ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ ଗଞ୍ଜାମ ): ପଠାଣି ସାମନ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତିନି ଜଣ ଛାତ୍ର । ଗଞ୍ଜାମ ବ୍ଲକ୍ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ଛୋଟାବସା ନିକଟସ୍ଥ ଓମ୍ ନୀଳକଣ୍ଠେଶ୍ୱର ଆବାସିକ ବିଦ୍ୟାଳୟର ଦୁଇ ଦୁଇ ଜଣ ଛାତ୍ର ତଥା ପି ଜୀବନ ପ୍ରଧାନ ଗ୍ରାମ ନୁଆଁପଲି ହୋଇଥିବା ବେଳେ ବିଶ୍ୱଜିତ୍ ପ୍ରଧାନଙ୍କ ଘର ବି କାଇଞ୍ଚପୁର ରହିଛି । ସେହିଭଳି ନବମ ଶ୍ରେଣୀ ଛାତ୍ର ପଠାଣି ସାମନ୍ତ ପରୀକ୍ଷାରେ ସଫଳତା ପାଇଛନ୍ତି ଧୋବା ପଲୀ ଗ୍ରାମର ଓମ୍ ପ୍ରଧାନ। ଷଷ୍ଠ ଓ ନବମ ଶ୍ରେଣୀର ପଠାଣି ସାମନ୍ତ ମେଧା ବୃତ୍ତିରେ କୃତିତ୍ୱ ଅର୍ଜନ କରି ଏହି ଅନୁଷ୍ଠାନକୁ ଗର୍ବାନିତ୍ଵ କରିଛନ୍ତି ବୋଲି ଅନୁଷ୍ଠାନ ର ମୁଖ୍ୟ ପରିଚାଳକ ତଥା ଶିକ୍ଷକ ବସନ୍ତ କୁମାର ପ୍ରଧାନ କହିଛନ୍ତି ।
ଯାହା ଫଳରେ ସେମାନଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ ଭବିଷ୍ୟତ ପାଇଁ ଉଜ୍ଜ୍ୱଳ ମୟ କାମନା କରିଛନ୍ତି । ଗଂଜାମ ବ୍ଲକ୍ ତଥା ପୋଇରସି ପଞ୍ଚାୟତ ପାଇଁ ଗର୍ବ ଆଣିଛନ୍ତି । ଏହି ଆବାସିକ ବିଦ୍ୟାଳୟରେ ପୂର୍ବରୁ ବହୁ ଛାତ୍ରୀଛାତ୍ର ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ସେହି ପରୀକ୍ଷାରେ ଏକା ଧିକ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।

