Posted inଫୁରସତ

୬୧ ମିନିଟ୍‌ ଭିଡିଓରେ ୧୦ ବର୍ଷର ସୂର୍ଯ୍ୟ

ଓ୍ବାଶିଂଟନ,୨୯ା୬: ସୂର୍ଯ୍ୟଙ୍କ ଉପରେ ୧୦ ବର୍ଷ ଧରି କ୍ରମାଗତ ନଜର ରଖିଥିଲା ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ର ସୋଲାର ଡାଇନାମିକ୍ସ ଅବଜରଭେଟୋରି (ଏସ୍‌ଡିଓ)। ସେହି ୧୦ବର୍ଷିଆ ଟାଇମ୍‌-ଲାପ୍ସ୍‌ ଭିଡିଓକୁ ନେଇ ନାସା ପ୍ରସ୍ତୁତ କରିଛି ୬୧ ମିନିଟ୍‌ର ଭିଡିଓ। ନାସା ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ତାହା ଭାଇରାଲ ହୋଇଛି। ୧୦ ବର୍ଷ ମଧ୍ୟରେ ଏସ୍‌ଡିଓ ସୂର୍ଯ୍ୟଙ୍କ ୪୨କୋଟି ୫୦ ଲକ୍ଷ ହାଇ-ରିଜୋଲ୍ୟୁଶନ ଚିତ୍ର ସଂଗ୍ରହ କରିଥିବା ନାସା ପକ୍ଷରୁ କୁହାଯାଇଛି।
ସୂର୍ଯ୍ୟଙ୍କ ୧୧ ବର୍ଷିଆ ସୌରଚକ୍ର ସମୟର ଗତିବିଧିରେ ବୃଦ୍ଧି ଏବଂ ହ୍ରାସ ହେଉଥିବା ଟାଇମ୍‌-ଲାପ୍ସ ଭିଡିଓ ଫୁଟେଜ୍‌ରୁ ଦେଖିବାକୁ ମିଳିଛିି ବୋଲି ନାସା ପକ୍ଷରୁ କୁହାଯାଇଛି। ଏଥିତ୍ରୁ ଆମ ନିକଟତମ ନକ୍ଷତ୍ର ସମ୍ପର୍କରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ ଅଧିକ ଜାଣିବାକୁ ମିଳିବ। ଏହାସହିତ ସୌର ପ୍ରଣାଳୀ ଉପରେ ଏହାର କିପରି ପ୍ରଭାବ ପଡ଼ୁଛି ତାହା ଜାଣିବାରେ ସହାୟକ ହେବ ବୋଲି କୁହାଯାଇଛି। ନାସା ଅନୁଯାୟୀ, ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ଏକ ଚକ୍ର ଦେଇ ଗତି କରେ, ଯାହାକୁ ସୌର ଚକ୍ର କୁହାଯାଏ। ପ୍ରତି ୧୧ ବର୍ଷରେ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ସମ୍ପୂର୍ଣ୍ଣ ବଦଳିଯାଏ ଏବଂ ଏହାର ଉତ୍ତର ଓ ଦକ୍ଷିଣ ପୋଲଗୁଡ଼ିକ ସ୍ଥାନ ପରିବର୍ତ୍ତନ କରେ।
ନାସା ୬୧ ମିନିଟର ଭିଡିଓ ମାଧ୍ୟମରେ ୧୦ ବର୍ଷର ସୂର୍ଯ୍ୟଙ୍କୁ ଦେଖାଇଛି। ଏହି ସମୟ ମଧ୍ୟରେ ପ୍ରତି ଘଣ୍ଟାର ଗୋଟିଏ ଚିତ୍ରକୁ ବ୍ୟବହାର କରାଯାଇଛି। ଭିଡିଓଟି ଗୋଟିଏ ସେକେଣ୍ଡରେ ଗୋଟିଏ ଦିନ ଦେଖାଉଛି। ଭିଡିଓର ଶୀର୍ଷକ ରହିଛି ‘ଏ ଡିକେଡ୍‌ ଅଫ୍‌ ସନ୍‌’ ଅର୍ଥାତ୍‌ ‘ଏକ ଦଶନ୍ଧିର ସୂର୍ଯ୍ୟ’। ଏହା ବୁଧବାର ରିଲିଜ୍‌ ହେବା ପରଠାରୁ ୟୁଟ୍ୟୁବ୍‌ରେ ୮.୪ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ନାସା କହିଛି ଯେ, ବାହ୍ୟ ବାତାବରଣକୁ କାବୁ କରିବା ପାଇଁ ୧୭.୧ ନାନୋମିଟର ବିଶିଷ୍ଟ ଅତ୍ୟଧିକ ଅତିବାଇଗଣୀ ତରଙ୍ଗଦୈର୍ଘ୍ୟରେ ଟାଇମ-ଲାପ୍ସ ଚିତ୍ରଗୁଡ଼ିକ ଉତ୍ତୋଳନ କରାଯାଇଛି। ଏଥିସହ ନାସା ସ୍ପଷ୍ଟ କରିଛି ଯେ, ପୃଥିବୀ କିମ୍ବା ଚନ୍ଦ୍ର ଦେଇ ଯାଉଥିବା ଏସ୍‌ଡିଓ ଯୋଗୁ ଭିଡିଓରେ କଳା ଫ୍ରେମ ଦେଖାଯାଉଛି। ୨୦୧୬ରେ ଏକ ଉପକରଣ ବିଫଳତାର ପରିଣାମସ୍ବରୂପ ଲମ୍ବା ବ୍ଲାକଆଉଟ୍‌ ହୋଇଗଲା।
ସୂଚନାଥାଉ କି, ସୂର୍ଯ୍ୟଙ୍କୁ ପାର କରିବା ସମୟରେ ବୁଧଙ୍କ ଏକ ଟାଇମ୍‌-ଲାପ୍ସ ନାସା ପକ୍ଷରୁ ୨୦୧୬ରେ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri