ବିବାହର ୨୧ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା କମଲ ସଦାନା ବିବାହର ୨୧ ବର୍ଷ ପରେ ସ୍ତ୍ରୀ ଲିଜା ଜୈନଙ୍କୁ ଛାଡ଼ପତ୍ର ଦେବେ। ଏନେଇ କମଲ ଘୋଷଣା ମଧ୍ୟ କରିସାରିଛନ୍ତି। ୨୧ ବର୍ଷ ଧରି ଏକାଠି ରହିବା ପରେ ବର୍ତ୍ତମାନ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତି।

ଏକ ସାକ୍ଷାତକାରରେ କମଲ କହିଛନ୍ତି, ୧ ଜାନୁୟାରୀ ୨୦୦୦ରେ ତାଙ୍କର ବିବାହ ହୋଇଥିଲା। ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ପୁଅ ଅଙ୍ଗଥ ଏବଂ ଝିଅ ଲିଆ। କମଲ ଏବେ ମୁମ୍ବାଇରେ ରହୁଥିବା ବେଳେ ଲିଜା ତାଙ୍କ ମା’ ବାପାଙ୍କ ପାଖରେ ଗୋଆରେ ରହୁଛନ୍ତି।

କମଲ ୯୦ ଦଶକରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ସେ ଫିଲ୍ମ ‘ବେଖୁଦି’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ୧୯୯୨ରେ ରିଲିଜ୍‌ ହୋଇଥିଲା। ଫିଲ୍ମରେ କାଜୋଲଙ୍କ ସହ କମଲ ଅଭିନୟ କରିଥିଲେ। ମାତ୍ର ଫିଲ୍ମଟି ସଫଳତା ପାଇପାରି ନ ଥିଲା। ୧୯୯୩ରେ ‘ଓ୍ବେ ରଙ୍ଗ୍‌’ ନାମକ ଆଉ ଏକ ଫିଲ୍ମରେ ନଜର ଆସିଥିଲେ କମଲ। ଏଥିରେ ଦିବ୍ୟା ଭାରତୀଙ୍କ ସହ ସେ ଅଭିନୟ କରିଥିଲେ। ଫିଲ୍ମଟିକୁ ଭଲ ସଫଳତା ମିଳିଥିଲା। ଏଥିସହିତ କମଲ ଫିଲ୍ମ ଫୌଜ୍‌, ବାଲି ଉମ୍ର କୋ ସଲାମ୍‌, ରକ୍‌ ଡ୍ୟାନ୍ସର, ହମ୍‌ ହୈ ପ୍ରେମୀ, ଅଙ୍ଗାରା, ମହୋବତ ପରି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଏକ ଫିଲ୍ମ କର୍କଶରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧାର୍ଥଙ୍କ ପାଇଁ ରିୟା-ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ। ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ନିକଟରେ ବାନ୍ଦ୍ରା...

ସ୍ବାମୀଙ୍କ ସହ ବାଥ୍‌ଟବ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବିଗ୍‌ ବସ୍‌ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲା ଆଜିକାଲି ସ୍ବାମୀ ପରାଗ ତ୍ୟାଗୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ମାଳଦ୍ୱୀପରୁ କିଛି...

‘ଇସ୍କ’କୁ ପୂରିଲା ୨୩ବର୍ଷ

ମୁମ୍ବାଇ: ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ‘ଇସ୍କ’କୁ ୨୩ବର୍ଷ ପୂରିଛି। ନଭେମ୍ବର ୩୦ରେ ଏହି ଫିଲ୍ମକୁ ୨୩ ବର୍ଷ ପୂର୍ତ୍ତି ହୋଇଥିବାରୁ ବଲିଉଡ୍‌ର ପପୁଲାର ଅଭିନେତ୍ରୀ ଜୁହି...

ସୁଶାନ୍ତ ସିଂ ରାଜପୁତ, ବିକାଶ ଦୁବେଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମର ନାଁ ରେଜିଷ୍ଟ୍ରେଶନ ଆରମ୍ଭ

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ୍‌ତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ୩ଟି ଏଜେନ୍ସି କରୁଛନ୍ତି । ଆଉ ଏହି ମାମଲାରେ ତାଙ୍କର...

ମିଷ୍ଟ୍ରି ବଏଙ୍କ ସହ ବୁଲୁଛନ୍ତି ଶାହାରୁଖ ଲଳନା

ବମ୍ବେ:ବଲିଉଡ୍‌ଜଗତରେ ଅନେକ କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ଅନେକ ଥର ସତ ବାହାରକୁ ଆସିଥାଏ। ସେଭଳି କିଛି...

ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍‌ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା...

ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ନୁଶ୍‌ରତ୍‌: ବ୍ୟାଙ୍କ୍‌ରୁ ନେଇଯାଇଛନ୍ତି ମୋ ଟଙ୍କା, ପୈତୃକ ଅଳଙ୍କାର

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଚର୍ଚ୍ଚା ହେଉଛି ନୁଶ୍‌ରତ୍‌ କୁଆଡେ ୬ ମାସର ଗର୍ଭବତୀ...

ଟିକ୍‌ଟକ୍‌ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି

ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ...

Advertisement
Archives

Model This Week