ଯୁକ୍ତ୨ ସିଟ୍‌ ବୃଦ୍ଧି ଆବେଦନ ସମୟ ବଢ଼ିଲା

ଭୁବନେଶ୍ୱର, ୨୭। ୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍‌ ବୃଦ୍ଧି ପାଇଁ ଆବେଦନ ସମୟ ୨ଦିନ ବୃଦ୍ଧି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସାମ୍ସ ପୋର୍ଟାଲ www.samsodisha.gov.inରେ ଏଥିପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଥିବାବେଳେ ୨୬ ତାରିଖ ଶେଷଦିନ ଥିଲା। ଏବେ ୨୭ ଓ ୨୮ ତାରିଖରେ ମଧ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ଆବେଦନ କରିପାରିବେ। ୨୭ ତାରିଖ ସକାଳ ସାଢ଼େ ୧୦ଟାରେ ଆବେଦନ ପାଇଁ ପୋର୍ଟାଲ ଖୋଲିବ ଏବଂ ୨୮ ତାରିଖ ରାତି ୧୨ଟା ମଧ୍ୟରେ ଆବେଦନ କରିବାର ଶେଷ ସମୟ ରହିଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ ପାଇଥିଲା। ବିକଳ୍ପ ପଦ୍ଧତିରେ ହୋଇଥିବା ମୂଲ୍ୟାୟନ ଯୋଗୁ ରେକର୍ଡ ସଂଖ୍ୟକ ପିଲା ପାସ୍‌ ହୋଇଥିଲେ। ପାସ୍‌ ତୁଳନାରେ ରାଜ୍ୟରେ ଯୁକ୍ତ୨ ସିଟ୍‌ କମ୍‌ ରହିଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଭିତ୍ତିଭୂମି ଥିବା ଶିକ୍ଷାନୁଷ୍ଠାନର ସିଟ୍‌ ବୃଦ୍ଧି ନେଇ ଗଣଶିକ୍ଷା ବିଭାଗ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଆବେଦନ କରିବାକୁ ପ୍ରସ୍ତାବ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର: ତେଲ ବୋହି ନେଲେ ଲୋକେ

ବଇଣ୍ଡା,୩୧।୭(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ହଣ୍ଡପା ଥାନା ବଇଶିଣା ନିକଟରେ ବୁଧବାର ସକାଳେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ...

ରାତି ପାହିଲେ ପରିବେଶ ଚିନ୍ତା

ବନ୍ତ, ୭।୧୨ (ଡି.ଏନ.ଏ.)-ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ଯାଆନ୍ତି। ଦୁଇଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫା କରିବା...

କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କେସିଙ୍ଗା,୨୦ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍‌ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍‌ରେ ୨୮ହଜାର ୪୯୯ଭୋଟର...

ମହିଳାଙ୍କ ଫଟୋକୁ ଅଶ୍ଳୀଳ ସାଙ୍ଗକୁ ଭାଇରାଲ କରି ଯୁବକ ଅଟକ

ଓଡଗାଁ, ୪|୪(ସ୍ଵ. ପ୍ର.)- ଜଣେ ମହିଳାଙ୍କ ଫଟୋକୁ ଅଶ୍ଳୀଳ କରି ହ୍ଵାଟ୍ସଆପରେ ଭାଇରାଲ କରିବା ଅଭିଯୋଗରେ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ...

ପାର୍ବଣ ଋତୁ ଲାଗି ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ: ଜାଣନ୍ତୁ କ’ଣ ରହିଛି ଏଥିରେ

ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ପାର୍ବଣ ଋତୁ ଆସୁଥିବାରୁ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ...

୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ...

ଶବ ପାଇଁ ବିଛାନ୍ତି ଶେଯ

ବନ୍ତଳା,୨୪।୧୧: ଜଣା ହେଉ ଅବା ଅଜଣା, ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଅନେକେ ଆଗ୍ରହ ଦେଖାନ୍ତିନି। ବଞ୍ଚିଥିବା ବେଳେ ଅତି ଆପଣାର ଲାଗୁଥିବା ମଣିଷଟିଏ ମୃତ୍ୟୁ...

ବିଦେଶକୁ ଚାଲିଯାଉଛି କଞ୍ଚାମାଲ: ମୁହଁ ଫେରାଇଲେଣି ୯ ଷ୍ଟିଲ୍‌ କମ୍ପାନୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଶିଳ୍ପର ଉନ୍ନତି ଏବଂ ଏ କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି। ନୂତନ...

Advertisement
Archives

Model This Week