ଦକ୍ଷିଣ ଏସିଆରେ ଆତଙ୍କବାଦ, ୨୨ ବର୍ଷରେ ଲକ୍ଷେ ୪୦ ହଜାରରୁ ଅଧିକ ଆକ୍ରମଣ…

ନୂଆଦିଲ୍ଲୀ/କାବୁଲ/ଇସଲାମାବାଦ, ୨୬।୪ : ଭାରତ ସମେତ ଦକ୍ଷିଣ ଏସିଆରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଗତ ୨୨ ବର୍ଷ ମଧ୍ୟରେ ଦକ୍ଷିଣ ଏସିଆର ଆଫଗାନିସ୍ତାନ, ପାକିସ୍ତାନ, ଭାରତ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ମାଳଦ୍ୱୀପ ଏବଂ ଭୁଟାନ ଆଦି ଦେଶରେ ଲକ୍ଷେ ୪୦ ହଜାରରୁ ଅଧିକ ଆତଙ୍କବାଦୀ ଆକ୍ରମଣ ଘଟିଛି ଥିବା ନେଇ ସାଉଥ୍‌ ଏସିଆ ଟେରରିଷ୍ଟ୍‌ ପୋର୍ଟାଲରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୨୦୦୦ଠାରୁ ୧୯ ଏପ୍ରିଲ୍‌ ୨୦୨୨ ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର ରିପୋର୍ଟ ଏଥିରେ ପ୍ରକାଶିତ ହୋଇଛି। ସର୍ବାଧିକ ଆତଙ୍କବାଦୀ ଆକ୍ରମଣ ଆଫଗାନିସ୍ତାନରେ ଘଟିଛି। ଆଫଗାନିସ୍ତାନରେ ମୋଟ ୬୪,୦୨୭ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ରହିଛି। ପାକିସ୍ତାନରେ ଏହି ସମୟ ମଧ୍ୟରେ ୨୯,୭୮୧ ଆତଙ୍କବାଦୀ ଆକ୍ରମଣ ଘଟିଛି।

ତାଲିକାରେ ତିୃତୀୟ ସ୍ଥାନରେ ଭାରତ ରହିଛି। ଭାରତରେ ଗତ ୨୨ ବର୍ଷ ମଧ୍ୟରେ ୨୩,୨୫୭ ଆତଙ୍କବାଦୀ ଆକ୍ରମଣ ଘଟିଛି। ସେହିପରି ଶ୍ରୀଲଙ୍କାରେ ୧୪,୪୮୦, ନେପାଳରେ ୭,୧୩୫, ବାଂଲାଦେଶରେ ୫,୯୦୭,ମାଳଦ୍ୱୀପରେ ୩୪ ଏବଂ ଭୁଟାନରେ ୨୮ ଆତଙ୍କବାଦୀ ଆକ୍ରମଣ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?