ପିଲାମାନଙ୍କ ଦାନ୍ତ ଭାଙ୍ଗିବାଠାରୁ ଆରମ୍ଭ କରି ଶିକ୍ଷକଙ୍କୁ ହଇରାଣ କରିଥିଲେ ଏହି ଅଭିନେତା, ପୂରା ଘଟଣା ଜାଣିଲେ…

ଶାହାରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ କୁହାଯାଏ। ଏହି ପଦବୀ ହାସଲ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ପିଲାଦିନ ଦିଲ୍ଲୀରେ ବିତାଇଥିବା ଶାହାରୁଖ ମୁମ୍ବାଇର ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ସ୍ବପ୍ନ ଦେଖିଥିଲେ ଏବଂ ସେ ମଧ୍ୟ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିଥିଲେ।
କିଙ୍ଗ ଖାନ ଦିଲ୍ଲୀରେ ଅଧ୍ୟୟନ କରିଥିଲେ। ସେ ସେଣ୍ଟ କୋଲୁମ୍ବା ସ୍କୁଲରୁ ପାଠପଢ଼ା ସମାପ୍ତ କରିଥିଲେ। ଖେଳରେ ମଧ୍ୟ ବହୁତ ଆଗରେ ଥିଲେ। ବର୍ତ୍ତମାନ ଶାହାରୁଖ ମୁମ୍ବାଇରେ ରୁହନ୍ତି। ତାଙ୍କ ‘ଇନର ଓ୍ବାଲ୍ଡ ଶାହରୁଖ ଖାନ’ ଡକୁମେଣ୍ଟାରୀରେ ଅନେକ କିଛି ଶେୟାର କରିଥିଲେ। ଯେଉଁଠାରେ ତାଙ୍କ ସ୍କୁଲ ଦିନ ସହ ଜଡିତ ଅନେକ କଥା ପ୍ରକାଶ ପାଇଥିଲା।

ଶାହାରୁଖଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ବିଦ୍ୟାଳୟର ଜଣେ ପରିଚିତ ବ୍ୟକ୍ତି ତାଙ୍କୁମର୍ଡନ୍‌ ସ୍କୁଲର ଛାତ୍ରମାନଙ୍କ ସହ ଜଡିତ ଏକ ଘଟଣା ମନେ ପକାଇ ଦେଇଥିଲେ। ଶାହାରୁଖଙ୍କ ସହ କଥାବାର୍ତ୍ତା କରି ସେ କହିଥିଲେ, ‘ମନେ ଅଛି ମର୍ଡନ୍‌ ସ୍କୁଲର ଛାତ୍ରଛାତ୍ରୀଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ। ଏହା ଶୁଣିବା ମାତ୍ରେ ଶାହାରୁଖ ହସିବାକୁ ଲାଗିଲେ।

ଏହା ବ୍ୟତୀତ ଶାହରୁଖ ସ୍କୁଲ ମ୍ୟାନେଜମେଣ୍ଟର ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ସେ ସ୍କୁଲକୁ ଫେରିବେ ଏବଂ ପୁଅ ଆୟାନଙ୍କୁ ମଧ୍ୟ ସାଙ୍ଗରେ ଆଣିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଏକ ସାକ୍ଷାତକାରରେ ଶାହାରୁଖ ତାଙ୍କ ବିଦ୍ୟାଳୟ ବିଷୟରେ ଅନେକ ପୁରୁଣା କଥା କହିଥିଲେ। ସେ କହିଥିଲେ ଯେ ସ୍କୁଲ ସମୟରେ ତାଙ୍କୁ ‘ମେଲ ଗାଡି’ ରଖାଯାଇଥିଲା। ଶାହରୁଖ କହିଛନ୍ତି, କାରଣ ସେ ଏକ୍ସପ୍ରେସ ଟ୍ରେନ୍‌ ପରି ଦୌଡୁଥିଲେ ଏବଂ ତାଙ୍କ ଆଗ କେଶ ସବୁବେଳେ ଛିଡା ହୋଇଥିଲା।

ଶାହାରୁଖ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ, ବିଦ୍ୟାଳୟର ଦୁଷ୍ଟ ପିଲାମାନଙ୍କ ମଧ୍ୟରୁ ଜଣେ। ସେ କହିଥିଲେ, ‘ମୁଁ ମୋର ଶିକ୍ଷକମାନଙ୍କୁ ବହୁତ ହଇରାଣ କରିଛି। ମୁଁ ଥରେ ମୋର ରସାୟନ ବିଜ୍ଞାନ ଶିକ୍ଷକଙ୍କୁ କହିଲି ମୋତେ ଭଲ ମାର୍କ ଦିଅ କାରଣ ମୁଁ ତାଙ୍କ ପୁଅ ପରି । ମୁଁ ପ୍ରାୟତଃ ଶ୍ରେଣୀରେ ବେହୋସ ହେବାର ଛଳନା କରୁଥିଲି । ଶିକ୍ଷକ ମୋତେ ଜୋତା ବାହାର କରି ସୁଙ୍ଘାଉଥିଲେ। ଥରେ ଜଣେ ନୂତନ ଶିକ୍ଷକ ଆସିଲେ ଏବଂ ମୁଁ ଉଦ୍ଦେଶ୍ୟମୂଳକ ଭାବେ ବେହୋସ ହୋଇଗଲି। ସେହି ସମୟରେ ସମସ୍ତ ପିଲା ଶିକ୍ଷକଙ୍କୁ କହିଥିଲେ, ଯଦି ସେ ଜୋତା କାଢ଼ନ୍ତି ନାହିଁ, ତେବେ ସେ ମରିଯିବିିି, ଏଥିଲାଗି ଶିକ୍ଷକ ଦିନସାରା ବିନା ଜୋତାରେ ଦୌଡ଼ିଥିଲେ। ଶାହାରୁଖ ୨୦୧୯ରେ ତାଙ୍କ ବିଦ୍ୟାଳୟକୁ ଯାଇଥିଲେ ଯେଉଁଠାରେ ସେ ଅନେକ ଛାତ୍ରଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଓଜନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ସିଙ୍ଗର୍‌

ଝିଅମାନେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଓଜନ ଏବଂ ବୟସ କଥା ଆସେ, ସେମାନେ ଅନ୍ୟ...

ସୁସ୍ଥ ହେଉଛନ୍ତି ବିକ୍ରମ ଗୋଖଲେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାହାରିପାରନ୍ତି ଭେଣ୍ଟିଲେଟରରୁ

ମୁମ୍ବାଇ,୨୫ ।୧୧: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କୁହାଯାଉଛି । ଏହି ବୟାନ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲ...

ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ...

ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ, ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବେ ଧନୁଷ

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଧନୁଷ ଓ ତାଙ୍କ ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ...

ଷ୍ଟାରଙ୍କ ପାଇଁ ନୁହେଁ କୁକୁୁର ପାଇଁ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ରଣବୀର କପୁର ଓ ଶାହାରୁଖ ଖାଁ ନିଜ ନିଜ ଷ୍ଟାଇଲ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ହେଲେ ନିକଟରେ...

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ...

ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବେ କ୍ରିତି-ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ କ୍ରିତି ସାନନଙ୍କୁ କଏ ବା ନ ଜାଣେ। ଦୁହେଁ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ହେଲେ ଏବେ...

ବୟସ୍କ କଳାକାରଙ୍କ ପାଇଁ ଖୁସିଖବର

ମୁମ୍ବାଇ,୭।୮: ଦେଶରେ କରୋନା ଆତଙ୍କ ଜାରି ରହିଛି। କରୋନାକୁ ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଅଗଷ୍ଟ ୧ରୁ...

Advertisement
Archives

Model This Week