ପିଲାମାନଙ୍କ ଦାନ୍ତ ଭାଙ୍ଗିବାଠାରୁ ଆରମ୍ଭ କରି ଶିକ୍ଷକଙ୍କୁ ହଇରାଣ କରିଥିଲେ ଏହି ଅଭିନେତା, ପୂରା ଘଟଣା ଜାଣିଲେ…

ଶାହାରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ କୁହାଯାଏ। ଏହି ପଦବୀ ହାସଲ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ପିଲାଦିନ ଦିଲ୍ଲୀରେ ବିତାଇଥିବା ଶାହାରୁଖ ମୁମ୍ବାଇର ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ସ୍ବପ୍ନ ଦେଖିଥିଲେ ଏବଂ ସେ ମଧ୍ୟ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିଥିଲେ।
କିଙ୍ଗ ଖାନ ଦିଲ୍ଲୀରେ ଅଧ୍ୟୟନ କରିଥିଲେ। ସେ ସେଣ୍ଟ କୋଲୁମ୍ବା ସ୍କୁଲରୁ ପାଠପଢ଼ା ସମାପ୍ତ କରିଥିଲେ। ଖେଳରେ ମଧ୍ୟ ବହୁତ ଆଗରେ ଥିଲେ। ବର୍ତ୍ତମାନ ଶାହାରୁଖ ମୁମ୍ବାଇରେ ରୁହନ୍ତି। ତାଙ୍କ ‘ଇନର ଓ୍ବାଲ୍ଡ ଶାହରୁଖ ଖାନ’ ଡକୁମେଣ୍ଟାରୀରେ ଅନେକ କିଛି ଶେୟାର କରିଥିଲେ। ଯେଉଁଠାରେ ତାଙ୍କ ସ୍କୁଲ ଦିନ ସହ ଜଡିତ ଅନେକ କଥା ପ୍ରକାଶ ପାଇଥିଲା।

ଶାହାରୁଖଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ବିଦ୍ୟାଳୟର ଜଣେ ପରିଚିତ ବ୍ୟକ୍ତି ତାଙ୍କୁମର୍ଡନ୍‌ ସ୍କୁଲର ଛାତ୍ରମାନଙ୍କ ସହ ଜଡିତ ଏକ ଘଟଣା ମନେ ପକାଇ ଦେଇଥିଲେ। ଶାହାରୁଖଙ୍କ ସହ କଥାବାର୍ତ୍ତା କରି ସେ କହିଥିଲେ, ‘ମନେ ଅଛି ମର୍ଡନ୍‌ ସ୍କୁଲର ଛାତ୍ରଛାତ୍ରୀଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ। ଏହା ଶୁଣିବା ମାତ୍ରେ ଶାହାରୁଖ ହସିବାକୁ ଲାଗିଲେ।

ଏହା ବ୍ୟତୀତ ଶାହରୁଖ ସ୍କୁଲ ମ୍ୟାନେଜମେଣ୍ଟର ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ସେ ସ୍କୁଲକୁ ଫେରିବେ ଏବଂ ପୁଅ ଆୟାନଙ୍କୁ ମଧ୍ୟ ସାଙ୍ଗରେ ଆଣିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଏକ ସାକ୍ଷାତକାରରେ ଶାହାରୁଖ ତାଙ୍କ ବିଦ୍ୟାଳୟ ବିଷୟରେ ଅନେକ ପୁରୁଣା କଥା କହିଥିଲେ। ସେ କହିଥିଲେ ଯେ ସ୍କୁଲ ସମୟରେ ତାଙ୍କୁ ‘ମେଲ ଗାଡି’ ରଖାଯାଇଥିଲା। ଶାହରୁଖ କହିଛନ୍ତି, କାରଣ ସେ ଏକ୍ସପ୍ରେସ ଟ୍ରେନ୍‌ ପରି ଦୌଡୁଥିଲେ ଏବଂ ତାଙ୍କ ଆଗ କେଶ ସବୁବେଳେ ଛିଡା ହୋଇଥିଲା।

ଶାହାରୁଖ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ, ବିଦ୍ୟାଳୟର ଦୁଷ୍ଟ ପିଲାମାନଙ୍କ ମଧ୍ୟରୁ ଜଣେ। ସେ କହିଥିଲେ, ‘ମୁଁ ମୋର ଶିକ୍ଷକମାନଙ୍କୁ ବହୁତ ହଇରାଣ କରିଛି। ମୁଁ ଥରେ ମୋର ରସାୟନ ବିଜ୍ଞାନ ଶିକ୍ଷକଙ୍କୁ କହିଲି ମୋତେ ଭଲ ମାର୍କ ଦିଅ କାରଣ ମୁଁ ତାଙ୍କ ପୁଅ ପରି । ମୁଁ ପ୍ରାୟତଃ ଶ୍ରେଣୀରେ ବେହୋସ ହେବାର ଛଳନା କରୁଥିଲି । ଶିକ୍ଷକ ମୋତେ ଜୋତା ବାହାର କରି ସୁଙ୍ଘାଉଥିଲେ। ଥରେ ଜଣେ ନୂତନ ଶିକ୍ଷକ ଆସିଲେ ଏବଂ ମୁଁ ଉଦ୍ଦେଶ୍ୟମୂଳକ ଭାବେ ବେହୋସ ହୋଇଗଲି। ସେହି ସମୟରେ ସମସ୍ତ ପିଲା ଶିକ୍ଷକଙ୍କୁ କହିଥିଲେ, ଯଦି ସେ ଜୋତା କାଢ଼ନ୍ତି ନାହିଁ, ତେବେ ସେ ମରିଯିବିିି, ଏଥିଲାଗି ଶିକ୍ଷକ ଦିନସାରା ବିନା ଜୋତାରେ ଦୌଡ଼ିଥିଲେ। ଶାହାରୁଖ ୨୦୧୯ରେ ତାଙ୍କ ବିଦ୍ୟାଳୟକୁ ଯାଇଥିଲେ ଯେଉଁଠାରେ ସେ ଅନେକ ଛାତ୍ରଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri