ପ୍ରେମସମ୍ପର୍କକୁ ସୁଦୃଢ଼ କରେ ଟେଡି ଉପହାର, ଜାଣନ୍ତୁ ଏହି ରଙ୍ଗର ଟେଡି ଦେଲେ…

ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ ଦେଇ ପ୍ରେମୀଯୁଗଳ ମୁହଁ ମିଠା କରିସାରିଥିବା ବେଳେ ୪ର୍ଥ ଦିନଟି ସବୁଠୁ କ୍ୟୁଟ୍‌ ଦିନ। ଏହି ଦିନଟିକୁ ଖାସ୍‌ କରିବା ପାଇଁ ପ୍ରେମୀଯୁଗଳ ଟେଡି ଡେ’ ପାଳନ କରିଥାନ୍ତି। ଟେଡି ଜରିଆରେ ମନର ଭାବନା ପରିପ୍ରକାଶ କରିବା ସତେ ଯେମିତି ଏକ ମାଧ୍ୟମ ହୋଇଥାଏ। ପରସ୍ପରକୁ ଟେଡି ଉପହାର ଦେଇ ପ୍ରେମସମ୍ପର୍କକୁ ଆହୁରି ସୁଦୃଢ଼ କରିଥାନ୍ତି।

ଦିନଟିକୁ ସ୍ମରଣୀୟ ତଥା ଆହୁରି ରୋମାଞ୍ଚକର କରିବା ପାଇଁ ଟେଡି ଉପହାର ଦିଆଯାଇଥାଏ। କପଲଙ୍କ ଚାହିଦାକୁ ଦେଖି ଆଜିକାଲି ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ଟେଡି ବିକ୍ରି ହେଉଛି। ସାଥୀଙ୍କୁ ଆକର୍ଷିତ କଲା ପରି ଟେଡି ବିୟର, ହାର୍ଟ ଶେପ୍‌ ଟେଡି, ଫ୍ରି ଟେଡି ଷ୍ଟିକ୍‌, ଟେଡି ବ୍ଲାକ୍ସ, ଟେଡି ରୋଜ୍‌, ଟେଡି ବୁକେ ଆଦି ଉପଲବ୍ଧ। ଏହାକୁ କିଣି ଏଥିରେ କିଛି ସାଥୀଙ୍କ ମନକୁ ଛୁଇଁଲା ପରି ବାର୍ତ୍ତା ଲେଖି ପଠାଇ ଦେଖନ୍ତୁ ସମ୍ପର୍କର ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିବ।

ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ ଏହା କ’ଣ ସୂଚାଇଥାଏ ତାହା ମଧ୍ୟ ଜାଣି ରଖନ୍ତୁ। ଲାଲ୍‌ ରଙ୍ଗ ହେଉଛି ପ୍ରେମର ପ୍ରତୀକ। ଲାଲ୍‌ ରଙ୍ଗର ଟେଡି ଦେଲେ ପ୍ରେମ ସମ୍ପର୍କ ମଜଭୁତ ହୋଇଥାଏ। ବ୍ଲୁ ରଙ୍ଗର ଟେଡି ଦେଲେ ଆପଣଙ୍କ ପ୍ରେମ ଆହୁରି ଗଭୀର ହୋଇଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଜୀବନ ଯେମିତି ଅଧୁରା ହୋଇଥାଏ। ଅରେଞ୍ଜ ରଙ୍ଗର ଟେଡି ଦେଲେ ସାଥୀଙ୍କୁ ଆପଣ ବହୁତ ଭଲ ପାଉଛନ୍ତି ବୋଲି ସୂଚାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri