ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ କଲେ ତାଙ୍କ ଗୁହାରି ସେଠି କେହି କର୍ଣ୍ଣପାତ ମଧ୍ୟ କରୁନାହାନ୍ତି ଆଉ ଅଭିଯୋଗ କରି ବାହାରକୁ ଆସି କାନ୍ଦି କାନ୍ଦି କହିଲେ ମୋ’ ଭୋଟ୍‌ ପରିଚୟପତ୍ରରେ କୁଆଡ଼େ ୮୦ବର୍ଷ ହୋଇନାହିଁ ବୋଲି କହୁଛନ୍ତି ମୋତେ ତ ସରକାର ଏହି ପରିଚୟ ପତ୍ର ଦେଇଛନ୍ତି। ମୋ ନିକଟରେ ପରିଚୟ ପତ୍ର ରହିଛି ମୁଁ ଯାହାକୁ ଦେଖାଉଛି ସମସ୍ତେ କହୁଛନ୍ତି ମୋର ଏଠି ୮୦ବର୍ଷ ପାର ହୋଇଛି ହେଲେ ମୋତେ କାହିଁକି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଉନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଜଣେ ଅସହାୟ ବୃଦ୍ଧା ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସାରିଙ୍ଗିଇର୍ପି ଗ୍ରାମର ଦେମେନ୍ତିନା ନାୟକଙ୍କ କ୍ଷେତ୍ରରେ।

ପ୍ରକାଶ ଯେ, ଗତ ୧୯୯୪ରେ ଦେମେନ୍ତିନାଙ୍କୁ ମିଳିଥିବା ଭୋଟ୍‌ ପରିଚୟପତ୍ରରେ ସେହି ସମୟରେ ତାଙ୍କୁ ଅର୍ଥାତ ୧ ଜାନୁଆରୀ ୧୯୯୪ ସୁଦ୍ଧା ବୟସ ୪୯ ବର୍ଷ ହୋଇଥିଲା। ଉକ୍ତ ପରିଚୟପତ୍ର ନଂ (ଓଆର /୧୫ /୧୦୩/୩୪୬୪୬୦)ରେ ଏହି ତଥ୍ୟ ରହିଥିବା ବେଳେ ଏବେ ସେହି ପରିଚୟ ପତ୍ର ଅନୁସାରେ ତାଙ୍କ ବୟସ ବୃଦ୍ଧି ପାଇ ୮୧ରେ ପହଞ୍ଚିଥିବା ଦେମେନ୍ତିନା କହିଛନ୍ତି। କିନ୍ତୁ ତାଙ୍କୁ ୬୯ ବର୍ଷ କୁହାଯାଉଥିବାରୁ ସେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ବୟସ ବଢ଼ୁଥିବା ବେଳେ କୁଆଡେ ଏବେ ତାଙ୍କର ଆଉ ଗୋଟିଏ ପରିଚୟପତ୍ର ଅନ୍‌ଲାଇନରେ ଶୋ’କରୁଛି ପରିଚୟ ପତ୍ର ନଂ (ଆରଇଡି ୧୨୦୫୫୮୨) ଓ ବୟସ ୬୯ ଫଳରେ ସେ ବର୍ଦ୍ଧିତ ଭତ୍ତା ପାଉନଥିବା ଏବେ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏନେଇ ଦାରିଙ୍ଗବାଡ଼ିି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ କହିଛନ୍ତି ପୁରୁଣା ପରିଚୟପତ୍ର ଅନଲାଇନ୍‌ରେ ରଦ୍ଦ ହୋଇଥିବା ଯୋଗୁ ଶୋ’ କରୁନି ତେଣୁ ନୂତନ ପରିଚୟପତ୍ର ଅନୁସାରେ ତାଙ୍କ ବୟସ ଅନୁସାରେ ସେ ବର୍ଦ୍ଧିତ ଭତ୍ତା ପାଇପାରିବେ ନାହିଁ ବୋଲି କହିଛନ୍ତି ଏନେଇ ବ୍ଲକ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବୃଦ୍ଧାଙ୍କ ଯଦି ସ୍କୁଲ ସାର୍ଟିଫିକେଟ ରହିଥିବ ସେହି ଅନୁସାରେ ଏହାକୁ ସଂଶୋଧନ କରିହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଦେମେନ୍ତିନା ପ୍ରତିକ୍ରିୟାରେ କହିଛନ୍ତି ତାଙ୍କର କେହି ନାହାନ୍ତି ସେ ଏକୁଟିଆ ସେ ଖାଇବା ସହ ଔଷଧ, ପୋଷାକ ଓ ଅନ୍ୟାନ୍ୟ ଚଳଣି ପାଇଁ ଅର୍ଥ ବାଧକ ସାଜିଛି ତେଣୁ ସରକାର ଏହାର ତଦନ୍ତ କରି ତାଙ୍କୁ ବର୍ଦ୍ଧିତ ଭତ୍ତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?