ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ

ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏକ୍‌ତା କପୁରଙ୍କ ସିରିୟଲ ‘ନାଗିନ’ରୁ ତାଙ୍କୁ ପରିଚୟ ମିଳିଥିଲା। ଏଥିରେ ସେ ମାହୀର ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ସୋସିଆଲ ମିଡିଆରେ ତାଙ୍କର ବଡ଼ ପ୍ରଶଂସକ ତାଲିକା ମଧ୍ୟ ଅଛି।

ପଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଗର୍ଲଫ୍ରେଣ୍ଡ ଚାହୁଁଥିଲେ ସେ ଜଣେ ଭଲ ଅଭିନେତା ହୁଅନ୍ତୁ। ଏହା ସହ ସେ କହିଛନ୍ତି, ‘ମୋ ଗର୍ଲଫ୍ରେଣ୍ଡ ଶାହରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ । ସେଥିପାଇଁ ସେ ମୋତେ ମଧ୍ୟ ଅଭିନୟ କରିବାକୁ ବାଧ୍ୟ କରିଥିଲେ। ସେ ମୋତେ ମୁମ୍ବାଇ ଆସିବାକୁ ଉତ୍ସାହିତ କରିଥିଲେ। ଏ ନେଇ ସେ ତାଙ୍କ ବାପାଙ୍କ ସହ ଝଗଡ଼ା କରିଥିଲେ। କାରଣ ତାଙ୍କ ବାପା ଚାହୁଁଥିଲେ ଯେ, ସେ ତାଙ୍କ ବ୍ୟବସାୟକୁ ସମ୍ଭାଳନ୍ତୁ। ହେଲେ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ଏତେ ଭଲ ପାଉଥିଲେ ଯେ, ସେ ତାଙ୍କ ସ୍ବପ୍ନ ପାଇଁ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ତାଙ୍କର ଯାତ୍ରା ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ସେ ଦୁଇଟି ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ଉଭୟ ଫିଲ୍ମ ରିଲିଜ ହୋଇ ନ ଥିଲା। ସେତେବେଳେ ତାଙ୍କ ବାପାଙ୍କ ସହ ଝଗଡ଼ା କରିବା ପରେ ମୁମ୍ବାଇ ଏପରି ଆସିଥିଲେ ଯେ, ଟଙ୍କା ଅଭାବରୁ ତାଙ୍କୁ ଗୁପ୍‌ଚୁପ୍‌ ଖାଇ ବଞ୍ଚିବାକୁ ପଡ଼ୁଥିଲା।

ଯେତେବେଳେ ପଲ୍‌ ଚଳଚ୍ଚିତ୍ର ଜଗତରେ ସଫଳ ହୋଇ ନ ଥିଲେ, ସେତେବେଳେ ସେ ଟିଭି ଜଗତକୁ ଯାଇଥିଲେ। ଯେଉଁଠାରେ ସେ ଉଭୟ ଧନ ଏବଂ ଖ୍ୟାତି ପାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଗର୍ଲଫ୍ରେଣ୍ଡ ତାଙ୍କ ସହିତ ଥିବା ସମ୍ପର୍କକୁ ସମାପ୍ତ କରିଥିଲେ । ଯଦିଓ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ବୁଝାଇଥିଲେ ଯେ, ସେ କେବଳ ତାଙ୍କ ସ୍ବପ୍ନ ପାଇଁ ମୁମ୍ବାଇ ଆସିଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ରାଜି ହୋଇ ନ ଥିଲେ ଏବଂ ସମ୍ପର୍କକୁ ଷେଶ କରିଥିଲେ। ପଲ୍‌ ବ୍ରେକଅପର କାରଣ ମଧ୍ୟ ପଚାରିଥିଲେ, ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଉତ୍ତର ଦେଇ କହିଥିଲେ ଯେ ମୁଁ ସେତେବେଳେ ପିଲା ଥିଲି, ବର୍ତ୍ତମାନ ମୁଁ ବଡ ହୋଇଗଲି। ତୁମେ ଅଭିନୟ ଛାଡିଦିଅ। ଏହା ପରେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହିତ ସମ୍ପର୍କ କାଟିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri