ପ୍ରସାର ଭାରତୀର ପୂର୍ବତନ ଏଡିଜି ଅଭୟ ପାଢ଼ୀଙ୍କ ପରଲୋକ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଭୟ କୁମାର ପାଢ଼ୀଙ୍କ ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ସପ୍ତାହେ ଧରି ବରଗଡ଼ର ବିକାଶ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିବା ଅଭୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂଲିଶରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। କିଛିଦିନ ଧରି ଅଧ୍ୟାପକ ଭାବେ କାର୍ଯ୍ୟକରିଥିଲେ। ୧୯୭୫ରେ ପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ପ୍ରସାର ଭାରତୀରେ ଯୋଗଦେଇଥିଲେ। ଦୀର୍ଘ ୩୫ବର୍ଷ ଧରି ସେ ଉଭୟ ଅଲ୍‌ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନରେ କାର୍ଯ୍ୟ କରି ୨୦୦୯ରେ ପ୍ରସାର ଭାରତୀର ଏଡିଜି ଭାବେ ଅବସର ନେଇଥିଲେ। ଏହାପରେ ସେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଜଣେ ଗେଷ୍ଟ ଫାକଲ୍ଟି ଭାବେ ପିଲାଙ୍କୁ ପଢାଉଥିଲେ। ତାଙ୍କ ସଂଯୋଜିତ କାର୍ଯ୍ୟକ୍ରମ ‘ଅନ୍ତର୍ଦୃଷ୍ଟିରେ ପୃଥିବୀ’ ଲାଗି ସେ ବାର୍ଷିକ ଆକାଶବାଣୀ ପୁରସ୍କାର ପାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ଏହାବ୍ୟତୀତ ଜଣେ ଲେଖକ ଭାବେ ମଧ୍ୟ ତାଙ୍କର ବହୁ ସୁନାମ ରହିଥିଲା। ବିଶେଷକରି ସମ୍ବଲପୁରୀ କଳା ସଂସ୍କୃତି, କୋଶଳୀ ଭାଷା ସମ୍ପର୍କରେ ଲିଖିତ ତାଙ୍କର ବହୁ ପୁସ୍ତକ ହିନ୍ଦୀ ଓ ବଙ୍ଗଳା ଭାଷାରେ ଅନୁଦିତ ହୋଇଛି। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସାଥୀ ହେଲେ ଅମ୍ଲାନ୍‌-ଭୂମିକା

ଭୁବନେଶ୍ୱର,୮ା୨(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଲାନ୍‌। ପରିବାରବର୍ଗ ତଥା ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ...

ପିସି ଆଣ୍ଡ୍‌ ପିଏନ୍‌ଡିଟି ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର, ୧୨୧୨(ବ୍ୟୁରୋ): ଚଳିତ ବର୍ଷରୁ ରାଜ୍ୟ ସରକାର ଗର୍ଭଧାରଣ ଓ ପ୍ରସୂତି ପୂର୍ବ ରୋଗ ନିର୍ଣ୍ଣୟ (ପିସି ଆଣ୍ଡ୍‌ ପିଏନ୍‌ଡିଟି) ସମ୍ବନ୍ଧୀୟ ଅଲ୍‌ଟ୍ରାସାଉଣ୍ଡ୍‌ର ପଞ୍ଜୀକରଣ ଏବଂ...

ଠିକ୍‌ ସମୟରେ ଠିକ୍‌ କଥା କହିବି: ବାବୁସାନ୍‌

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି।...

ଟ୍ରକରୁ ୫୦୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୨।୬- ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଗୋଇଲୁଣ୍ଡି ଛକରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିଛି। ଟ୍ରକରେ ୨୦ଟି ଜରି ଅଖାରେ ୫୦୦ କେଜି...

ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୮।୧୧ ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା...

ଟାଟା ଏସି ଗାଡି ଚାଳକ ଜରିମାନା ଦେଲେ ୩୮ ହଜାର ୫ଶହ

ଭଦ୍ରକ ଅଫିସ,୭।୯: ଭଦ୍ରକ ଚରମ୍ପାରେ ନୂଆ ମୋଟର ଯାନ ନିୟମ ନେଇ ଶନିବାର ମଧ୍ୟାହ୍ନରେ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଓଭରବ୍ରିଜ୍‌ ନିକଟରେ...

ବିଜେପୁର ଉପନିର୍ବାଚନ : ପ୍ରାର୍ଥୀଙ୍କ କଥା, ସେମାନଙ୍କ ମୁହଁରୁ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ। ମାତ୍ର ୧୮ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ ଦେବେ ବିଜେପୁରବାସୀ। ୨୦୧୮ ପରି ୨୦୧୯ରେ...

ନବୀନଙ୍କ ସହ କଥା ହେଲେ ନଡ୍ଡା

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ସଭାପତି ଜେ.ପି ନଡ୍ଡା କଥା ହୋଇଥିବା ନବୀନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ...

Advertisement
Archives

Model This Week