Posted inଜାତୀୟ

କ୍ଷମା ମାଗିଲେ ତେଜସ୍ବୀ ଯାଦବ

ପାଟନା,୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ କାର୍ଡ ଖେଳିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ। ୧୫ ବର୍ଷର ଲାଲୁ-ରାବିଡି ଶାସନରେ ହୋଇଥିବା ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଜସ୍ବୀଯାଦବ ଏକ ସଭାରେ ଶ୍ରମିକଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ୧୫ ବର୍ଷର ଆରଜେଡି ଶାସନ କାଳରେ ଘଟିଥିବା କୌଣସି ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ୧୫ ବର୍ଷର ଆରଜେଡି ଶାସନ କାଳରେ ଯାହା ଘଟିଥିଲା, ସେତେବେଳେ ଆମେ ଛୋଟ ଥିଲୁ ଏବଂ ସରକାରରେ କ’ଣ ଘଟୁଛି ତାହା ଜାଣି ନ ଥିଲୁ। ତଥାପି ସରକାର ଆମର ଥିଲା। ପିତା ଲାଲୁ ପ୍ରସାଦ ଯାଦବ ଲୋକଙ୍କ ପାଇଁ କାମ କରିଥିଲେ ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ୧୫ ବର୍ଷ ମଧ୍ୟରେ ଯଦି ଆମର କୌଣସିି ଅଭାବ କିମ୍ବା ଭୁଲ ଥାଏ, ତେବେ ଆମେ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରୁଛୁ। ତେଜସ୍ବୀ ଆହୁରି କହିଛନ୍ତି ଯେ ଯଦି ବିହାରର ଲୋକମାନେ ତାଙ୍କୁ ଆଉ ଏକ ସୁଯୋଗ ଦିଅନ୍ତି, ତେବେ ସେ ସେମାନଙ୍କ ସବୁ ସ୍ବପ୍ନ ପୂରଣ କରିବେ। ବିହାରର ଲୋକଙ୍କୁ ନିବେଦନ କରି କହିଛନ୍ତି ଯଦି ଲୋକେ ଗୋଟିଏ ପାଦ ଆଗକୁ ଯାଆନ୍ତି, ତେବେ ସେ ନିଜେ ଚାରି ପାଦ ଆଗକୁ ବଢିବାକୁ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ନାଟକୀୟ ଢଙ୍ଗରେ ପୁଣିଥରେ କଂଗ୍ରେସରେ ଯୋଗଦେଲେ ବସନ୍ତ କୁମାର

ନୂଆଦିଲ୍ଲୀ,୫।୧୨: ମହାରାଷ୍ଟ୍ର ପରେ ଏପେ ପୁଣିଥରେ କର୍ନାଟକରେ ରାଜନୀତି ଡ୍ରାମା ଆରମ୍ଭ ହୋଇଯାଇଛି। ଦୁଇଦିନ ପୂର୍ବରୁ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା...

ମାୟାବତୀଙ୍କୁ ଝଟ୍‌କା: କଂଗ୍ରେସ ହାତ ଧରିଲେ ୬ ବିଏସ୍‌ପି ବିଧାୟକ

ଜୟପୁର,୧୭।୯: ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ଲାଗିଛି ଝଟ୍‌କା। କାରଣ ଏଠାକାର ବହୁଜନ ସମାଜ ପାର୍ଟିର ୬ ଜଣ ବିଧାୟକ କଂଗ୍ରେସରେ ଯୋଗ ଦେଇଛନ୍ତି।...

ପୂର୍ବ ସିଜେଆଇଙ୍କ ନିଯୁକ୍ତି ବିରୋଧରେ ମାମଲା ଦାଖଲକାରୀଙ୍କଠାରୁ ଆଦାୟ ହେବ ଜରିମାନା, ପୋଲିସକୁ ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୬।୮ : ଭାରତରେ ପ୍ରଧାନ ବିଚାରପତି(ସିଜେଆଇ)ଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାର ପରମ୍ପରା ଉପରେ ପ୍ରଶ୍ନ ଉଠାଇଥିବା ସ୍ବାମୀ ଓମ (ବର୍ତ୍ତମାନ ମୃତ) ଏବଂ...

ଟାର୍ଗେଟ କିଲିଂ, ୧୫ ଦିନରେ ୧୧ ଜଣଙ୍କୁ ହତ୍ୟା କଲେଣି ଆତଙ୍କବାଦୀ…

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପକ୍ଷରୁ ଟାର୍ଗେଟ୍‌ କିଲିଂ ଜାରି ରହିଛି। ଚଳିତ ମାସରେ ଗତ ୧୫ ଦିନ ମଧ୍ୟରେ ଆତଙ୍କବାଦୀମାନେ ୧୧ ଜଣ ସାଧାରଣ ଲୋକଙ୍କୁ...

ଘନ କୁହୁଡ଼ି ନେଲା ୩ ଛାତ୍ରଙ୍କ ଜୀବନ

ହାଇଦ୍ରାବାଦ/ଓ୍ବାଶିଂଟନ,୨୬ା୧୦: ଆମେରିକାରେ ଘନ କୁହୁଡ଼ି ଯୋଗୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୩ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏନେଇ ସେମାନଙ୍କ ପରିବାର ପକ୍ଷରୁ ଆମେରିକାର...

କାବୁଲ ଦୂତାବାସରେ ଫସିଛନ୍ତି ୨୦୦ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଆଫାଗନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏବେ ବି ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅର୍ଦ୍ଧସାମରିକ ଯବାନ ରହିଛନ୍ତି। କାବୁଲ ବିମାନବନ୍ଦରରେ ଭାରତୀୟ...

ସଞ୍ଜୟ ରାଉତ ୨୨ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ…

ମୁମ୍ବାଇ, ୮।୮ : ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ କୋର୍ଟ ତାଙ୍କ ପ୍ରତି...

ଗରିବଙ୍କ ହିତରେ ବଜେଟ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟରେ ଶନିବାର ଉପସ୍ଥାପିତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ୪୪% ଲୋକ ଗରିବଙ୍କ ହିତରେ ବୋଲି ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି। ଏଥିରେ...

Advertisement
Archives

Model This Week