ପୀଡ଼ା ଭୋଗୁଛନ୍ତି ପ୍ରାଣୀଧନ

ବଇଣ୍ଡା, (ପରିକ୍ଷିତ ସାହୁ) ୩୦ା୮: କୃଷି ଅର୍ଥନୀତିର ପ୍ରମୁଖ ଅଙ୍ଗ ପ୍ରାଣୀ ସମ୍ପଦ। ଗୃହପାଳିତ ପ୍ରାଣୀଙ୍କ ଉପରେ ନିର୍ଭର କରେ ଚାଷୀଙ୍କ ସମୃଦ୍ଧି। ସେଥିପାଇଁ ଚାଷ ସହିତ ପଶୁପାଳନକୁ ଦିଆଯାଉଛି ଗୁରୁତ୍ୱ। ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଅନେକ ଯୋଜନା ବି ଅଛି। ହେଲେ ବିଭାଗୀୟ ଅବହେଳା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପୀଡ଼ା ଭୋଗୁଛନ୍ତି ଗୃହପାଳିତ ଜୀବଜନ୍ତୁ। ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଠିକ୍‌ ସମୟରେ ରୋଗଣା ଜୀବଙ୍କୁ ମିଳୁନି ସେବା। ତେଣୁ ଗୋ-ମହିଷାଦି ପାଳନରୁ ଚାଷୀ ମୁହଁ ଫେରାଉଥିବା ଅଭିଯୋଗ ହୋଇଛି।
ଉପଖଣ୍ଡର ବହୁ ଚାଷୀ ଜୀବିକା ପାଇଁ ଗୃହପାଳିତ ପ୍ରାଣୀ ଉପରେ ନିର୍ଭରଶୀଳ। ହେଲେ ଗୋରୁଙ୍କଠାରେ କୌଣସି ରୋଗ ବ୍ୟାପିଲେ ସେମାନଙ୍କ ଚିନ୍ତା ବଢିଯାଉଛି। ଉପଖଣ୍ଡରେ ଥିବା ପ୍ରାଣୀଧନ ଚିକିତ୍ସାଳୟରେ ଆବଶ୍ୟକ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ), ଭେଟେରିନାରି ସର୍ଜନ ପ୍ରମୁଖ ପଦବୀ ଫାଙ୍କା ପଡିଥିବାରୁ ରୋଗରେ ପଡୁଥିବା ପ୍ରାଣୀକୁ ଚିକିତ୍ସା ମିଳିପାରୁ ନ ଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ସେବା ଯୋଗାଇବାକୁ ଥିବା ଅଧିକାଂଶ ପ୍ରାଣୀଧନ ଚିକିତ୍ସାଳୟରେ ତାଲା ଝୁଲୁଛି। ଅନେକ ଖାଲି ପଦବୀକୁ ଦୀର୍ଘ ଦିନ ହେଲା ପୂରଣ କରାଯାଉ ନ ଥିବାରୁ ଚାଷୀ ଘରୋଇ ପ୍ରାଣୀ ଡାକ୍ତରଙ୍କ ନିକଟକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ସୂଚନା ଅନୁଯାୟୀ, ଉପଖଣ୍ଡର ୬ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ଅଛି। ଉପଖଣ୍ଡ ପାଇଁ ୬୨ କର୍ମଚାରୀଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୩୬ ଜଣ କାମ ଚଳାଉଛନ୍ତି। ଆହୁରି ୨୬ ପଦବୀ ପାଇଁ କୌଣସି ନିଯୁକ୍ତି ବ୍ୟବସ୍ଥା କରାଯାଉ ନାହିଁ। କିଶୋରନଗର ବ୍ଲକର ୮ଟି ପ୍ରାଣୀ ଚିକିତ୍ସାକେନ୍ଦ୍ରରୁ କିଆକଟା, ଲୁହାସିଂହା, କୃତ୍ତିବାସପୁରରେ ପ୍ରାଣୀଧନ ନିରୀକ୍ଷକ ନ ଥିବାବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ହଣ୍ଡପା ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ, ଆଠମଲ୍ଲିକ ଓ କିଶୋରନଗରର ଅତିରିକ୍ତ ଆଟେଣ୍ଡାଣ୍ଟ, ୩ ଜଣ ଚୌକିଦାର ପଦବୀ ଖାଲି ପଡିଛି। ପ୍ରାଣୀ ସମ୍ପଦ ବିଭାଗ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ସମସ୍ୟା ସୁଧୁରୁ ନ ଥିବା ଅଭିଯୋଗ ହୋଇଛି। ଚିକିତ୍ସା ସହ ସରକାରୀ ବ୍ୟବସ୍ଥାରେ ଥିବା ଅନ୍ୟ ମାଗଣା ସୁବିଧା ମଧ୍ୟ ଚାଷୀ ପାଉନାହାନ୍ତି। ଗୋରୁ, ଛେଳି, ମେଣ୍ଢାଙ୍କଠାରେ ତଣ୍ଟିଚିପା, ଫାଟୁଆ, ବଜବଜିଆ ବ୍ୟାପୁଥିବାବେଳେ ଚିକିତ୍ସିତ ହୋଇ ନ ପାରି ଅନେକଙ୍କ ମୃତ୍ୟୁ ଘଟୁଛି। ଖାଲି ପଦବୀରେ ନିଯୁକ୍ତି ପାଇଁ କୃତ୍ତିବାସପୁର ଗ୍ରାମବାସୀ ଉଭୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବଇଣ୍ଡାଠାରେ ଥିବା କିଶୋରଗଞ୍ଜ ପ୍ରାଣୀ ଚିକିତ୍ସା କେନ୍ଦ୍ରଟିକୁ ୨୦୧୮ରେ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଭାଙ୍ଗି ଦିଆଯାଇଛି। ଏ ପର୍ଯ୍ୟନ୍ତ ନୂତନ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ଉପଖଣ୍ଡର ଭାରପ୍ରାପ୍ତ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡା. ତପନ ବେଉରା କୁହନ୍ତି, ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଜଣାଯାଇଛି। ସମସ୍ତ ଗ୍ରାମରେ ଗୃହପାଳିତ ପ୍ରାଣୀଙ୍କୁ କିପରି ଠିକ୍‌ ଭାବେ ଚିକିତ୍ସା କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି।
ମିଳୁନି ସରକାରୀ ଚିକିତ୍ସା ସୁବିଧା
ଗୃହପାଳିତ ପ୍ରାଣୀଙ୍କୁ ସଂକ୍ରାମକ ରୋଗ ହେଲେ ସରକାରୀ ଚିକିତ୍ସା ମିଳୁନାହିଁ। ବହୁ ହଇରାଣ ହୋଇ ଘରୋଇ ଡାକ୍ତରଙ୍କୁ ଦେଖାଇବାକୁ ପଡୁଛି। ବିଭିନ୍ନ ସ୍ଥାନରୁ ଔଷଧ ଆଣି ଦେଉଛୁ। ବଇଣ୍ଡାରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ ଜରୁରୀ।

ଗୋମହିଷାଦି ସଂଖ୍ୟା ୧ ଲକ୍ଷ ୧୭ ହଜାର ୪୪୬
୨୦୨୦ ଜୁଲାଇ ସୁଦ୍ଧା ଆଠମଲ୍ଲିକ ଉପଖଣ୍ଡରେ ଗୃହପାଳିତ ପ୍ରାଣୀ ଗଣନା କରାଯାଇଛି। ତଦନୁଯାୟୀ ୬୪ ହଜାର ୪ଶହ ୭୧ ବଳଦ, ୪୯ ହଜାର ୨ଶହ ୧୯ ଗାଈ, ୩ ହଜାର ୭ଶହ ୫୬ ମଇଁଷି, ୨୯ ହଜାର ୭ଶହ ୮୬ ମେଣ୍ଢା, ୬୭ ହଜାର ୨୮୦ ଛେଳି, ୧୧୦ ବିଦେଶୀ କୁକୁର ଅଛନ୍ତି। ସେହିପରି ୫୮ ହଜାର ୧୩୪ ଦେଶୀ କୁକୁଡ଼ା, ୯୨ ହଜାର ୩୪୦ ବ୍ରଏଲର, ୩୦ ହଜାର ୫୦୦ ଲେୟର କୁକୁଡା ରହିଛି। ଏଥିସହ ଆଠମଲ୍ଲିକ ବ୍ଲକରେ ୨୮ ଏବଂ କିଶୋରନଗର ବ୍ଲକରେ ୬୦ ବ୍ରଏଲର ଫାର୍ମ ଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।
-ଲିଙ୍ଗରାଜ ବିଶ୍ୱାଳ, ଧୁଣ୍ଡିଗ୍ରାମ

ପଦବୀ ପୂରଣ ହେଉନାହିଁ
କିଆକଟାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଛି। ତେବେ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡ଼ିଛି। ଏହି କେନ୍ଦ୍ର ଉପରେ ୨ ପଞ୍ଚାୟତର ୧୫ ଗ୍ରାମର ଚାଷୀ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ସରୋଜ କୁମାର ପ୍ରଧାନ, କିଆକଟା

ଦୀର୍ଘବର୍ଷ ହେଲା ବନ୍ଦ ପଡ଼ିଛି
ଲୁହାସିଂହା ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଉପରେ ୩ ପଞ୍ଚାୟତର ଚାଷୀ ନିର୍ଭରଶୀଳ। ଦୀର୍ଘବର୍ଷ ହେଲା ଏଠାରେ ତାଲା ଝୁଲୁଛି। ଫାଟୁଆ ଭଳି ସଂକ୍ରାମକ ରୋଗ ବ୍ୟାପିବା ସମୟରେ ଗୋରୁଙ୍କ ଚିକିତ୍ସା ହୋଇପାରୁନାହିଁ। ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିଯୁକ୍ତି ଦେଲେ ସମସ୍ୟା ସମାଧାନ ହୋଇପାରନ୍ତା।
-ରାଧାମୋହନ ସାହୁ, କୁସୁମକୁହୁରୀ

ହୀନସ୍ତା ହେଉଛନ୍ତି ୪ ପଞ୍ଚାୟତର ଚାଷୀ
ବଇଣ୍ଡାରେ ଥିବା କିଶୋରଗଞ୍ଜ ଚିକିତ୍ସାକେନ୍ଦ୍ରକୁ ୨ବର୍ଷ ତଳେ ଭାଙ୍ଗି ଦିଆଯାଇଛି। ଏଥିଲାଗି ୪ ପଞ୍ଚାୟତର ଚାଷୀ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ପ୍ରଶାସନକୁ ଅବଗତ କରାଯିବା ସତ୍ତ୍ୱେ ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ କରାଯାଉନାହିଁ।
-ଜଳଧର ସାହୁ, ନୁନୁକାପଶି

ଘରୋଇ ଚିକିତ୍ସାରେ ଖର୍ଚ୍ଚ ବାଧୁଛି
ଚାଷୀମାନେ ବିଭିନ୍ନ ସଂସ୍ଥାରୁ ଋଣ ଆଣି ଗାଈ, ଛେଳି ପାଳୁଛନ୍ତି। କିନ୍ତୁ ଦେୟମୁକ୍ତ ଚିକିତ୍ସା, ଔଷଧ ମିଳୁ ନ ଥିବାରୁ ସେମାନେ ଘରୋଇ ଡାକ୍ତରଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଖର୍ଚ୍ଚ ବାଧୁଛି। ହିମିତିରା ଚିକିତ୍ସାକେନ୍ଦ୍ରରେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିଯୁକ୍ତି ଦେଲେ ଚାଷୀମାନେ ଉପକୃତ ହୋଇପାରନ୍ତେ।
-ସୁଶାନ୍ତ ଦାସ, ଚୁଡାଖାଇ


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri