ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ ଭାଇ ସ୍ବରୂପ ମହାପାତ୍ର ସୂଚନା ଦେଇଛନ୍ତି । ନେପାଳରେ ଓଡିଶାର ୬ ଜଣ ଫୁଟବଲ ଖେଳାଳୀ ସୁରକ୍ଷିତ ରହିଥିବା ରାଜ୍ଯ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ଯବଂଶୀ କହିଛନ୍ତି ।
ଉଭୟ ଦମ୍ପତି ଗତ ୨୦୧୮ ମସିହାରୁ ଅଷ୍ଟ୍ରେଲିଆର ସିଡନୀ ସହରରେ ରହୁଛନ୍ତି । ସେଠାର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି । ଗତ ୨୨ ତାରିଖରେ ପଶୁପତି ନାଥ ଦର୍ଶନରେ ଆସିଥିଲେ। ୨୫ ତାରିଖରେ ସାନଭାଇ ସହ କଥା ହୋଇଥିଲେ। ସ୍ବରୂପ କୁହନ୍ତି ଗଣମାଧ୍ୟମରୁ ଖବର ଜାଣିବା ପରେ ଯୋଗାଯୋଗ କରିଥିଲି ସମ୍ଭବ ହୋଇ ପାରିନି । ଏ ସମ୍ପର୍କରେ ଓଡିଶା ସରକାରଙ୍କ ସହ ଆଲୋଚନା କରିଛି। ସୁରକ୍ଷିତ ଫେରି ଆସିବା ପାଇଁ ପରିବାର ନିବେଦନ କରିଛନ୍ତି।

