ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ

ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏକ୍‌ତା କପୁରଙ୍କ ସିରିୟଲ ‘ନାଗିନ’ରୁ ତାଙ୍କୁ ପରିଚୟ ମିଳିଥିଲା। ଏଥିରେ ସେ ମାହୀର ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ସୋସିଆଲ ମିଡିଆରେ ତାଙ୍କର ବଡ଼ ପ୍ରଶଂସକ ତାଲିକା ମଧ୍ୟ ଅଛି।

ପଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଗର୍ଲଫ୍ରେଣ୍ଡ ଚାହୁଁଥିଲେ ସେ ଜଣେ ଭଲ ଅଭିନେତା ହୁଅନ୍ତୁ। ଏହା ସହ ସେ କହିଛନ୍ତି, ‘ମୋ ଗର୍ଲଫ୍ରେଣ୍ଡ ଶାହରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ । ସେଥିପାଇଁ ସେ ମୋତେ ମଧ୍ୟ ଅଭିନୟ କରିବାକୁ ବାଧ୍ୟ କରିଥିଲେ। ସେ ମୋତେ ମୁମ୍ବାଇ ଆସିବାକୁ ଉତ୍ସାହିତ କରିଥିଲେ। ଏ ନେଇ ସେ ତାଙ୍କ ବାପାଙ୍କ ସହ ଝଗଡ଼ା କରିଥିଲେ। କାରଣ ତାଙ୍କ ବାପା ଚାହୁଁଥିଲେ ଯେ, ସେ ତାଙ୍କ ବ୍ୟବସାୟକୁ ସମ୍ଭାଳନ୍ତୁ। ହେଲେ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ଏତେ ଭଲ ପାଉଥିଲେ ଯେ, ସେ ତାଙ୍କ ସ୍ବପ୍ନ ପାଇଁ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ତାଙ୍କର ଯାତ୍ରା ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ସେ ଦୁଇଟି ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ଉଭୟ ଫିଲ୍ମ ରିଲିଜ ହୋଇ ନ ଥିଲା। ସେତେବେଳେ ତାଙ୍କ ବାପାଙ୍କ ସହ ଝଗଡ଼ା କରିବା ପରେ ମୁମ୍ବାଇ ଏପରି ଆସିଥିଲେ ଯେ, ଟଙ୍କା ଅଭାବରୁ ତାଙ୍କୁ ଗୁପ୍‌ଚୁପ୍‌ ଖାଇ ବଞ୍ଚିବାକୁ ପଡ଼ୁଥିଲା।

ଯେତେବେଳେ ପଲ୍‌ ଚଳଚ୍ଚିତ୍ର ଜଗତରେ ସଫଳ ହୋଇ ନ ଥିଲେ, ସେତେବେଳେ ସେ ଟିଭି ଜଗତକୁ ଯାଇଥିଲେ। ଯେଉଁଠାରେ ସେ ଉଭୟ ଧନ ଏବଂ ଖ୍ୟାତି ପାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଗର୍ଲଫ୍ରେଣ୍ଡ ତାଙ୍କ ସହିତ ଥିବା ସମ୍ପର୍କକୁ ସମାପ୍ତ କରିଥିଲେ । ଯଦିଓ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ବୁଝାଇଥିଲେ ଯେ, ସେ କେବଳ ତାଙ୍କ ସ୍ବପ୍ନ ପାଇଁ ମୁମ୍ବାଇ ଆସିଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ରାଜି ହୋଇ ନ ଥିଲେ ଏବଂ ସମ୍ପର୍କକୁ ଷେଶ କରିଥିଲେ। ପଲ୍‌ ବ୍ରେକଅପର କାରଣ ମଧ୍ୟ ପଚାରିଥିଲେ, ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଉତ୍ତର ଦେଇ କହିଥିଲେ ଯେ ମୁଁ ସେତେବେଳେ ପିଲା ଥିଲି, ବର୍ତ୍ତମାନ ମୁଁ ବଡ ହୋଇଗଲି। ତୁମେ ଅଭିନୟ ଛାଡିଦିଅ। ଏହା ପରେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହିତ ସମ୍ପର୍କ କାଟିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri