, ଏମ୍‌ସିଏଲ୍‌ ଅଧିକାରୀ ପି.ବି. ରେଡ୍ଡି, ଏସ୍‌ପି ଜଗମୋହନ ମୀନା, ଜିଲା ପ୍ରକଳ୍ପ ଅଧିକାରୀ ଦିଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ସଭାପତିତ୍ୱ କରିଥିଲେ। ନିଜ ଉଦ୍‌ଘାଟନୀ ଭାଷଣରେ ମୁଖ୍ୟ ଅତିଥି ସିଂହ ମହୋତ୍ସବରେ ବର୍ଷା ଏକ ଶୁଭ ସଂକେତ ବୋଲି କହିଥିଲେ। ସମ୍ମାନିତ ଅତିଥି ବିଧାୟକ ପ୍ରଧାନ ଜିଲା ମହୋତ୍ସବର ଆକର୍ଷଣୀୟ ଆୟୋଜନକୁ ଗର୍ବର ବିଷୟ ବୋଲି କହିଥିଲେ। ବିଧାୟକ ବେହେରା ଅନୁଗୋଳର ସ୍ବାଭିମାନ ସର୍ବଦା ବଜାୟ ରହୁ ବୋଲି ଆଶାବ୍ୟକ୍ତ କରିଥିଲେ। ପୌରାଧ୍ୟକ୍ଷ ସାମନ୍ତ ଜିଲାକୁ ପ୍ରଦୂଷଣ ଓ ପଲିଥିନ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଓଡ଼ିଆ ଗାୟିକା ନାଭ୍ୟା ଜାଇତିଙ୍କ କଣ୍ଠରେ ପୁଷ୍ପା ଚଳଚ୍ଚିତ୍ରର ହିଟ୍‌ ଗୀତ ଦର୍ଶକମାନଙ୍କୁ ମତୁଆଲା କରିଦେଇଥିଲା। ହାସ୍ୟାଭିନେତା ନନ୍‌ସେନ୍ସ ମଣିଙ୍କ ମଜାଳିଆ କଥା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା। ତେବେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଗାୟକ ଷ୍ଟେବିନ୍‌ ବେନ୍‌ ମଞ୍ଚ ଉପରକୁ ଆସିବା ମାତ୍ରେ ଭରପୂର ଷ୍ଟାଡିୟମ ତାଳିରେ ତାଙ୍କୁ ସ୍ବାଗତ କରିଥିଲା। ଷ୍ଟେବିନ ତାଙ୍କ ରିଲିଜ ଗୀତ ‘ତେରି ନଜର୍‌ ନେ କ୍ୟା କର୍‌ଦିଆ, ମୁଝ୍‌ସେ ମୁଝେ ଯୁଦା କରିଦିଆ’ ଗୀତରେ ଶ୍ରୋତାମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏଥିସହ ‘ଯବ୍‌ ମେ ବାଦଲ ବନ୍‌ଯାଉଁ, ତୁମ୍‌ ଭି ବାରିଷ୍‌ ବନଜାନା’, ଚାରୋ ଦିନକା, ୟାରୋ ରବା, ତେରେ ଲିଏ, ଗୁଲାବି ଆଖେଁ ଆଦି ସଙ୍ଗୀତ ପରିବେଷଣ କରି ସେ ଦର୍ଶକଙ୍କ ମନ ଜିଣି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri