ଶିକ୍ଷକ-ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ: ନାଟକ ମାଧ୍ୟମରେ ଉପସ୍ଥାପନ କଲେ ସ୍କୁଲର ବିଭିନ୍ନ ସମସ୍ୟା

ଥୁଆମୂଳ ରାମପୁର,୧୧।୦୧(ଦୁର୍ଗା କୀର୍ତ୍ତି): ବିଭିନ୍ନ ସମସ୍ୟା ଘେରରେ ବ୍ଲକ ମୁଖ୍ୟାଳୟ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରଶାସନ ସମାଧାନ ନିମନ୍ତେ କଳାହାଣ୍ଡି ଘୁମୁରା ଉତ୍ସବ ମଞ୍ଚରେ ଏକ ନାଟକ ମାଧ୍ୟମରେ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଶିକ୍ଷକ, ଛାତ୍ରୀଛାତ୍ର ଏବଂ ସ୍କୁଲ ପରିଚାଳନା କମିଟି ସଦସ୍ୟ ଏହି ନାଟକରେ ଭାଗନେଇ ସଚେତନ କରିଥିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା l ଏହା ଘଟଣାଟି ହେଉଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଲ ଖେଳ ପଡ଼ିଆରେ ଆୟୋଜିତ ୨୭ ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୫ର ଉଦଯାପନୀ ଦିବସର ଘଟଣା।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର ଭତ୍ରା, ବ୍ଲକ ଶିକ୍ଷାଧିକାରିଣୀ ପ୍ରଭାତୀ ନଳିନୀ ଠାକୁର, ବ୍ଲକ ୍ଯଯଯକ୍ଷ ଦୟାନିଧି ମାଝୀ, ଉପାଧ୍ୟକ୍ଷ ଜୟନ୍ତୀ ମାଝୀ ସମେତ ଅନ୍ୟାନ୍ୟ ଜିଲା ତଥା ବ୍ଲକର ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଜନପ୍ରତିନିଧି ଯୋଗଦେଇଥିଲେ l
ସ୍କୁଲର ପ୍ରଧାନ ଶିକ୍ଷକ ନାଗେଶର ନାଏକ, ଶିକ୍ଷକ ଅଜିତ୍ କୁମାର ଦୁର୍ଗା, ଶିକ୍ଷକ ଗୁଣେଶ୍ୱର ନାଏକ, ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ସମାଜସେବୀ କୃଷ୍ଣ ଚନ୍ଦ୍ର ନାଏକ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ଭାବରେ ଏକ କ୍ଷୁଦ୍ର ନାଟକ ମାଧ୍ୟମରେ ସ୍କୁଲର ମୌଳିକ ସୁବିଧା ଉପରେ ସରକାର ତଥା ପ୍ରଶାସନଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ବେଶ ଆକର୍ଷଣୀୟ ଏବଂ ଲୋକ ପ୍ରିୟ ନାଟକ ହୋଇଥିଲା l
ପ୍ରକାଶ ଥାଉ କି ଯେ, ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଅଭିଭାବକ ମିଶି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମିତିସଭ୍ୟା, ବ୍ଲକ ଶିକ୍ଷା ଅଧିକାରୀ ଏବଂ ବିଡ଼ିଓଙ୍କ ପାଖରେ ଉପସ୍ଥିତ ହୋଇ ଦୃଷ୍ଟି ଆକର୍ଷଣ ସ୍ବରୂପ ଲିଖିତ ଏକ ଅଭିଯୋଗ ପତ୍ର ପ୍ରଦାନର ଦୀର୍ଘ ୨ ବର୍ଷ ବିତିଯାଇଛି ତଥାପି ବିଦ୍ୟାଳୟର ଚିତ୍ର କିଛି ବଦଳି ପାରିନାହିଁ l ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶ କରିବା ନେଇ ଅନେକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଛାତ୍ରୀଛାତ୍ରୀମାନେ ନିୟମିତ ସ୍କୁଲକୁ ଯାଇ ପାଠ ପଢିବେ ସେ ନେଇ ମଧ୍ୟ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ସେହିଭଳି ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ବହିପତ୍ର ଠାରୁ ଆରମ୍ଭ କରି ପୋଷାକ, ଜୋତା ମଧ୍ୟ ଯୋଗାଇ ଦିଆଯାଉଛି। କିନ୍ତୁ ଏହି ସ୍କୁଲରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ପାଚେରି ନିର୍ମାଣ ଓ ସ୍ବଚ୍ଛ ପାନୀୟ ଜଳ ସାଙ୍ଗକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉତ୍ତମ ସ୍ଥାନ କିମ୍ବା କୌଣସି କୋଠରୀ ନାହିଁ, ଯାହା ଫଳରେ ଛାତ୍ରୀଛାତ୍ର ଏଣେ ତେଣେ ଅପରିଷ୍କାର ସ୍ଥାନରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି।
ଅପରପକ୍ଷରେ ବିଦ୍ୟାଳୟ ପରିସରରେ ଗାଈଗୋରୁ ଅବାଧରେ ପ୍ରବେଶ କରୁଛନ୍ତି। ବିଦ୍ୟାଳୟ ସାମ୍ନାରେ ଏକ ପୋଖରୀ ଅଛି। କୁନିକୁନି ଛୁଆ ସେଠାକୁ ପାଠ ପଢିବା ଯାଉଥିବାବେଳେ ଅଘଟଣ ଘଟିବାର ଆଶଙ୍କା ରହିଛି। ସେହିଭଳି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବାକୁ ବସିଲାଣି ଏହି ବିଦ୍ୟାଳୟ।
୧୮୯୧ ମସିହାରେ ସ୍ଥାପିତ ବିଦ୍ୟାଳୟରେ ଅଧ୍ୟୟନରତ ୧୯୨ଜଣ ଛାତ୍ରୀଛାତ୍ରମାନଙ୍କର ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟର ପାଚେରି ନିର୍ମାଣ କାର୍ଯ୍ୟ ଓ ପାରିପାଶର୍‌ବିକ ବିକାଶ ଦିଗରେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ସମାଧାନ କରିବା ପାଇଁ ନାଟକ ମାଧ୍ୟମରେ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କୁ ମଞ୍ଚରେ ଅନୁରୋଧ କରିଥିଲେ କଳାକାର l ଏ ଦିଗରେ ପ୍ରଶାସନ କେଉଁ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?