ଟିକ୍‌ଟକ୍‌ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି

ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ତା’ର ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ଅର୍ଥନୈତିକ କ୍ଷେତ୍ରରେ କ୍ଷତି ପହଞ୍ଚାଇବା ପାଇଁ ଭାରତ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରିଦେଇଛି। ଏଥିରେ ଟିକ୍‌ଟକ୍‌ ମଧ୍ୟ ରହିଛି। ଏହି ଆପ୍‌ ବ୍ୟାନ୍‌ ହେବା ପରେ ଡ୍ୟାନ୍ସିଂ କ୍ୱିନ୍‌ ସପ୍‌ନା ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ଲୋକେ ସ୍ବାଗତ କରିଥିବା ବେଳେ ସପ୍‌ନା ମଧ୍ୟ ସରକାରଙ୍କୁ ଏଥିରେ ସହଯୋଗ କରିଛନ୍ତି। ସପ୍‌ନା ନିଜେ ଟିକ୍‌ଟକ୍‌ ବ୍ୟବହାର କରୁଥିଲେ। ତାଙ୍କର ଏଥିରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ ଥିଲେ। ସେ କହିଛନ୍ତି, ଦେଶଠାରୁ ବଡ଼ କେହି ନାହିଁ।

ସପ୍‌ନା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି, ‘ସରକାର ୫୯ ଚାଇନା ଆପ୍‌ ବନ୍ଦ କରିଦେଲେ। ଯେଉଁଥିରେ ଟିକ୍‌ଟକ୍‌ ବି ସାମିଲ ଅଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ମୁଁ ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି। ଏହା ସବୁଠୁ ଭଲ ନିଷ୍ପତ୍ତି। ଏହା ସହ ଏହି ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି, ଚାଇନାର ଆପ୍‌ ବ୍ୟବହାର କରିବା ଦ୍ୱାରା ଚାଇନା ନିକଟକୁ ପଇସା ଯାଇଥାଏ। ଯାହାକି ଆମର ଅର୍ଥ ବ୍ୟୟ ହେଉଥିଲା। ଫଳରେ ସେ ବଡ଼ ଭୁଲ କରୁଥିଲେ। ଆପଣମାନେ ସରକାରଙ୍କୁ ସହଯୋଗ କରନ୍ତୁ। ସୀମାରେ ଥିବା ସୈନିକମାନଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ୍‌ ଭାରତ।’
ଅନ୍ୟପକ୍ଷରେ ଚାଇନା ଆପ ବନ୍ଦ ନେଇ ଟିକ୍‌ଟକ୍‌ ବ୍ୟବହାରକାରୀ ସରକାରଙ୍କୁ ବିରୋଧ କରୁଛନ୍ତି। ମାତ୍ର ଏପରି ଲୋକଙ୍କ ସଂଖ୍ୟା ବହୁତ କମ୍‌। ଅପେକ୍ଷା କରନ୍ତୁ ଭାରତରେ ମଧ୍ୟ ଟିକ୍‌ଟକ୍‌ ପରି ଆପ୍‌ ଲଞ୍ଚ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri