ଟେକ୍ସାସ ଗୁଳିକାଣ୍ଡରେ ୨୧ ମୃତ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି

ଟେକ୍ସାସ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ ଅନୁସାରେ) ଜଣେ ୧୮ ବର୍ଷିୟ ବାଳକ ହଠାତ୍ ଆଖିବୁଜା ଗୁଳିଚାଳନା କରିବାରୁ ୧୮ ଜଣ ଶିଶୁ ଓ ୩ ଜଣ ବୟସ୍କଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆମେରିକା ମିଡିଆ ଟେକ୍ସାସ ଗଭର୍ନର ଗ୍ରେଗ ଏର୍ବାଟଙ୍କ ସୂଚନା ଅନୁଯାୟୀ, ରାଁବ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଗୁଳିକାଣ୍ଡରେ ଡଜନେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ପୋଲିସର ପାଲଟା ଆକ୍ରମଣରେ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ରାଁବ ଏଲିମେଣ୍ଟାରୀ ସ୍କୁଲରେ ହୋଇଥିବା ଗୁଳିକାଣ୍ଡ ଅତ୍ୟନ୍ତ ଦୁଃଖଦାୟକ । ଏହି ଘଟଣାରେ ମୃତ ଲୋକଙ୍କ ସମ୍ମାନ ଉଦ୍ଦେଶ୍ୟରେ ସମସ୍ତ ସେନା, ନୌସେନା ଜାହାଜ, ଷ୍ଟେଶନ ସମେତ ବିଦେଶରେ ଥିବା ସମସ୍ତ ଆମେରିକା ଦୂତାବାସ ଓ ଅନ୍ୟ କାର୍ଯ୍ୟାଳୟରେ ୨୮ ମେ’ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ବାଇଡେନ ଟେକ୍ସାସର ଗଭର୍ନର ଗ୍ରେଗ ଏର୍ବାଟଙ୍କ ସହ କଥା ହୋଇଛନ୍ତି, ଯାହାଫଳରେ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ସହାୟତା କରାଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ବସ୍ତୁକୁ ନେଇ ନିଜ ମତ ରଖିଲେ ରାଷ୍ଟ୍ରପତି ବାଇଡେନ୍‌

ଓ୍ବାଶିଂଟନ୍‌,୧୭।୨:ଆମେରିକାର ଆକାଶରେ ଅଜଣା ବସ୍ତୁ ଏବଂ ବେଲୁନ ଖସାଇବାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜ ମତ ରଖିଛନ୍ତି। ବାଇଡେନ କହିଛନ୍ତି, ଏହି ତିନୋଟି...

ପାକିସ୍ତାନକୁ ଝଟକା, ସିପିଇସି ସମେତ ଅନ୍ୟ ପ୍ରକଳ୍ପକୁ ସ୍ଥଗିତ ରଖିଲା ଚାଇନା

ବେଜିଂ/ଇସଲାମବାଦ,୨୭।୯: ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର ସମ୍ପ୍ରସାରଣକୁ ସ୍ଥଗିତ ରଖିଲା ଚାଇନା। ପ୍ରକଳ୍ପର ସମ୍ପ୍ରସାରଣକୁ ଅନୁମୋଦନ ନ କରିବାକୁ ଚାଇନା ନିଷ୍ପତ୍ତି ନେଇଛି। ଆର୍ଥିକ ସଙ୍କଟ...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ...

କାତାର-ଇକ୍ୱେଡର ଉଦ୍‌ଘାଟନୀ ନଭେମ୍ବର ୨୦ରେ

ଜେନେଭା, ୧୩ା୮(ଏପି): ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା) ଏ ସମ୍ପର୍କରେ ଗୁରୁବାର ଆନୁଷ୍ଠାନିକ...

ମୋଦି-ମୋଦି ସ୍ଲୋଗାନରେ କମ୍ପିଲା ଇଜିପ୍ଟ, ବଲିଉଡ୍‌ ଗୀତ ଗାଇ ଜଣାଇଲେ ସ୍ବାଗତ

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇଦିନିଆ ବିଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୋଲି ବିମାନବନ୍ଦରରେ ମୋଦିଙ୍କୁ...

ବ୍ରିଟିଶ ସଂସଦ ଭବନରେ ଗୀତା ମହୋତ୍ସବ : ସୁଷମା ସ୍ବରାଜ ଭାଗ ନେବାକୁ ଚାହିଁଥିଲେ

ଲଣ୍ଡନ: ବ୍ରିଟିଶ ସଂସଦ ଭବନ ହାଉସ ଅଫ କମନ୍ସ ପରିସରରେ ତିନିଦିନ ବ୍ୟାପୀ ଗୀତା ମହୋତ୍ସବ ଆରମ୍ଭ କରାଯାଇଛି। ମରିସସ୍‌ ପରେ ଏହା ଦ୍ୱିତୀୟ ମହୋତ୍ସବ।...

ଶିଶୁଙ୍କ ନିକଟରେ ଅଜଣା ରୋଗ ବଢାଇଲାଣି ଚିନ୍ତା

ଜେନେଭା,୩ ।୫: ସାରା ବିଶ୍ୱରେ ୨୦ରୁ ଅଧିକ ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଲିଭର ସମସ୍ୟାରେ ପୀଡିତ ହେବା ଚିନ୍ତାର କାରଣ ପାଲଟି ଯାଇଛି ।...

ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ ପାଳିଲେ ଦୀପାବଳି, ସମଗ୍ର ବିଶ୍ୱବାସୀଙ୍କୁ ଦେଲେ ଏହି ବାର୍ତ୍ତା

ଓ୍ବାଶିଂଟନ,୧୫ା୧୧: କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିୟା...

Advertisement
Archives

Model This Week