ବଡ଼ଖେମୁଣ୍ଡି ହାଇସ୍କୁଲରେ ଶିକ୍ଷକ ଅଭାବ; ସ୍ମାରକପତ୍ର ଦେଲେ ଛାତ୍ର

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲରେ  ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଯାହାଫଳରେ ଛାତ୍ରଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ବହୁସଂଖ୍ୟକ ଛାତ୍ର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ ମହାନ୍ତଙ୍କୁ ସାକ୍ଷାତ କରି ତୁରନ୍ତ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷା ବିଭାଗ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି। ସେ ବିଜ୍ଞାନ ସହିତ ଗଣିତ ପାଠ ପଠାଇବାରେ ଅସୁବିଧା ନଥିବା ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାର ଛାତ୍ରଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ହାଇସ୍କୁଲ   ରୁପାନ୍ତରୀକରଣ କରିବା ସହ ୨ ଟି ସ୍ମାର୍ଟ କ୍ଲାସ ରୁମ୍ ମଧ୍ୟ ନିର୍ମାଣ କରିଛନ୍ତି । ସେଥିରେ ଥିବା ୨ ଟି ସ୍ମାର୍ଟ ଟି.ଭି ଅଚଳ ହୋଇପଡିଛି। ସ୍ମାର୍ଟ କ୍ଲାସ ରୁମ୍ ରେ ଛାତ୍ର ମାନଙ୍କୁ କଳାପଟା ରେ ପଢ଼ାଯାଉଛି। ହାଇସ୍କୁଲରେ ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକଙ୍କ ଅଭାବ ହେତୁ ଶିକ୍ଷାଦାନ ବ୍ୟାଘାତ ହେଉଥିବା ସାମାଜିକ କର୍ମୀ ତାରାପ୍ରସାଦ ପଟ୍ଟନାୟକ  କହିଛନ୍ତି ।ଦିଗପହଣ୍ଡିରେ ଗତ ୧୯୧୩ ମସିହାରେ ହାଇସ୍କୁଲ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ହାଇସ୍କୁଲରେ ୬ ଷ୍ଠ ଶ୍ରେଣୀରେ ୩୭ ଛାତ୍ର, ୭ମ ରେ୫୭, ୮ମ ରେ ୪୫, ୯ମ ରେ ୭୦ ଏବଂ ୧୦ମ ଶ୍ରେଣୀରେ ୭୪ ସମୁଦାୟ ୨୮୩ ଜଣ ଛାତ୍ର ପାଠ ପଢୁଛନ୍ତି।  କିନ୍ତୁ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ସମେତ ୨ ଟିଜିଟି ଏମପିସି ଶିକ୍ଷକ ପଦବୀ ଖାଲି ପଡିଥିବାରୁ ୯ମ ଏବଂ ୧୦ମ ଶ୍ରେଣୀରେ ଶିକ୍ଷାବର୍ଷ ପ୍ରାରମ୍ଭରୁ ଆଜି ଯାଏ ଗୋଟିଏ ହେଲେ ଗଣିତ କ୍ଲାସ ହୋଇନାହିଁ।

ଗଣିତ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ସେହିପରି ୨ ଜଣ ଆଇ.ଏ ସିଟି ତାଲିମ ପ୍ରାପ୍ତ ଶିକ୍ଷକ ଏବଂ ୩ ମାଟ୍ରିକ ସି.ଟି ଶିକ୍ଷକ ପଦବୀ  ଖାଲି ପଡ଼ିଥିବା କାରଣରୁ ୬ଷ୍ଠ, ୭ମ ଏବଂ ୮ମ ଶ୍ରେଣୀ ପାଇଁ ଜଣେ ମାତ୍ର ଶିକ୍ଷକ ଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।କ୍ରୀଡା ଶିକ୍ଷକ ଏମ.ଗୌରାଙ୍ଗ ଅବସର ଗ୍ରହଣ କରିବା ପରେ କ୍ରୀଡା ଶିକ୍ଷକ ପଦବୀ ଖାଲି ପଡ଼ିଛି। ଛାତ୍ରଙ୍କ ପାଇଁ କୌଣସି ଖେଳ କୁଦ ହେଉନାହିଁ। ଅନ୍ୟପକ୍ଷରେ ହାଇସ୍କୁଲ ମୁଖ୍ୟକିରାଣୀ ପଦବୀ ଖାଲି ପଡିଥିବାରୁ ଶିକ୍ଷୟତ୍ରୀ ଶିକ୍ଷକ, କର୍ମଚାରୀଙ୍କ ମାସିକ ଦରମା ବିଲ୍ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ପରିଚାଳନା କରିବାରେ ଘୋର ଅସୁବିଧା ହେଉଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ ମହାନ୍ତି କହିଛନ୍ତି। ତାଙ୍କୁ ମଧ୍ୟ ନିମଖଣ୍ଡି ପେଣ୍ଠ ହାଇସ୍କୁଲକୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଛି। ଯେ କୌଣସି ମୁହୂର୍ତ୍ତରେ ସେ ରିଲିଭ ହୋଇଯିବେ ବୋଲି ଜଣାପଡିଛି। ୬ଷ୍ଠ ରୁ ୧୦ମ ୫ ଟି ଶ୍ରେଣୀ ପାଇଁ ୧୨ ଶିକ୍ଷୟତ୍ରୀ ଶିକ୍ଷକ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୩ ଜଣ ଶିକ୍ଷକ ୫ ଶିକ୍ଷୟତ୍ରୀ ନିଯୁକ୍ତ ଅଛନ୍ତି।ପୂର୍ବରୁ ୨ ଶିକ୍ଷକ ଭଗବାନ ପାତ୍ର ଏବଂ ରାମଚନ୍ଦ୍ର ମହାପାତ୍ର ଙ୍କୁ ଡେପୁଟେସନ ରେ ଅନ୍ୟ ସ୍କୁଲ କୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷରେ ହାଇସ୍କୁଲ ପରିଚାଳନା ପାଇଁ ଡ୍ରଇଂ ଅଥରିଟି କେହି ନଥିବା କାରଣରୁ ଦୀର୍ଘଦିନ ହେଲା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବାକି ରେ ଚାଲିଛି । ପ୍ରାୟ ୩ ମାସ ହେଲା ହାଇସ୍କୁଲକୁ ମଧ୍ୟାହ୍ନଭୋଜନ ପାଇଁ ରାସନ୍ ସାମଗ୍ରୀ ଦେଉଥିବା ବ୍ୟବସାୟୀଙ୍କ ପ୍ରାୟ ୪୦ ହଜାର ଟଙ୍କା,ଅଣ୍ଡା ବ୍ୟବସାୟୀଙ୍କ ୫୦ ହଜାର ଟଙ୍କା ଏବଂ ପରିବା ବ୍ୟବସାୟୀ ଙ୍କ ୩୦ ହଜାର ଟଙ୍କା ଦିଆଯାଇନଥିବା ଜଣାପଡ଼ିଛି। ଏଭଳି ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ସହ  ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ  ହାଇସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନକଲେ ଆଗାମୀ ଦିନରେ ହାଇସ୍କୁଲ ରେ ତାଲା ପକାଯାଇ ଆନ୍ଦୋଳନ ପାଇଁ ବହୁ ସଂଖ୍ୟକ ଅଭିଭାବକ ଅଭିଭାବକ  ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ଗଞ୍ଜାମ ସହର ପାଇଁ ଗର୍ବ ଆଣିଲେ ଆନନ୍ଦିନୀ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୭ା୮(ବିଦ୍ୟାଧର ସାହୁ): ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଆନନ୍ଦିନୀ ପଣ୍ଡା ସଫଳତା ପାଇଛନ୍ତି । ଆନନ୍ଦିନୀ ହେଉଛନ୍ତି ଗଞ୍ଜାମ ସହର ଦୁର୍ଗା ଦେବୀ ସାହି ମହେନ୍ଦ୍ର…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ଗଞ୍ଜାମ ପାଇଁ ଗୌରବ ଆଣିଲେ ତିନି ଛାତ୍ର, ଛୁଟିଲା ଶୁଭେଚ୍ଛା

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ ଗଞ୍ଜାମ ): ପଠାଣି ସାମନ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତିନି ଜଣ ଛାତ୍ର । ଗଞ୍ଜାମ ବ୍ଲକ୍ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ଛୋଟାବସା ନିକଟସ୍ଥ…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri