ଟିକ୍‌ଟକ୍‌ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି

ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ତା’ର ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ଅର୍ଥନୈତିକ କ୍ଷେତ୍ରରେ କ୍ଷତି ପହଞ୍ଚାଇବା ପାଇଁ ଭାରତ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରିଦେଇଛି। ଏଥିରେ ଟିକ୍‌ଟକ୍‌ ମଧ୍ୟ ରହିଛି। ଏହି ଆପ୍‌ ବ୍ୟାନ୍‌ ହେବା ପରେ ଡ୍ୟାନ୍ସିଂ କ୍ୱିନ୍‌ ସପ୍‌ନା ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ଲୋକେ ସ୍ବାଗତ କରିଥିବା ବେଳେ ସପ୍‌ନା ମଧ୍ୟ ସରକାରଙ୍କୁ ଏଥିରେ ସହଯୋଗ କରିଛନ୍ତି। ସପ୍‌ନା ନିଜେ ଟିକ୍‌ଟକ୍‌ ବ୍ୟବହାର କରୁଥିଲେ। ତାଙ୍କର ଏଥିରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ ଥିଲେ। ସେ କହିଛନ୍ତି, ଦେଶଠାରୁ ବଡ଼ କେହି ନାହିଁ।

ସପ୍‌ନା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି, ‘ସରକାର ୫୯ ଚାଇନା ଆପ୍‌ ବନ୍ଦ କରିଦେଲେ। ଯେଉଁଥିରେ ଟିକ୍‌ଟକ୍‌ ବି ସାମିଲ ଅଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ମୁଁ ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି। ଏହା ସବୁଠୁ ଭଲ ନିଷ୍ପତ୍ତି। ଏହା ସହ ଏହି ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି, ଚାଇନାର ଆପ୍‌ ବ୍ୟବହାର କରିବା ଦ୍ୱାରା ଚାଇନା ନିକଟକୁ ପଇସା ଯାଇଥାଏ। ଯାହାକି ଆମର ଅର୍ଥ ବ୍ୟୟ ହେଉଥିଲା। ଫଳରେ ସେ ବଡ଼ ଭୁଲ କରୁଥିଲେ। ଆପଣମାନେ ସରକାରଙ୍କୁ ସହଯୋଗ କରନ୍ତୁ। ସୀମାରେ ଥିବା ସୈନିକମାନଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ୍‌ ଭାରତ।’
ଅନ୍ୟପକ୍ଷରେ ଚାଇନା ଆପ ବନ୍ଦ ନେଇ ଟିକ୍‌ଟକ୍‌ ବ୍ୟବହାରକାରୀ ସରକାରଙ୍କୁ ବିରୋଧ କରୁଛନ୍ତି। ମାତ୍ର ଏପରି ଲୋକଙ୍କ ସଂଖ୍ୟା ବହୁତ କମ୍‌। ଅପେକ୍ଷା କରନ୍ତୁ ଭାରତରେ ମଧ୍ୟ ଟିକ୍‌ଟକ୍‌ ପରି ଆପ୍‌ ଲଞ୍ଚ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri