ପୁନର୍ବିଚାର ଆବେଦନକୁ ଖାରଜ କଲେ ଏଡିଜେ

ନିଶ୍ଚିନ୍ତକୋଇଲି/ସାଲେପୁର, ୯।୧୨(ସ୍ବ.ପ୍ର/ଡି.ଏନ୍‌.ଏ.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଲାଗିଛି ଝଟ୍‌କା। ହତ୍ୟା ଘଟଣାର ସାନି ତଦନ୍ତ ରିପୋର୍ଟ ଏବଂ ସିଡିଆର୍‌ ଦାଖଲ ସହ ମାହାଙ୍ଗା ଆଇଆଇସିଙ୍କୁ ନୋଟିସ ଜାରି ନେଇ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍‌ଏଫ୍‌ସି) କରିଥିବା ନିର୍ଦ୍ଦେଶ ବିରୋଧରେ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ନିକଟରେ ହୋଇଥିବା ପୁନର୍ବିଚାର ଆବେଦନ ବୁଧବାର ଖାରଜ ହୋଇଛି। ଆବେଦନ ଖାରଜ ପରେ ପୋଲିସ ପାଇଁ ଅଡୁଆ ବଢିଥିବାବେଳେ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି। ତେବେ ଏହି ମାମଲାରେ ମାହାଙ୍ଗା ଆଇଆଇସି ରିପୋର୍ଟ ଦେବାରେ କାହିଁକି ଦିନ ଗଡ଼ାଉଛନ୍ତି, ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି।
ପ୍ରକାଶ ଯେ, ଜାନୟାରୀ ୨ ତାରିଖରେ ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳକୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ତାଲିକାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ରହିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ପୋଲିସ ତାଙ୍କ ନାମକୁ ଚାର୍ଜଶିଟରୁ କାଟି ଦେଇଥିଲା। ଏହାକୁ ବିରୋଧ କରି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିଶନ ଦାୟର କରିଥିଲେ। ଉକ୍ତ ପିଟିସନ ଶୁଣାଣି କରି ଅଗଷ୍ଟ ୨୬ ତାରିଖରେ ସାନି ତଦନ୍ତ ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଥାନା ଅଧିକାରୀ ରିପୋର୍ଟ ଦାଖଲ କରିବା ପରିବର୍ତ୍ତେ ବାରମ୍ବାର ସମୟ ନେଇଥିଲେ। ଏପରି କି ବ୍ୟକ୍ତିଗତ ହାଜିରା ପାଇଁ ହୋଇଥିବା ନିର୍ଦ୍ଦେଶକୁ ପାଳନ କରି ନ ଥିଲେ। ଫଳରେ ଗତ ୪ତାରିଖରେ ଜେଏମ୍‌ଏଫ୍‌ସି ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଆସନ୍ତା ୧୦ତାରିଖ ପୂର୍ବାହ୍ନ୧୦.୩୦ ସୁଦ୍ଧା ଦାଖଲ କରିବା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ ମାହାଙ୍ଗା ଆଇଆଇସିଙ୍କୁ ନୋଟିସ ଜାରି କରିଥିଲେ। ତେବେ ଏସ୍‌ପିଙ୍କ ଚିଠି ଓ ମାହାଙ୍ଗା ଥାନା ଅଧିକାରୀଙ୍କ ସତ୍ୟପାଠକୁ ଆଧାର କରି ଜେଏମ୍‌ଏଫ୍‌ସି କୋର୍ଟଙ୍କ ଏହି ଆଦେଶକୁ ପୁନର୍ବିଚାର ନିମନ୍ତେ ସରକାରଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ ମୁନ ଏଡିଜେଙ୍କ କୋର୍ଟରେ ୨ଟି ପୃଥକ୍‌ (ନଂ. ୫/୨୧) ଓ (ନଂ. ୬/୨୧) ରିଭିଜନ ପିଟିିଶନ ଦାୟର କରିଥିଲେ। ମଙ୍ଗଳବାର ଉକ୍ତ ଆବେଦନର ଶୁଣାଣି ହୋଇ ରାୟ ସଂରକ୍ଷିତ ଥିଲା। ବୁଧବାର ଉକ୍ତ ୨ ଆବେଦନକୁ ଖାରଜ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

କଳିଙ୍ଗନଗର,୧୯ା୧୦(ଡି.ଏନ୍‌.ଏ.): ଦାନଗଦୀ ଫାଣ୍ଡି ଅର୍ନ୍ତଗତ ଓଳଲ ପଞ୍ଚାୟତରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଗ୍ରାମରେ ଘର ଜୋୟାଁ ରୁହୁଥିବା ଜଣେ ଯୁବକ ଶଶୁର...

ବେଆଇନ ପଥର ଖଣି ଖନନକୁ ନେଇ ଏନ୍‌ଜିଟି କ୍ଷୁବ୍ଧ

ଭୁବନେଶ୍ୱର,୧୯। ୧୦(ବ୍ୟୁରୋ): ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଖନନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) କ୍ଷୋଭ ପ୍ରକାଶ କରିଛନ୍ତି। ଜିଲାରେ ବେଆଇନ ଖଣି ଦ୍ୱାରା କେତେ...

ରେଲଓ୍ବେ ସଫ୍ଟୱେର ହାଇଜାକ କରିଥିବା ଯୁବକ ଗିରଫ

ପାରାଦୀପ,୮।୯(ସ୍ବ.ପ୍ର.): ସାରାଦେଶରେ ରେଲଓ୍ବେ ସଫ୍ଟୱେର ହାଇଜାକ କରିଥିବା ଜଣେ ଯୁବକଙ୍କୁ ସୋମବାର ଆରପିଏଫ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୪।୮(ନି.ପ୍ର.) : ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ଶନିବାର ଅପରାହ୍ନ ୪ଟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୩ତାରିଖ...

ଦଳିତଙ୍କ ଉପରେ ଅତ୍ୟାଚାର: ନେତାଙ୍କୁ ଗିରଫ ଦାବିରେ ଧାମରା ମେରାଇନ ଥାନା ଘେରାଉ

ଚାନ୍ଦବାଲି,୧୧ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଞ୍ଚାୟତ ଜାଗୁଳା ଗ୍ରାମର ଜଣେ ପ୍ରଭାବଶାଳୀ ନେତା କେତେକ ଦଳିତଙ୍କ ଉପରେ ଅତ୍ୟାଚାର କରୁଛନ୍ତି।...

ମନ୍ଦିରରେ ପୂଜାର୍ଚ୍ଚନା କଲେ ଦ୍ରୌପଦୀ

ବାରିପଦା ଅଫିସ,୨୨।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ନାମ ଘୋଷଣା ପରେ...

୭ ନଦୀ,୨୭ ନାଳବନ୍ଧ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୨୧ା୪: ଗତ ସପ୍ତାହରେ ଜଳସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀବନ୍ଧର ସର୍ବେକ୍ଷଣ ହୋଇଛି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲା...

ଗାଡି ଡିକି ଭାଙ୍ଗି ଲୁଟି ନେଲେ ସୁନା ଅଳଙ୍କାର

ବିଞ୍ଝାରପୁର,୪ା୧୨(ଡି,ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇନ୍ଦା ଛକରେ ସୁନା ଅଳଙ୍କାର ଦୋକାନ କରିଥିବା ଶ୍ୟାମସୁନ୍ଦର ସାହୁଙ୍କ ଗାଡି ଡିକ ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର...

Advertisement
Archives

Model This Week