ଭେଣ୍ଟିଲେଟର ଅଭାବରୁ ରୋଗୀ ମରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର ୨୨।୯(ବ୍ୟୁରୋ):ରାଜ୍ୟରେ ଦୈନିକ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଦୈନିକ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ କେରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୭ଶହ ଟପିଲାଣି। ଭେଣ୍ଟିଲେଟର ଅଭାବରୁ ପ୍ରତ୍ୟେକ ଦିନ ରୋଗୀ ମରୁଛନ୍ତି। ଏଭଳି ସ୍ଥଳେ କାହିଁକି ଏବଂ କାହା ସ୍ବାର୍ଥରେ ରାଜ୍ୟ ସରକାର ୪୨୦ ଭେଣ୍ଟିଲେଟର ଇନଷ୍ଟାଲେଶନ ନ କରି ଚାପି ରଖିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, କଂଗ୍ରେସ ରାଜ୍ୟସଭା ଏମ୍‌ପି ରାଜୀବ ଶତାବ ପାର୍ଲାମେଣ୍ଟରେ ଗତ ୧୫ ତାରିଖରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ କୁମାର ଚୌବେ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶର ୭ ରାଜ୍ୟକୁ ହାଇ ଫୋକସ୍‌ ମାନ୍ୟତା ଦିଆଯାଇଛି। ସେହି ତାଲିକାରେ ଓଡିଶା ଅଛି। କୋଭିଡ୍‌-୧୯ ମୁକାବିଲା ପାଇଁ କେଉଁ ରାଜ୍ୟକୁ କେତେ ମାସ୍କ, ପିପିଇ କିଟ୍‌ ଏବଂ ଲାଇଫ୍‌ ସେଭିଂ ଭେଣ୍ଟିଲେଟର ଦିଆଯାଇଛି ତାହାର ତାଲିକା ପ୍ରକାଶ କରିଥିଲେ। ତାଙ୍କ ତଥ୍ୟ ମୁତାବକ ଓଡିଶାକୁ ମୋଟ ୫୬୭ ଭେଣ୍ଟିଲେଟର ପ୍ରଦାନ କରାଯାଇଛି। ହେଲେ ରାଜ୍ୟ ସରକାର ମାତ୍ର ୧୪୭ ଭେଣ୍ଟିଲେଟର ଇଷ୍ଟାଲେଶନ୍‌ କରିଛନ୍ତି। ସାଧାରଣରେ କିଛି ମାସ୍କ ବାଣ୍ଟିନାହାନ୍ତି, ଭେଣ୍ଟିଲେଟର ଅଭାବରୁ ଲୋକେ ମରୁଥିବା ବେଳେ କାହା ସ୍ବାର୍ଥରେ ଏବଂ କେଉଁ ମହତ ଉଦ୍ଦ୍ୟେଶରେ ୪୨୦ ଭେଣ୍ଟିଲେଟରକୁ ସରକାର ଧରି ବସିଛନ୍ତି ବୋଲି ନିଶିକାନ୍ତ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ୫୬୭ ଭେଣ୍ଟିଲେଟର ରାଜ୍ୟକୁ ନ ଦେଇ ଗୃହରେ ଓଡିଶା ସମ୍ପର୍କରେ ଯଦି ଭୁଲ୍‌ ତଥ୍ୟ ଦେଇଛି ତେବେ ରାଜ୍ୟ ସରକାର ସେନେଇ ସ୍ପଷ୍ଟ କରନ୍ତୁ। ନଚେତ୍‌ କ’ଣ ପାଇଁ ୪୨୦ ଭେଣ୍ଟିଲେଟର ଇନ୍‌ଷ୍ଟଲ କରୁନାହାନ୍ତି, ତାହା ସ୍ପଷ୍ଟ କରନ୍ତୁ। ଏହାସହ ତୁରନ୍ତ ବାକି ଭେଣ୍ଟିଲେଟରକୁ ଇନ୍‌ଷ୍ଟଲ କରନ୍ତୁ ବୋଲି ନିଶିକାନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri