Posted inଫୁରସତ

୩୦ ବର୍ଷୀୟା ବିବାହିତା ମହିଳା ହଠାତ୍‌ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା

୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍‌ ଦିନେ ଜାଣିବାକୁ ପାଇଲେ ସେ ମହିଳା ନୁହଁ, ପୁରୁଷ ବୋଲି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବୀରଭୂମରେ। ତେବେ ଜାଣନ୍ତୁ ଏସବୁ କିପରି ଘଟିଲା।
ଏଠାକାର ଜଣେ ମହିଳାଙ୍କ ପେଟ ଦରଜ ହେବାରୁ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତର ପରୀକ୍ଷା ସମୟରେ କହିଥିଲେ, ସେ ମହିଳା ନୁହନ୍ତି ପୁରୁଷ ବୋଲି। ଯେଉଁ କ୍ୟାନ୍‌ସର କି ପୁରୁଷମାନଙ୍କୁ ହୋଇଥାଏ।


ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମହିଳାଙ୍କ ୨୮ ବର୍ଷୀୟା ଭଉଣୀ ବି ପୁରୁଷ ଭାବେ ଚିହ୍ନଟ ହୋଇଥିଲେ। ପରୀକ୍ଷା କରିବାରୁ ଜଣାପଡ଼ିଥିଲା ଏହି ଦୁଇ ଭଉଣୀ ଆଣ୍ଡ୍ରୋଜେନ୍‌ ଇନ୍‌ସେଟିଭିଟି ସିଣ୍ଡ୍ରୋମ୍‌(ଏଆଇଏସ୍‌) ରୋଗରେ ପୀଡ଼ିତ। ଏଆଇଏସ୍‌ର ବିଶେଷଜ୍ଞମାନେ କୁହନ୍ତି, ଏହା ବିରଳ ରୋଗ। ଜନ୍ମ ସମୟରେ ଏମାନଙ୍କ ଜିନ୍‌ ପୁରୁଷ ହୋଇଥାଏ। କିନ୍ତୁ ଶରୀର ମହିଳାଙ୍କ ପରି ବିକାଶ ହୋଇଥାଏ।


ପଶ୍ଚିମବଙ୍ଗ ବୀରଭୂମରେ ରହୁଥିବା ୩୦ ବର୍ଷୀୟା ମହିଳା ୯ ବର୍ଷ ହେଲା ସୁଖୀ ଦାମ୍ପତ୍ୟ ଜୀବନ ବିତାଉଥିଲେ। ପେଟ ଦରଜ ହେବାରୁ ଚିକିତ୍ସା ପାଇଁ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କ୍ୟାନ୍‌ସର ହସ୍ପିଟାଲ ଯାଇଥିଲେ। ଏହି ହସ୍ପିଟାଲର ଡାକ୍ତର ଅନୁପମ ଦତ୍ତ ଏବଂ ଡାକ୍ତର ସୌମେନ୍‌ ଦାସ ପରୀକ୍ଷା କରି ଜାଣିଥିଲେ ଏହି ମହିଳା ଜଣକ ପୁରୁଷ। ଡାକ୍ତରଙ୍କ କହିବା ଅନୁସାରେ, ବାହାରକୁ ଏମାନେ ଦେଖିବାକୁ ମହିଳା। ତାଙ୍କ କଣ୍ଠସ୍ବର, ଶରୀର ଏବଂ କିଛି ଅଙ୍ଗ ମହିଳାଙ୍କ ପରି। ମାତ୍ର ୟୁଟ୍ରେସ୍‌ ଏବଂ ଅଣ୍ଡକୋଶ ନ ଥାଏ। ଦୁଇ ଡାକ୍ତର କହିଛନ୍ତି, ଏହି ମହିଳାଙ୍କୁ ଟେଷ୍ଟିକ୍ୟୁଲାର କ୍ୟାନସର ହୋଇଛି। ଯାହା ପୁରୁଷଙ୍କୁ ହୋଇଥାଏ। ଏହି ରୋଗ ୨୨ ହଜାର ଲୋକଙ୍କ ମଧ୍ୟରେ ଜଣକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କୁ ଚିଠି ଲେଖି ମନ୍ଦିର ଦାନବାକ୍ସରୁ ଟଙ୍କା ନେଇଗଲେ ଚୋର, ପଢ଼ନ୍ତୁ ଚିଠିରେ କ’ଣ ଲେଖାଥିଲା

ଜଣେ ଚୋର ଅଭିନବ ଉପାୟରେ ଚୋରି କରିଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଚୋର ଜଣକ ମାନବିକତା ସହକାରେ ଚୋରି କରିଛନ୍ତି। ତାହା ପୁଣି କୌଣସି...

ଦମକଳ ବାହିନୀଙ୍କ ସହାୟତା ପାଇଁ ୩୩୮ ଫୁଟ ଲମ୍ବ ୯୦ କିଲୋ ପିଜା ତିଆରି କଲେ ଭଉଣୀ-ଭାଇ

ସିଡ୍‌ନୀ,୨୫।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁରେ ଅନେକ କ୍ଷତି ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ମୃତ୍ୟୁ ଘଟିଥିବା ଦମକଳ ବାହିନୀ କର୍ମଚାରୀଙ୍କ ଲାଗି ଅଷ୍ଟ୍ରେଲିଆରେ...

ଲୋକସଂଖ୍ୟା ବଢାଇବାର ଲୋଭନୀୟ ଅଫର : ମାଗଣାରେ ପାଇବେ ଘର ଓ ମାସକୁ ୪୦ହଜାର ଟଙ୍କା

ଏଥେନ୍ସ: ଗ୍ରୀସର ଦ୍ୱୀପ ଏନ୍ତିକେଥେରାରେ ଲୋକସଂଖ୍ୟ। ବୃଦ୍ଧି କରିବା ପାଇଁ ସେଠାକାର ସରକାର ଏକ ଅଫର ଦେଇଛନ୍ତି। ସେହି ଦ୍ୱୀପରେ ରହିଲେ ମାଗଣାରେ ଘର ଓ...

ଏକ କଖାରୁ ଉଠାଇବା ପାଇଁ ଆସିଲା କ୍ରେନ୍‌, ଏହାର ଓଜନ ଜାଣିଲେ…

ସମସ୍ତେ କଖାରୁ ଦେଖିଥିବେ ନିଶ୍ଚିତ। ମାତ୍ର ୧ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। ଯଦି ନା ତେବେ ବାର୍ନେସିଭିଲ୍‌ରେ ଏପରି ଦେଖିବାକୁ ମିଳିଛି। ଏହି...

ନଡ଼ା କାରିଗରୀ

ନଡ଼ାରେ ତିଆରି ବିଭିନ୍ନ କଳାକୃତି ପ୍ରଦର୍ଶନ କରି ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍‌ ପ୍ରଶଂସିତ ହୋଇପାରିଛନ୍ତି ସେ । ଏଥିପାଇଁ ତାଙ୍କୁ ମିଳିଛି ଅନେକ...

ସ୍ତ୍ରୀଙ୍କୁ କରୋନା ହୋଇଥିବା ଶୁଣି ଜୀବନ ହାରିଲେ ସ୍ବାମୀ

ମୁଜାଫରପୁର, ୧୧।୮: ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଶୁଣିବା ପରେ ହାର୍ଟଆଟାର୍କରେ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଆନନ୍ଦପୁର...

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ୬୦ ବର୍ଷର ଶ୍ୱଶୁରଙ୍କୁ ବିବାହ କଲେ ବୋହୂ

ଓ୍ବାଶିଂଟନ,୨୧।୪: ଆମେରିକାର ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ୱିଗ୍ଲି ନାମକ ଏହି ମହିଳାଙ୍କୁ...

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

Advertisement
Archives

Model This Week