ଶିକ୍ଷକ ଭାରତରେ ସର୍ବାଧିକ ଭରସା ଯୋଗ୍ୟ, ପୃଥିବୀରେ ଡାକ୍ତର ଶୀର୍ଷରେ…

ନୂଆଦିଲ୍ଲୀ,୩୦।୧୦ : ଇପ୍ସୋସ ଗ୍ଲୋବାଲ ଟ୍ରଷ୍ଟୱର୍ଥିନେସ ଇଣ୍ଡେକ୍ସ-୨୦୨୩ର ରିପୋର୍ଟ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ଶିକ୍ଷକମାନେ ଭାରତରେ ସବୁଠାରୁ ଅଧିକ ବିଶ୍ୱାସଯୋଗ୍ୟ ଥିବାବେଳେ ପୃଥିବୀରେ ଡାକ୍ତରମାନେ ବଶ୍ୱାସନୀୟତାର ଶୀର୍ଷରେ ଅଛନ୍ତି। ଭାରତରେ ଶିକ୍ଷକମାନଙ୍କ ପରେ ସଶସ୍ତ୍ର ବାହିନୀର କର୍ମଚାରୀ ଦ୍ୱିତୀୟ ସ୍ଥାନରେ ଏବଂ ଡାକ୍ତରମାନେ ତୃତୀୟ ସ୍ଥାନରେ ଅଛନ୍ତି। ଏମାନଙ୍କ ବ୍ୟତୀତ ଭାରତର ଲୋକ ବିଚାରପତି ଏବଂ ବୈଜ୍ଞାନିକଙ୍କ ଉପରେ କମ ବିଶ୍ୱାସ କରନ୍ତି। ଭାରତ ସମେତ ୩୧ ଟି ଦେଶରେ ୨୨ ହଜାର ୮୧୬ଲୋକଙ୍କ ମତାମତ ଆଧାରରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି।

ଭାରତର ୫୩ ପ୍ରତିଶତ ଲୋକ ଶିକ୍ଷକମାନଙ୍କ ଉପରେ, ୫୨ ପ୍ରତିଶତ ସଶସ୍ତ୍ର ବାହିନୀ ଏବଂ ୫୧ ପ୍ରତିଶତ ଡାକ୍ତରଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଏମାନଙ୍କ ବ୍ୟତୀତ ୪୯ ପ୍ରତିଶତ ଲୋକ ବୈଜ୍ଞାନିକଙ୍କ ଉପରେ, ୪୬ ପ୍ରତିଶତ ବିଚାରପତିଙ୍କ ଉପରେ, ୪୬ ପ୍ରତିଶତ ସାଧାରଣ ପୁରୁଷ ଏବଂ ମହିଳାଙ୍କ ଉପରେ ଏବଂ ୪୫ ପ୍ରତିଶତ ବ୍ୟାଙ୍କରଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ବିଶ୍ୱସ୍ତରରେ ଲୋକମାନେ ଡାକ୍ତରମାନଙ୍କ ଉପରେ ୫୮ ପ୍ରତିଶତ, ବୈଜ୍ଞାନିକଙ୍କ ଉପରେ ୫୭ ପ୍ରତିଶତ, ଶିକ୍ଷକଙ୍କ ଉପରେ ୫୩ ପ୍ରତିଶତ ଏବଂ ସଶସ୍ତ୍ର ବାହିନୀର ସଦସ୍ୟମାନଙ୍କୁ ୫୩ ପ୍ରତିଶତ ବିଶ୍ୱସ୍ତ ମାନ୍ୟତା ଦେଇଛନ୍ତି।

ବିଶ୍ୱ ବଜାର ଅନୁସନ୍ଧାନକାରୀ ଇପ୍ସୋସ ଇଣ୍ଡିଆର ସିଇଓ ଅମିତ ଆଦରକର କହିଛନ୍ତି ଭାରତୀୟମାନେ ଶିକ୍ଷକ, ସଶସ୍ତ୍ର ବାହିନୀର ସଦସ୍ୟ ଏବଂ ଡାକ୍ତରଙ୍କୁ ଅଧିକ ବିଶ୍ୱାସ କରନ୍ତି। ଏହି ସମସ୍ତ ବୃତ୍ତି ଉତ୍ସର୍ଗୀକୃତ ଏବଂ ସେବା ସହ ଜଡିତ। ଏହି ବୃତ୍ତିଗୁଡ଼ିକ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ଶିକ୍ଷକମାନେ ସମାଜର ମୂଳଦୁଆ ଗଠନ କରନ୍ତି, ସଶସ୍ତ୍ର ବାହିନୀ ଆମ ସୀମାକୁ ସର୍ବଦା ତଥା ସବୁ ସମୟରେ ସୁରକ୍ଷିତ ରଖିବାରେ ଅଦମ୍ୟ ସାହସ ପ୍ରଦର୍ଶନ କରନ୍ତି ଏବଂ ସମାଜକୁ ସୁସ୍ଥ ରଖିବା ପାଇଁ ଡାକ୍ତରମାନେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରନ୍ତି ।

ସେ କହିଛନ୍ତି କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ଦେଶରେ ଲକଡାଉନ ହୋଇଥିଲା। ଏହି ତିନୋଟି ପେଶାର ବ୍ୟକ୍ତିବିଶେଷ ଦେଶ ସେବା ଜାରି ରଖିଥିଲେ। ଶିକ୍ଷକମାନେ ନିରବଚ୍ଛିନ୍ନ ଭାବରେ ଅନଲାଇନ କ୍ଲାସ୍କକୁ ସ୍ଥାନାନ୍ତରିତ ହୋଇଥିଲେ। ସଶସ୍ତ୍ର ବାହିନୀ ସେମାନଙ୍କ ସଜାଗତାକୁ କେବେ ହେଲେ ଛାଡି ନ ଥିଲେ ଏବଂ ଡାକ୍ତରମାନେ ବ୍ୟକ୍ତିଗତ ସୁରକ୍ଷା ଖର୍ଚ୍ଚରେ ମଧ୍ୟ ସେବା ଜାରି ରଖିଥିଲେ।

ଜାପାନ ଏବଂ ଦକ୍ଷିଣ କୋରିଆ ବ୍ୟତୀତ ସମଗ୍ର ବିଶ୍ୱରେ ଶିକ୍ଷକମାନଙ୍କ ଉପରେ ଲୋକଙ୍କ ବିଶ୍ୱାସ ଅଧିକ ରହିଥିବାର ଦେଖାଯାଇଛି। ଏମାନଙ୍କ ବ୍ୟତୀତ ଭାରତୀୟମାନେ କ୍ୟାବିନେଟ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ଉପରେ ୩୯ ପ୍ରତିଶତ ବିଶ୍ୱାସ, ରାଜନେତାଙ୍କ ଉପରେ ୩୮ ପ୍ରତିଶତ, ଧର୍ମଗୁରୁ ଏବଂ ପୁରୋହିତଙ୍କ ଉପରେ ୩୪ ପ୍ରତିଶତ, ପୋଲିସଙ୍କ ଉପରେ ୩୩ ପ୍ରତିଶତ, ସରକାରୀ ନିଯୁକ୍ତିଦାତା ଏବଂ ସରକାରୀ କର୍ମଚାରୀଙ୍କ ଉପରେ ୩୨ ପ୍ରତିଶତ, ଆଇନଜୀବୀଙ୍କ ଉପରେ ୩୨ ପ୍ରତିଶତ ଏବଂ ଖବରଦାତାଙ୍କ ଉପରେ ୩୦ ପ୍ରତିଶତ ପ୍ରକଟ କରିଛନ୍ତି।

ଏହି ପ୍ରସଙ୍ଗରେ, ବିଶ୍ୱ ସ୍ତରରେ ୬୦ ପ୍ରତିଶତ ଲୋକ ରାଜନେତାମାନଙ୍କୁ ସବୁଠାରୁ ଅବିଶ୍ୱାସନୀୟ ବୋଲି ବିବେଚନା କରିଛନ୍ତି।

ଭାରତୀୟ ରାଜନୀତି ଏବଂ ସରକାରୀ ବିଭାଗର କାର୍ଯ୍ୟରେ ବହୁ ସ୍ବଚ୍ଛତା ଥିବା ସତ୍ତ୍ୱେ ନାଗରିକମାନେ ସେମାନଙ୍କ ଉପରେ ଅବିଶ୍ୱାସ ପ୍ରକଟ କରିଛନ୍ତି। ସମୟ ସମୟରେ ଦୁର୍ନୀତିର କିଛି ମାମଲା ସାମ୍ନାକୁ ଆସୁଥିବାରୁ ସେମାନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?