୭ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ରବିବାର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୦.୮ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୦.୫, ଝାରସୁଗୁଡ଼ା ୪୦.୪, ହୀରାକୁଦ ୪୦.୪, ବଲାଙ୍ଗୀର ୪୦.୪, ତାଳଚେର ୪୦ ଓ ବାରିପଦାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ସୋନପୁର ୩୯.୮, ଟିଟିଲାଗଡ଼ ୩୯.୮, ଭବାନୀପାଟଣା ୩୯.୫, ଅନୁଗୋଳ ୩୯.୧, ମାଲକାନଗିରି ୩୮.୫, ଭୁବନେଶ୍ୱର ୩୮.୪, ଫୁଲବାଣୀ ୩୮.୪, ବାଲେଶ୍ୱର ୩୭.୨, ଚାନ୍ଦବାଲି ୩୬.୫, କଟକ୩୭.୪, ପାରାଦୀପ ୩୨.୬, ପୁରୀ ୩୩.୨, କେନ୍ଦୁଝର ୩୭, କୋରାପୁଟ ୩୫.୬, ଦାରିଙ୍ଗବାଡ଼ି ୩୫.୫, ନୟାଗଡ଼ ୩୮, ଯାଜପୁର ୩୭ ଓ ପାରଳାଖେମୁଣ୍ଡି ୩୬.୫ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ରାଜ୍ୟରେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବାକି ସବୁ ଜିଲାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ ।

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଭୁବନେଶ୍ୱର,୨୦।୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ଶନିବାର ବୌଦ୍ଧରେ ସର୍ବୋଚ୍ଚ ଦିନ...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri