ସଜେଇ ହେଉଛି ଉଦଳା ସହର

ଉଦଳା, ୧୫ା୭(ଡି.ଏନ.ଏ.)-କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ ା ସବୁଜ ସୁନ୍ଦର ଉଦଳା ଏବେ କଳା ସଂସ୍କୃତିର ଝଲକରେ ଝଲସି ଉଠିଛି ା ଯେଉଁ ରାସ୍ତା କଡ଼ ପାଚେରି ଦିନେ ଅଲୋଡ଼ା ହୋଇ ପଡ଼ିରହିଥିଲା ତାହା ଆଜି କଥା କହୁଛି ା ଏହି ସହର ଏବେ ନୂଆ ରୂପ ନେଇଛି। ନୂଆବୋହୂ ପରି ସଜେଇ ହୋଇଛି। କେଉଁଠି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଚିତ୍ର ତ ଆଉ କେଉଁଠି ଲୁପ୍ତ ପ୍ରାୟ କୌଳିକ ବୃତ୍ତିର ଚିତ୍ର, ପୁଣି ଆଉ କେଉଁଠି ଆଦିବାସୀ ପରମ୍ପରା, ନୃତ୍ୟ ବାଦ୍ୟର ଚିତ୍ର। ଏହାର ବିନ୍ଧାଣୀ ସାଜିଛନ୍ତି ଉପଖଣ୍ଡ କାରିଗର ପଞ୍ଚାୟତର ସଦସ୍ୟମାନେ। କରୋନା ମହାମାରୀ ଲକ୍‌ଡାଉନ ସମୟରେ ପ୍ରଥମେ ନିଜ ଖର୍ଚ୍ଚରେ ଅଞ୍ଚଳର ବିଭିନ୍ନ କାନ୍ଥବାଡ଼ରେ କରୋନା ସଚେତନତା ନେଇ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଥିଲେ ସେମାନେ। ପୁଣି ଏବେ ସମଗ୍ର ସହରକୁ ସଜାଉଛନ୍ତି। ସକାଳ ହେଲେ ହାତରେ ରଙ୍ଗତୂଳୀ ଧରି ବିଭିନ୍ନ ପାଚେରିରେ ଆଙ୍କୁଛନ୍ତି ମୟୂରଭଞ୍ଜ କଳା, ସଂସ୍କୃତି ଏବଂ ପରମ୍ପରାର ଚିତ୍ର ା ଫଳରେ ନିର୍ଜୀବ ସିମେଣ୍ଟ ପାଚେରି ଏବେ କଳା ସଂସ୍କୃତିର କଥା କହୁଛି। ଉଦଳା ଥାନା ଛକଠାରୁ ଆରମ୍ଭ କରି ଏନଏସି ଅଧୀନସ୍ଥ ବିଭିନ୍ନ ୱାର୍ଡର କାନ୍ଥରେ ଚାଲିଛି ପେଣ୍ଟିଂ। କାରିଗର ପଞ୍ଚାୟତର ସଦସ୍ୟ ଜିତେନ୍ଦ୍ର ହେମ୍ବ୍ରମ୍‌, ସଞ୍ଜୀବ କୁମାର ବେହେରା, ଭଗବାନ ମହାପାତ୍ର କୁହନ୍ତି ବିଭିନ୍ନ ଖବରକାଗଜ କିମ୍ବା ଟେଲିଭିଜନ ଜରିଆରେ ହଜିଯାଉଥିବା କଳା ସଂସ୍କୃତି, ପରମ୍ପରାର ଝଲକ ଦେଖିବା ପରେ ଲୋକେ ତାହାକୁ ଭୁଲିଯାଉଛନ୍ତି ା ହେଲେ ଏହି କାନ୍ଥରେ ଅଙ୍କାଯାଇଥିବା ଚିତ୍ର ଗୋଟିଏ ସାଧାରଣ ମଣିଷକୁ ଦୁଇ ମିନିଟ୍‌ ଛିଡ଼ା କରିବାକୁ ବାଧ୍ୟ କରିବ। ଏହାସହିତ ଏହି ଚିତ୍ର ଜରିଆରେ ଲୋକେ କିଛି ସନ୍ଦେଶ ପାଇବେ ଏବଂ ସବୁବେଳେ ଏହି ଚିତ୍ର ଦେଖିବା ଫଳରେ ଲୋକେ ଆଉ ଦାଦନ ଖଟିବାକୁ ବାହାରକୁ ନ ଯାଇ ହଜିଯିବାକୁ ବସିଥିବା ନିଜର କୂଳବେଉସା କରି ପରିବାର ପ୍ରତିପୋଷଣ କରିପାରିବେ ବୋଲି ମତ ରଖିଛନ୍ତି କାରିଗର ପଞ୍ଚାୟତର ସଦସ୍ୟମାନେ ା ଏହି ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ସବୁଠାରୁ ନିଆରା, ଯେପରିକି ମାସ୍କ ପିନ୍ଧିବା, ଦୋକାନ ବଜାରରେ ସାମାଜିକ ଦୂରତା ଅବଲମ୍ବନ କରିବା, ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଭଳି ବିଭିନ୍ନ ବାର୍ତ୍ତା ସମସ୍ତଙ୍କୁ ଆକର୍ଷିତ କରିଛି। ତେବେ ସରକାରଙ୍କ ତରଫରୁ ଅଧିକ ସହଯୋଗ ମିଳିଲେ ସମଗ୍ର ଉଦଳାକୁ ଏକ ନୂଆ ରୂପ ଦିଆଯିବ ବୋଲି କାରିଗର ପଞ୍ଚାୟତର ସଦସ୍ୟମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ : ସାଢେ ୧୧ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଚାଷୀ ଆତ୍ମହତ୍ୟା...

ଶୁକ୍ରବାର ହେବ ନାଏବ ସରପଞ୍ଚ ନିର୍ବାଚନ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାରଠୁ ଆରମ୍ଭ ହେବ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ନାଏବ...

ଫାଷ୍ଟଫୁଡ ଷ୍ଟଲ୍‌ରେ ଚଢ଼ାଉ: ୨ କୁଇଣ୍ଟାଲ ଖାଦ୍ୟ ନଷ୍ଟ

କଟକ ଅଫିସ,୧୬।୧୧: କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଶୁକ୍ରବାର ବାଲିଯାତ୍ରାର ତଳ ଓ ଉପର ପଡ଼ିଆରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରାଯାଇଥିଲା। ସମସ୍ତ...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୮ା୭: ସ୍ଥାନୀୟ କଲେଜ ଛକ ନିକଟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକାଙ୍କ ଘର...

୩୧ ଯାଏ ଓଏଚ୍‌ଆର୍‌ସି କାର୍ଯ୍ୟାଳୟକୁ ପ୍ରବେଶ ମନା

ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୋଷାଳୀ ଭବନସ୍ଥିତ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଆସନ୍ତା...

ଡ୍ରେନ୍‌ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

କଟକ ଅଫିସ, ୨୨।୧୦: କଟକ ସୂତାହାଟ ଡ୍ରେନ୍‌ କଡ଼ରୁ ମଙ୍ଗଳବାର ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଶିଶିକନ୍ୟାଙ୍କୁ ଉଦ୍ଧାରକରି...

ଲାଞ୍ଚ ନେଇ ଧରାପଡିଲେ ବିଇଓ

ଝାରବନ୍ଧ,୯।୬(ଡି.ଏନ୍‌.ଏ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ। ଶିକ୍ଷକମାନଙ୍କ ବକେୟା ଦରମା ବିଲ୍‌ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ବରଗଡ଼ ଜିଲା ଝାରବନ୍ଧ...

ନବବଧୂଙ୍କୁ ନିର୍ଯାତନା ମାମଲା: ତିର୍ତ୍ତୋଲ ପୋଲିସ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୨ା୩: ତିର୍ତ୍ତୋଲ ଥାନା ଅଧୀନ ଦୋନ୍ଦୁଅ ଗ୍ରାମର ଜଣେ ନବ ବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଥିବା...

Advertisement
Archives

Model This Week