Posted inଜାତୀୟ

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର ୫ ତାରିଖରେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚର ଆହୱାନ କରାଯାଇଛି। ଏହି ସମୟରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଲୋକଙ୍କୁ ପଚରାଯାଇଥିଲା ଯେ ଯଦି ସିଜେପି ନିର୍ୱାଚନ ଲଢ଼ିବ, ତେବେ ସେମାନେ ଭୋଟ ଦେବେ କି? ଏହାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି। ଯଦିଓ ସିଜେପି ଅନେକ ଥର କହିସାରିଛି ଯେ ସେ ର୍ନିବାଚନ ଲଢ଼ିବ ନାହିଁ। ଅଭିଜିତ ଦୀପକେ ପୂର୍ୱରୁ ହିଁ ଏହା ସ୍ପଷ୍ଟ କରିଥିଲେ ଯେ CJP ନିଜକୁ ଏକ ରାଜନୈତିକ ଦଳ ଭାବରେ ପଞ୍ଜୀକୃତ (Register) କରିବ ନାହିଁ।

C-Voter ଯୁବକମାନଙ୍କ ପାଇଁ ର୍ନିବାଚନୀ ମୁଦ୍ଦା ସହିତ ଅନେକ ବିଷୟ ଉପରେ ସର୍ଭେ କରିଥିଲା। ଏଥିରେ ଲୋକଙ୍କୁ ପଚରାଯାଇଥିଲା ଯେ ସିଜେପି ର୍ନିବାଚନ ଲଢ଼ିଲେ ଭୋଟ ଦେବେ କି? ଏହା ଉପରେ ୪୩ ପ୍ରତିଶତ ଲୋକ ’ନା’ କହିଥିଲେ। ସେହିପରି ୩୩ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ସିଜେପିକୁ ଭୋଟ ଦେବେ। ଅର୍ଥାତ ଅଧିକାଂଶ ଲୋକ ଚାହାଁନ୍ତି ଯେ ସିଜେପି ର୍ନିବାଚନ ନ ଲଢ଼ୁ। ସିଜେପି ଏକ ଚାପ ଗୋଷ୍ଠୀ (Pressure group) ହୋଇ ରହିବା ଉଚିତ କି? ଏହା ଉପରେ ୩୯ ପ୍ରତିଶତ ଲୋକ କହିଛନ୍ତି ଯେ CJP କେବଳ ଚାପ ଗୋଷ୍ଠୀ ହୋଇ ରହିବା ଉଚିତ। ସେହିପରି ୨୬ ପ୍ରତିଶତ ଲୋକଙ୍କର ମାନିବା କଥା ଯେ ଏହା ର୍ନିବାଚନ ଲଢ଼ିବା ଉଚିତ।

ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା ଯେ ବର୍ତ୍ତମାନ ସମୟରେ ଭାରତର ସବୁଠାରୁ ବଡ଼ ସମସ୍ୟା କ’ଣ? ଏହା ଉପରେ ୨୨.୭ ପ୍ରତିଶତ ଲୋକ ବେକାରୀ, ୧୮.୧ ପ୍ରତିଶତ ମହଙ୍ଗା ମାଡ଼ ଏବଂ ୭.୩ ପ୍ରତିଶତ ଲୋକ କୃଷକ ସଙ୍କଟକୁ ସବୁଠାରୁ ବଡ଼ ସମସ୍ୟା ବୋଲି କହିଥିଲେ। Gen-Z (ନୂଆ ପିଢ଼ିର ଯୁବକ) ମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା କ’ଣ? ଏହା ଉପରେ ୫୩ ପ୍ରତିଶତ ଚାକିରି, ୨୨ ପ୍ରତିଶତ ଶିକ୍ଷା, ୧୨ ପ୍ରତିଶତ ରହିବା-ଖାଇବାର ଖର୍ଚ୍ଚ ଏବଂ ୪ ପ୍ରତିଶତ ମାନସିକ ସୱାସ୍ଥ୍ୟ ବୋଲି କହିଥିଲେ।

ଯୁବକମାନଙ୍କୁ ପଚରାଯାଇଥିଲା ଯେ ଯୁବବର୍ଗଙ୍କୁ ରୋଜଗାରକ୍ଷମ କରିବାର ଦାୟିତ୍ୱ କାହାର? ଏହାର ଉତ୍ତରରେ ୬୩ ପ୍ରତିଶତ ଲୋକ କେନ୍ଦ୍ର-ରାଜ୍ୟ, ୧୪ ପ୍ରତିଶତ ସ୍କୁଲ-କଲେଜ, ୯ ପ୍ରତିଶତ ଘରୋଇ ନିଯୁକ୍ତିଦାତା (Private employers) ଏବଂ ୫ ପ୍ରତିଶତ ସାଧାରଣ ଲୋକ ବୋଲି କହିଥିଲେ। ରୋଜଗାରକୁ ନେଇ ଯୁବକମାନେ କେଉଁ ବଡ଼ ସମସ୍ୟାର ସାମ୍ନା କରୁଛନ୍ତି, ଏହି ସର୍ଭେରେ ୩୨ ପ୍ରତିଶତ ଲୋକ ପର୍ଯ୍ୟାପ୍ତ ଚାକିରିର ଅଭାବକୁ ଦାୟୀ କରିଥିବା ବେଳେ ୧୮ ପ୍ରତିଶତ ଲୋକ କମ ଦରମା ମିଳିବାକୁ ଦାୟୀ କରିଥିଲେ। ୧୭ ପ୍ରତିଶତ ଲୋକଙ୍କ ମାନିବା କଥା ଯେ ଡିଗ୍ରୀ ଅନୁଯାୟୀ ଚାକିରି ନାହିଁ। ସେହିପରି ଅନ୍ୟ ୧୭ ପ୍ରତିଶତଙ୍କର ମାନିବା କଥା ଯେ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ବହୁତ ଧୀର।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri