Posted inଖେଳ

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ ୱେଷ୍ଟଇଣ୍ଡିଜ ଏହି ମ୍ୟାଚକୁ ପାଞ୍ଚ ୱିକେଟରେ ଜିତି ଇତିହାସ ସୃଷ୍ଟି କରିଛି। ଜିତିବା ପାଇଁ ୱେଷ୍ଟଇଣ୍ଡିଜକୁ ୩୫୨ ରନର ଆବଶ୍ୟକତା ଥିଲା; ସେମାନେ ଏହି ଲକ୍ଷ୍ୟ ହାସଲ କରିବା ସହ ଦିନିକିଆ କ୍ରିକେଟରେ ସେମାନଙ୍କର ସର୍ବାଧିକ ସଫଳ ରନ-ଚେଜ (ଲକ୍ଷ୍ୟ ପୂରଣ)ର ରେକର୍ଡ ସ୍ଥାପନ କରିଛନ୍ତି। ଯଦିଓ ଅନେକ ଲୋକ ଭାରତର ଏହି ପରାଜୟ ପାଇଁ ହୋପଙ୍କ ପ୍ରଦର୍ଶନକୁ ଦାୟୀ କରିଥିଲେ, ତଥାପି ଏହି ଫଳାଫଳ ପାଇଁ ପ୍ରକୃତରେ ଏମ.ଏସ. ଧୋନି ହିଁ ଦାୟୀ ଥିଲେ।
ମ୍ୟାଚ ପରେ ଖୋଦ ହୋପ ଏକଥା ପ୍ରକାଶ କରି କହିଥିଲେ ଯେ ଧୋନିଙ୍କ ଠାରୁ ସେ ଯେଉଁ ଶିକ୍ଷା ପାଇଥିଲେ, ତାହା ତାଙ୍କୁ ଭାରତ ବିପକ୍ଷରେ ମ୍ୟାଚ-ଜିତାଇବା ଭଳି ଇନିଂସ ଖେଳିବାରେ ସାହାଯ୍ୟ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ ୩୫୧ ରନ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ ୪୮.୨ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।
ୱେଷ୍ଟଇଣ୍ଡିଜର ବିଜୟରେ ହୋପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୧୪୩ଟି ବଲ ଖେଳି ୧୭ଟି ଚୌକା ଓ ୩ଟି ଛକା ସହାୟତାରେ ଅପରାଜିତ ୧୬୨ ରନ ସଂଗ୍ରହ କରିଥିଲେ। ଏହି ଇନିଂସ ପାଇଁ ୱେଷ୍ଟଇଣ୍ଡିଜ ଅଧିନାୟକଙ୍କୁ ‘ପ୍ଲେୟର୍‌ ଅଫ ଦି ମ୍ୟାଚ’ ଭାବେ ବିବେଚିତ କରାଯାଇଥିଲା। ମ୍ୟାଚ ପରେ ହୋପ ପ୍ରକାଶ କରିଥିଲେ ଯେ ଏକ ବିଶାଳ ଲକ୍ଷ୍ୟର ପିଛା କରୁଥିବା ସମୟରେ ସେ ଧୋନିଙ୍କର କିଛି ପରାମର୍ଶ ମନେ ପକାଇଥିଲେ। ହୋପ କହିଥିଲେ, ‘ମୁଁ ମହାନ ଏମ.ଏସ. ଧୋନିଙ୍କ ସହ କଥା ହୋଇଥିଲି। ସେ ମୋତେ କହିଥିଲେ ଯେ ତୁମେ ଯାହା ଭାବୁଛ, ତା’ଠାରୁ ତୁମ ପାଖରେ ସର୍ବଦା ଅଧିକ ସମୟ ଥାଏ। ତେଣୁ, ଆମେ ଲକ୍ଷ୍ୟ ହାସଲ ପ୍ରକ୍ରିୟାକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ଖେଳିବାକୁ ଚେଷ୍ଟା କଲୁ। ମୁଁ ଜାଣିଥିଲି ଯେ ପେନାଲ୍ଟି କାରଣରୁ ଭାରତକୁ ଫିଲ୍ଡରମାନଙ୍କୁ ସର୍କଲ ଭିତରକୁ ଆଣିବାକୁ ବାଧ୍ୟ ହେବାକୁ ପଡ଼ିବ, ତେଣୁ ମୁଁ ଧୈଯ୍ୟର ସହ ଖେଳିଲି।’
ମ୍ୟାଚ ପରେ, ୱେଷ୍ଟଇଣ୍ଡିଜ ଅଧିନାୟକ ହୋପ ସିରିଜରେ ତାଙ୍କ ଖେଳାଳିମାନଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, ‘ମୁଁ ଭାବୁଛି ଆମେ ମଝିରେ ମଝିରେ ଭଲ କ୍ରିକେଟ ଖେଳିଲୁ। ବ୍ୟାଟରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆମେ ନିରନ୍ତରତା ବଜାୟ ରଖିବାକୁ ଚାହୁଁଥିଲୁ ଏବଂ ଆମର ବ୍ୟାଟରମାନେ ସେହି ନିରନ୍ତରତା ପ୍ରଦର୍ଶନ କରିଥିଲେ। ବୋଲିଂ ଦୃଷ୍ଟିକୋଣରୁ, ଆଶା କରାଯାଉଛି ଯେ ଆମେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବୁ।’

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?