ଜିଟିର ଲଢୁଆ ବ୍ୟାଟିଂ, ୭ ୱିକେଟରେ ବିଜୟୀ…

କୋଲକାତା, ୨୪।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ  ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୮୯ ରନ୍ ଲକ୍ଷ୍ୟର ପିଛା କରି  ଜିଟି  ଲଢୁଆ ବ୍ୟାଟିଂ କରି ୧୯.୩ ଓଭରରେ  ୩ ୱିକେଟ ହରାଇ ୧୯୧ ରନ୍ ସଂଗ୍ରହ କରି ୭ ୱିକେଟରେ ବିଜୟୀ ହୋଇଛି ।

ଜିଟି  ପକ୍ଷରୁ ଶୁବମାନ ଗିଲ୍ ୨୧ ବଲରେ  ୩୫ ରନ୍ , ମାଥ୍ୟୁ ୱାଡେ ୩୦ ବଲରେ ୩୫ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ୨୭  ବଲରେ   ୪୦ ରନ୍ କରିଥିଲେ । ସେହିପରି ଡେଭିଡ୍ ମିଲର ଅପରାଜିତ ଭାବେ ୩୮  ବଲରେ  ୬୮ ରନ୍ କରିଥିଲେ ।

ପଶ୍ଚିମବଙ୍ଗର କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ନିର୍ଦ୍ଧାରିତ ୨୦ ଓଭରରେ ଆର୍‌ଆର୍‌ ଟିମ୍‌ ୬ ଓ୍ବିକେଟ ହରାଇ ୧୮୮ ରନ୍‌ କରିଥିଲା। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୯ ରନ୍‌ ରହିଥିଲା।

ଆର୍‌ଆର୍‌ ପକ୍ଷରୁ ଜୋସ୍‌ ବଟଲର ୫୬ ବଲ୍‌ରେ ୮୯ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେହିପରି ସଞ୍ଜୁ ସାମସନ୍‌ ୨୬ ବଲ୍‌ରେ ୪୭ ରନ୍‌, ଦେବଦୁତ ପାଦିକଲ୍‌ ୨୦ ବଲ୍‌ରେ ୨୮ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମୁଲା ଓ୍ବାନ୍‌ ଟିମ୍‌ ବିକ୍ରି କରିପାରେ ଓ୍ବିଲିୟମ୍ସ

ଲଣ୍ଡନ, ୩୦ା୫ (ଏଏଫ୍‌ପି):ଆର୍ଥିକ ସଙ୍କଟ ଦୃଷ୍ଟିରୁ ଓ୍ବିଲିୟମ୍ସ ଏହାର ଫର୍ମୁଲା ଓ୍ବାନ୍‌ ଟିମ୍‌ ବିକ୍ରି କରିବା ଲାଗି ବିଚାର କରୁଛି। ୨୦୧୯ ବର୍ଷ ଶେଷରେ ଓ୍ବିଲିୟମ...

ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା

ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍‌ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ...

୧୧୯ ରନ୍‌ କରିପାରିଲା ନାହିଁ ପାକିସ୍ତାନ

ହରାରେ,୨୩।୪: ସିରିଜ୍‌ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଜିତିବା ପାଇଁ ପାକିସ୍ତାନକୁ ଦରକାର ଥିଲା ୧୧୯ ରନ୍‌। ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ଆଗରେ ଥିଲା...

ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

୭୨ ବର୍ଷରେ ଲିଟିଲ୍‌ ମାଷ୍ଟର…

ନୂଆଦିଲ୍ଲୀ,୧୦।୭: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଶନିବାର ୭୨ ବର୍ଷ ପୂରଣ ହୋଇଛି। ସେ ୧୯୪୯ ଜୁଲାଇ ୧୦ରେ ମୁମ୍ବାଇଠାରେ ଜନ୍ମ...

ଅହମ୍ମଦାବାଦରେ ହେବ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ନୂଆଦିଲ୍ଲୀ,୧୮।୫(ପି.ଟି.)- ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅହମ୍ମଦାବାଦସ୍ଥିତ ଟ୍ରାନ୍ସଷ୍ଟାଡିୟା ଏରିନାଠାରେ ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ନେଟ୍ସରେ ବୋଲିଂ କଲେ ହାର୍ଦ୍ଦିକ

ଦୁବାଇ,୨୮।୧୦: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ମାସରେ ପ୍ରଥମ ଥର ନେଟ୍ସରେ ବୋଲିଂ କରିଛନ୍ତି। ଏଥିଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଖେଳିବାର ସମ୍ଭାବନା ବୃଦ୍ଧି...

କେବଳ ଚୌକା/ଛକା ମାରି ୨୧୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌: ୧୦ ଘଣ୍ଟା ବ୍ୟାଟିଂ କରି ଭାଙ୍ଗିଥିଲେ…

ଜଣେ ବ୍ୟାଟ୍ସମ୍ୟାନଙ୍କ ପ୍ରକୃତ ପରୀକ୍ଷା ଟେଷ୍ଟ କ୍ରିକେଟରେ ଅଛି। ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନ, କ୍ରିକେଟ ଦୁନିଆରେ ତାଙ୍କ ସ୍ଥିତି ଜାହିର କରିବାରେ ସୁଯୋଗ ପାଇଥାନ୍ତି। ଟେଷ୍ଟ...

Advertisement
Archives

Model This Week