ଶିକ୍ଷାରେ ଶିକ୍ଷକ ସଙ୍କଟ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.) କରୋନା ମହାମାରୀ ସମୟରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଶ୍ରେଣୀଗୃହ ପାଠପଢ଼ା। ପ୍ରାଥମିକ ପର୍ଯ୍ୟାୟରେ ଦଶମ ଏବଂ ପରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଦେଖି ରାଜ୍ୟ ସରକାର ନବମ ଶ୍ରେଣୀ ଖୋଲିବା ଲାଗି ଅନୁମତି ଦେଇଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବାକୁ ଯୋଜନା କରାଯାଉଛି। ହେଲେ ବ୍ଲକସ୍ତରରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ଶିକ୍ଷାଦାନରେ କଣ୍ଟା ସାଜିଛି। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଶିକ୍ଷକ ସଙ୍କଟ ସମସ୍ୟା ଜଟିଳ ରୂପ ଧାରଣ କରିଥିବାବେଳେ ଏହାର ପ୍ରଭାବ ଶିକ୍ଷାଦାନ ଉପରେ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତରେ ରହିଛି ମୋଟ ୮୨ ପ୍ରାଥମିକ, ୪୭ ଉଚ୍ଚ ପ୍ରାଥମିକ ଏବଂ ୩୦ ହାଇସ୍କୁଲ। ତନ୍ମଧ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଲାଗି ୯୪୪ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଆବଶ୍ୟକତା ରହିଥିବାବେଳେ ୪୩୩ ପଦବୀ ଖାଲି ପଡ଼ିଛି। ସେହିପରି ୩୦ ହାଇସ୍କୁଲରେ ୧୯୨ ପରିବର୍ତ୍ତେ ୧୦୫ ଜଣ ଶିକ୍ଷକ ଅଛନ୍ତି। ଦୀର୍ଘଦିନ ହେଲା ୮୭ ପଦବୀ ପୂରଣ ହେଉନାହିଁ। ବ୍ଲକ ଅଧୀନ ମୋଟାଖୋକ୍‌ସାସ୍ଥିତ ପି.ଏନ୍‌. ହାଇସ୍କୁଲରେ ୮ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଥିବାବେଳେ ଜଣେ ପ୍ରଧାନ ଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷକରେ ସ୍କୁଲ ଚାଲିଛି। ମହୁଲପାଳସ୍ଥିତ ନିଗମାନନ୍ଦ ହାଇସ୍କୁଲ ଏବଂ ଭଗୀରଥପୁର ହାଇସ୍କୁଲରେ ଅନୁରୂପ ସମସ୍ୟା ଶିକ୍ଷାଦାନକୁ ପ୍ରଭାବିତ କରିଛି। ଏହାକୁ ବାଦ୍‌ଦେଲେ ୧୦ ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ କାରଣରୁ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି। କେନ୍ଦ୍ରୀୟ ଢାଞ୍ଚାରେ ଶିକ୍ଷାଦାନ ଲାଗି ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଶିକ୍ଷାନୁଷ୍ଠାନ ଯନ୍ତାରିବୋଲ ଆଦର୍ଶ ବିଦ୍ୟାଳୟ ମଧ୍ୟ ଶିକ୍ଷକ ଅଭାବ ସମସ୍ୟାରୁ ବର୍ତ୍ତିପାରିନି। ଏଠାରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୧୭ ସ୍ଥାନରେ ୧୧ ଶିକ୍ଷକଙ୍କୁ ନେଇ ପାଠପଢ଼ା ଚାଲିଛି। କରୋନା ମହାମାରୀ ସମୟରେ ସଂକ୍ରମଣ ଏଡ଼ାଇବାକୁ ନବମ, ଦଶମ ଶ୍ରେଣୀର ସୀମିତ ଛାତ୍ରୀଛାତ୍ରଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହୋଇଥିବାବେଳେ ଶିକ୍ଷକ ଅଭାବ ସମସ୍ୟା ଏଥିରେ କଣ୍ଟା ସାଜିଛି। ଆଗକୁ ଶତ ପ୍ରତିଶତ ପିଲାଙ୍କୁ ନେଇ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଥିବାବେଳେ ପଦବୀ ପୂରଣ ନ ହେଲେ ସମସ୍ୟା ଜଟିଳ ହୋଇପଡ଼ିବ ବୋଲି ଶିକ୍ଷା ବିଶେଷଜ୍ଞମାନେ କହିଛନ୍ତି।
ସୀମିତ ଶିକ୍ଷକରେ ପାଠପଢ଼ା ଚାଲିଛି
ସରକାରୀସ୍ତରରେ ନୂତନ ଶିକ୍ଷକ ନିଯୁକ୍ତି ହେଉନାହିଁ। ତେଣୁ ଏଭଳି ସମସ୍ୟା ଉପୁଜିଛି। ବର୍ତ୍ତମାନ ସମୟରେ ସୀମିତ ଶିକ୍ଷକରେ ପାଠପଢ଼ା ଚାଲିଛି। ଶିକ୍ଷକ ନିଯୁକ୍ତି ପାଇଲେ ଏହାର ସମାଧାନ ହୋଇପାରିବ।
-ଜଗବନ୍ଧୁ ଜେନା, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ
ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦିଆଯାଉ
ଉପରସ୍ତରରେ ନିଯୁକ୍ତି ନ ଥିବାରୁ ତଳସ୍ତରରେ ଶିକ୍ଷକ ଅଭାବ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଏହାର ସମାଧାନ ଲାଗି ଯୋଗ୍ୟତା ଭିତ୍ତିରେ ଆଗ୍ରହୀ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ।
-ମାୟାଧର ପାଣି, ବରିଷ୍ଠ ଶିକ୍ଷାବିତ୍‌
ସରକାର ଯତ୍ନବାନ ହୁଅନ୍ତୁ
ସରକାରୀ ସ୍କୁଲରେ ଶିକ୍ଷକ ନ ଥିବାରୁ ଅଭିଭାବକମାନେ ବେସରକାରୀ ବିଦ୍ୟାଳୟ ମୁହଁା ହେଉଛନ୍ତି। ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ବିକଳ୍ପ ନ ଥିବାରୁ ସେମାନେ ପ୍ରଭାବିତ ହେଉଛନ୍ତି। ସରକାର ଏଥିପ୍ରତି ଯତ୍ନବାନ ହେବା ଜରୁରୀ।
-ସନ୍ତୋଷ ମହାନ୍ତି, ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri