ଅଫିସ୍‌ରେ ଭଡ଼ାଟିଆ ଠିକାସଂସ୍ଥା

ପରଜଙ୍ଗ, ୧୫।୭(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଜଳ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)-୧ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ୮ବର୍ଷ ହେଲା ଭଡ଼ାରେ ଲାଗିଛି। ଜଣେ ଠିକାସଂସ୍ଥାଙ୍କୁ ମାସିକ ୧୨ ହଜାର ଟଙ୍କାରେ ଉକ୍ତ ଅଫିସ୍‌ ଭଡ଼ାସୂତ୍ରରେ ଦିଆଯାଇଛି। ଦୁଇ ଯନ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହେବା ଏବଂ ଠିକାସଂସ୍ଥାର ଜଣେ କର୍ମଚାରୀ ଏହି ତଥ୍ୟ ପ୍ରଘଟ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି।
ଅଞ୍ଚଳବାସୀଙ୍କ କହିବା କଥା, ତାଳଚେର ଅଞ୍ଚଳର ସମ୍ପୃକ୍ତ ଠିକାଦାର ଜିଲାର ବିଭିନ୍ନ ଅଞ୍ଚଳରେ ଟେଣ୍ଡର ପକାଇ ଓଭର ହେଡ୍‌ ପାଣି ଟାଙ୍କି, ପାଇପ୍‌ ବିଛାଇବା ଆଦି କାର୍ଯ୍ୟ କରୁଛନ୍ତି। ଏବେ କାର୍ଯ୍ୟାଳୟରେ ଠିକାସଂସ୍ଥାର ବିଭିନ୍ନ ଉପକରଣ ରଖାଯାଉଛି। ଏହା ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସରକାରୀ କୋଠାରେ ରହୁଛନ୍ତି। ଅଧିକାଂଶ ସମୟ କାର୍ଯ୍ୟାଳୟ ଫାଟକରେ ତାଲା ଝୁଲୁଛି। ଅଞ୍ଚଳର କେହି ଅଭିଯୋଗ ଧରି ଗଲେ କର୍ମଚାରୀମାନେ ଇଚ୍ଛା ମୁତାବକ ଗେଟ୍‌ ଖୋଲୁଛନ୍ତି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ କାର୍ଯ୍ୟାଳୟକୁ ଅକ୍ତିଆରରେ ରଖିଥିବା ଠିକାସଂସ୍ଥାକୁ ତୁରନ୍ତ ବାହାର କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ସେମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗ ସମ୍ପର୍କରେ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ କୁହନ୍ତି, କାର୍ଯ୍ୟାଳୟରେ ପିଅନ କିମ୍ବା ରାତ୍ର ଜଗୁଆଳି ନ ଥିବାରୁ ଠିକାସଂସ୍ଥାକୁ କାର୍ଯ୍ୟାଳୟ ଜଗାରଖା କରିବାକୁ ଦିଆଯାଇଛି। ତାଙ୍କ ପୂର୍ବରୁ ଥିବା ଯନ୍ତ୍ରୀ ହେମନ୍ତ କୁମାର ନାୟକ ଏହି ସରକାରୀ କାର୍ଯ୍ୟାଳୟ ଭଡ଼ାରେ ଲଗାଇଥିଲେ। ତାଙ୍କ ସମୟରେ ଲକ୍ଷାଧିକ ଟଙ୍କାର ସରକାରୀ ସ୍କ୍ରାପ୍‌ ପରମହଂସପୁରଠାରେ ଥିବା କବାଡିଆ ଦୋକାନରେ ବିକ୍ରି କରାଯାଇଛି। ଏହି ଟଙ୍କାକୁ ପୂର୍ବତନ ଯନ୍ତ୍ରୀ ଏବଂ ଠିକାସଂସ୍ଥା କର୍ମଚାରୀ ଭାଗବାଣ୍ଟି ନେଇଛନ୍ତି। ଏହି ଘଟଣାକୁ ନେଇ ପୂର୍ବତନ ଯନ୍ତ୍ରୀ ଏବଂ ଠିକାସଂସ୍ଥା କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ଯନ୍ତ୍ରୀ ପ୍ରଧାନ କହିଛନ୍ତି। ତେବେ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ନୀଳମଣି ପାଣି ଏବଂ ପିଅନ ବିଶ୍ୱଜିତ ନାୟକ ନିୟୋଜିତ ଅଛନ୍ତି। ହେଲେ ଅଫିସରେ ନାଇଟ୍‌ ଓ୍ବାଚର ଏବଂ ପିଅନ ନ ଥିବାରୁ ସରକାରୀ କାର୍ଯ୍ୟାଳୟ ଠିକାସଂସ୍ଥାକୁ ଜଗାରଖା କରିବାକୁ ଦିଆଯାଇଥିବା ଯନ୍ତ୍ରୀ ପ୍ରଧାନ କହିବା ଘଟଣାକୁ ରହସ୍ୟାବୃତ୍ତ କରିଛି। ଏ ନେଇ ପୂର୍ବତନ ଯନ୍ତ୍ରୀ ହେମନ୍ତ କୁମାର ନାୟକ କୁହନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅମୂଳକ। ସେ ଓଲଟି ବର୍ତ୍ତମାନର ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନଙ୍କ ଉପରେ ଦୋଷ ଲଦିଛନ୍ତି। ସେ କହିଛନ୍ତି ଯନ୍ତ୍ରୀ ପ୍ରଧାନ ଉକ୍ତ ଠିକାସଂସ୍ଥା ସହାୟତାରେ ବିଭିନ୍ନ ସରକାରୀ ଯନ୍ତ୍ରପାତି ବିକ୍ରି କରୁଛନ୍ତି। ସରକାରୀ କୋଠା ଭଡ଼ାରେ ଲାଗିବା ସମ୍ପର୍କରେ ବିଡିଓ ବସନ୍ତ କୁମାର ମଲ୍ଲିକଙ୍କ ମତାମତ ଲୋଡ଼ାଯିବାରୁ ସେ କହିଛନ୍ତି, ଅଭିଯୋଗ ହୋଇଛି। ଘଟଣା କ’ଣ ହୋଇଛି ସେ ନେଇ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri