ଶ୍ରୀମନ୍ଦିର ନିକଟରେ ସେବାୟତଙ୍କୁ ଗୁଳି

ପୁରୀ ଅଫିସ,୨୫।୫: ପ୍ରାୟ ୨ ମାସ ପରେ ପୁରୀରେ ମଙ୍ଗଳବାର ଗୁଳିମାଡ଼ରେ ପୁଣି ଜଣେ ସେବାୟତଙ୍କ ମୁଣ୍ଡ ଗଡ଼ିଛି। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ୧୦ ମିଟର ଦୂର ଏମାର ମଠ ଚକଡ଼ାରେ ଘଟିଛି ଏହି ଘଟଣା। ୨ଜଣ ଦୁର୍ବୃତ୍ତ ପୁରୀ ତଳୁଚ୍ଛ ସାହିର ଶିବରାମ ପାତ୍ର (୨୭)ଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଶିବରାମଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଶିବରାମ ହେଉଛନ୍ତି ଶ୍ରୀଲୋକନାଥ ମନ୍ଦିରର ଯୋଗାଣିଆ ସେବାୟତ। ଜମି କିଣାବିକା ବ୍ୟବସାୟରେ ମଧ୍ୟ ସେ ଜଡିତ ଥିଲେ। ଗୁଳିକାଣ୍ଡ ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଶିବରାମଙ୍କ ପରିବାର ଲୋକେ ସିଂହଦ୍ୱାର ଥାନାରେ ଅଭିଯୋଗ କରି ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ସେହି ତଳୁଚ୍ଛ ସାହିର ଚନ୍ଦନ ବାରିକ (୨୧)ଙ୍କୁ ଅଟକ ରଖାଯିବା ସହ ତାଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପୋଲିସ ପଚରାଉଚରା କରିବା ସହ ଫେରାର ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟା କରାଯାଇଛି। ବହୁ ଦିନ ଧରି ଶିବରାମ ଓ ଚନ୍ଦନଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଲାଗି ରହିଥିଲା।
ରାତି ପ୍ରାୟ ୯ଟାରେ ଶିବରାମ ଏକ ବାଇକ୍‌ରେ ଯାଉଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ସେ ଟଳି ପଡ଼ିବାରୁ ଏମାର ମଠ ନିକଟରେ ଉପସ୍ଥିତ ଦୁଇ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସ୍‌ପି କନଓ୍ବର ବିଶାଲ ସିଂ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ଶିବରାମଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚନ୍ଦନଙ୍କୁ ଅଟକ ରଖାଯାଇଛି। ତେବେ ହତ୍ୟା କେଉଁ କାରଣରୁ କରାଯାଇଛି ଓ ହତ୍ୟା ପଛରେ କିଏ କିଏ ଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପଚରାଉଚରାରୁ ଅନ୍ୟ କିଛି ସହଯୋଗୀଙ୍କ ସମ୍ପର୍କରେ ମଧ୍ୟ ଜାଣିବାକୁ ମିଳୁଛି। ସନ୍ଦେହ ଘେରରେ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ପୋଲିସ ପ୍ରମାଣ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛି ବୋଲି ଏସ୍‌ପି କହିଛନ୍ତି।
ଶିବରାମଙ୍କ ମା’ କହିଛନ୍ତି ଯେ ତାଙ୍କ ପୁଅ ସନ୍ଧ୍ୟା ବେଳେ ଘରେ ସରବତ ପିଇ କରି ବାହାରକୁ ଆସିଥିଲେ। ଆସିବାର ଖୁବ୍‌ କମ୍‌ ସମୟ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ମିଳିଲା। ତାଙ୍କ ବାପା ରବିନାରାୟଣ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚନ୍ଦନ, ତାଙ୍କ ବଡ଼ଭାଇ ଦୀପକ ବାରିକ ଓ ବାପା ଲକ୍ଷ୍ମୀଧର ବାରିକ ସାହି ଭିତରେ ଠିଆ ହୋଇ ମୋ ପୁଅକୁ ମାରିଦେବା ପାଇଁ ଧମକ ଦେଇଥିଲେ। ଏହାପରେ ଏମାର ମଠ ନିକଟରେ ଗୁଳି କରି ମାରିସାରିବା ପରେ ସାହିକୁ ଆସି ପୁଅକୁ ମାରିଥିବା ବଡ଼ ପାଟିରେ ଚିତ୍କାର କରି କହିଥିଲେ। ସିଂହଦ୍ୱାର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ କହିଛନ୍ତି ଯେ, ଏତଲା ମିଳିବା ପରେ ୪୩/୨୦୨୨ ନମ୍ବରରେ ମାମଲା ରୁଜୁ ହୋଇଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ଧରିସାରିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜାଯାଉଛି।
ସୂଚନା ଥାଉକି, ଗତ ମାର୍ଚ୍ଚ ୧୬ରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ତଥା ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ବାରବାଟୀ ଜାଗାଘର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା। ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି କୃଷ୍ଣଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri