‘ଆର୍ସି’: କେଜିରୁ ପିଜି ପିଲା ପାଇବେ ସୁବିଧା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଶିକ୍ଷା କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଥିଲା। ଅନ୍‌ଲାଇନ୍‌ ପାଠପଢ଼ା ହେଉଥିଲେ ମଧ୍ୟ ସମସ୍ତେ ଏହାର ସୁଯୋଗ ପାଉ ନ ଥିଲେ କିମ୍ବା ଅନେକେ ଏହାର ସଦୁପଯୋଗ କରିପାରୁ ନ ଥିଲେ। ସେହିପରି ଉଚ୍ଚଶିକ୍ଷା ଓ ଚାକିରି ପାଇଁ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ନାନା ସମସ୍ୟା ବାଟ ଓଗାଳିଥାଏ। ବାହାରେ ଘର ଭଡ଼ା ନେଇ ରହିବା, ଖାଇବା, କୋଚିଂ ନେବା ପାଇଁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ ବିଶେଷକରି ଆର୍ଥତ୍କ ସ୍ବଚ୍ଛଳ ନ ଥିବା ଛାତ୍ରୀଛାତ୍ର ଏଥିରୁ ବଞ୍ଚତ୍ତ ହୋଇଥାନ୍ତି। ଏସବୁ ସମସ୍ୟାରୁ ମୁକୁଳି କିପରି ଛାତ୍ରୀଛାତ୍ର ନିଜ ସ୍ବପ୍ନ ବା ଲକ୍ଷ୍ୟ ପୂରଣ କରିବେ, ତାହାର ସମାଧାନର ବାଟ ଖୋଲିଛନ୍ତି ହାଇଦ୍ରାବାଦର ଓଡ଼ିଆ ଦମ୍ପତି ଡା. ଅନୁପମା ମହାନ୍ତି ଓ ସ୍ବାମୀ ଅଜୟ କୁମାର ମହାନ୍ତି। ଆରମ୍ଭ କରିଛନ୍ତି ଏଡ୍‌ଟେକ୍‌ ଆପ୍‌ ‘ଆର୍ସି’ (AARSHI)। ଏହି ଶିକ୍ଷା ଆପ୍‌ର ମୁଖ୍ୟ ଡାକ୍ତର ଅନୁପମା ରହିଥିବାବେଳେ ଅଜୟ ସହପ୍ରତିଷ୍ଠାତା ଭାବେ କାର୍ଯ୍ୟ କରୁଛନ୍ତି। ଘରେ ରହି ବିନା ଖର୍ଚ୍ଚରେ ଏଥିରୁ ଗୁଣାତ୍ମକ ଶିକ୍ଷା ଲାଭ କରିବାର ବ୍ୟବସ୍ଥା ରହିଛି। କେଜିରୁ ପିଜି ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଏଥିରେ ଉପକୃତ ହୋଇପାରିବେ। ଜଣେ ପିଲା ସ୍କୁଲ, କଲେଜର ପାଠ୍ୟକ୍ରମ ସହ ଅଧିକ କିଛି ପ୍ରକାଶନ ପୁସ୍ତକ ଏହି ଆପ୍‌ ମାଧ୍ୟମରେ ପଠନ କରିପାରିବେ। ଆର୍ସି ଆପ୍‌ ଗୁଗଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି। ଏହାକୁ http://Inkd.in/dwW92GHq ଲିଙ୍କ୍‌ ଜରିଆରେ ଡାଉନ୍‌ଲୋଡ୍‌ କରାଯାଇ ପାରୁଛି।
୨୦୨୧ ଅଗଷ୍ଟ ୨ରେ ‘ଆର୍ସି’ର ପଞ୍ଜୀକରଣ ହୋଇଥିବାବେଳେ ବର୍ତ୍ତମାନ ୨୦୦ରୁ ଊଦ୍ଧର୍‌ବ ସବ୍‌ସ୍କ୍ରାଇବର ହୋଇସାରିଲେଣି। ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବା ପାଇଁ ଆପ୍‌ରେ କଣ୍ଟେଣ୍ଟଗୁଡ଼ିକୁ ଆନିମେଟେଡ୍‌ କରାଯାଇଛି। ସେହିପରି ଯୁକ୍ତ୨ ସହ ସିବିଏସ୍‌ଇ ଓ ଅନ୍ୟ ବୋର୍ଡ ପାଇଁ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ରହିଛି। ସବୁ ଶ୍ରେଣୀର ପିଲା ସମାନ ପାଠ୍ୟକ୍ରମକୁ ସବୁ ଭାଷାରେ ପଢ଼ିବାର ସୁଯୋଗ ପାଇବେ। ବର୍ତ୍ତମାନ ଇଂଲିଶରେ ସବୁ କଣ୍ଟେଣ୍ଟ ରହିଛି। ଏଥିସହିତ ଜର୍ମାନ ଭାଷାର ମଧ୍ୟ ଗୋଟିଏ କଣ୍ଟେଣ୍ଟ ରହିଥିବାବେଳେ ଆଗକୁ ୨୩ ଭାଷାର ପାଠ୍ୟକ୍ରମ ରଖିବାକୁ ଯୋଜନା ରହିଛି। ସେହିଭଳି ହାଇଦ୍ରାବାଦ ଓ ଭୁବନେଶ୍ୱରରେ ଏକ ଷ୍ଟୁଡିଓ ରହିବ। ସେଠାରେ ମହିଳାଙ୍କୁ ନିଯୁକ୍ତିର ସୁଯୋଗ ଦିଆଯିବ। ସେମାନେ କଣ୍ଟେଣ୍ଟ ଲେଖିବା ସହିତ ଲାଇଭ୍‌ କ୍ଲାସ୍‌ ମଧ୍ୟ କରିବେ। ତେବେ ଏହା ଏକ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମ। ଏଥିରେ ବିଶେଷକରି ମହିଳାମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ ବୋଲି ଅଜୟ ମହାନ୍ତି କହିଛନ୍ତି। ସେହିଭଳି ପ୍ରତିବର୍ଷ ୧୦ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଆର୍ସିଆନ୍‌ ମେଧାବୃତ୍ତି ଦେବାର ବ୍ୟବସ୍ଥା କରାଯାଉଛି। ଆପ୍‌ ସମ୍ପର୍କରେ ଡା. ଅନୁପମା କହିଛନ୍ତି, ଗତ ୧୫ ବର୍ଷ ହେଲା ସ୍ବାମୀ ଅଜୟ କୁମାର ମହାନ୍ତିଙ୍କ ସହ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିଛି। ତେଣୁ ମୋର ବିଶ୍ବାସ ଆହୁରି ଦୃଢ଼ୀଭୂତ ହୋଇଛି। ଏବେ ଯେଉଁ ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ତାହା ସଫଳ ହେବ ବୋଲି ଆଶା ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ: ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୨୯ ଆକ୍ରାନ୍ତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଓଡ଼ିଶା ପାଇଁ ଖୁସି ଖବର। ମଙ୍ଗଳବାର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯ଜଣ...

ପୁଣି ବର୍ଷା: ୧୮ରେ ହାଲ୍‌କା ୧୯, ୨୦ରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର ପଶ୍ଚିମ...

ଭିନ୍ନକ୍ଷମ ପରିଚୟ ପ୍ରଦାନ କର୍ମଶାଳା

  ଦେବଗଡ, ୨୫ା୧୨(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନା ପରିସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭିନ୍ନକ୍ଷମ ପରିଚୟ ପ୍ରଦାନ ନିମନ୍ତେ...

ଭିମ୍‌ସାରରେ ୧୧୫ ସ୍ଥାୟୀ ଡାକ୍ତର ପଦ ଖାଲି

ସମ୍ବଲପୁର,୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍‌ସାରରେ ୨ବର୍ଷ ହେବ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯାଉ ନାହିଁ। ଖାଲିପଡିଥିବା ଶହେରୁ ଊର୍ଦ୍ଧ୍ୱ ପଦ ପୂରଣ ପାଇଁ କର୍ତ୍ତୃପକ୍ଷ...

ବିଏମ୍‌ସି ଅଞ୍ଚଳରେ ପୂର୍ବ କଟକଣା ବଳବତ୍ତର

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ କରିବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୂର୍ବ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ...

ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ!

ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଦିନବେଳା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ବିଚାର...

ସ୍ମାର୍ଟ ହୋଇପାରୁନି ଶିକ୍ଷାଦାନ

ବଇଣ୍ଡା,୩।୧୨(ଡି.ଏନ.ଏ.) ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ ଚାଲିଛି। ଭିତ୍ତିଭୂମି, ଶିକ୍ଷାଦାନକୁ ସ୍ମାର୍ଟ କରାଯିବାର ବ୍ୟବସ୍ଥା ହେଉଛି। ଇତିମଧ୍ୟରେ ଅନୁଗୋଳ ଜିଲାର ୯୦ଟି ବିଦ୍ୟାଳୟକୁ ସ୍ମାର୍ଟ ବୋଲି ଘୋଷଣା...

ଅଣବସ୍ତିରୁ ବାହାରୁଛନ୍ତି ଅଧିକ ଆକ୍ରାନ୍ତ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ମଙ୍ଗଳବାର ୩୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମ୍‌ସି ଅଞ୍ଚଳରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୯୩୧ରେ...

Advertisement
Archives

Model This Week