ଶିକ୍ଷାରେ ଶିକ୍ଷକ ସଙ୍କଟ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.) କରୋନା ମହାମାରୀ ସମୟରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଶ୍ରେଣୀଗୃହ ପାଠପଢ଼ା। ପ୍ରାଥମିକ ପର୍ଯ୍ୟାୟରେ ଦଶମ ଏବଂ ପରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଦେଖି ରାଜ୍ୟ ସରକାର ନବମ ଶ୍ରେଣୀ ଖୋଲିବା ଲାଗି ଅନୁମତି ଦେଇଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବାକୁ ଯୋଜନା କରାଯାଉଛି। ହେଲେ ବ୍ଲକସ୍ତରରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ଶିକ୍ଷାଦାନରେ କଣ୍ଟା ସାଜିଛି। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଶିକ୍ଷକ ସଙ୍କଟ ସମସ୍ୟା ଜଟିଳ ରୂପ ଧାରଣ କରିଥିବାବେଳେ ଏହାର ପ୍ରଭାବ ଶିକ୍ଷାଦାନ ଉପରେ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତରେ ରହିଛି ମୋଟ ୮୨ ପ୍ରାଥମିକ, ୪୭ ଉଚ୍ଚ ପ୍ରାଥମିକ ଏବଂ ୩୦ ହାଇସ୍କୁଲ। ତନ୍ମଧ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଲାଗି ୯୪୪ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଆବଶ୍ୟକତା ରହିଥିବାବେଳେ ୪୩୩ ପଦବୀ ଖାଲି ପଡ଼ିଛି। ସେହିପରି ୩୦ ହାଇସ୍କୁଲରେ ୧୯୨ ପରିବର୍ତ୍ତେ ୧୦୫ ଜଣ ଶିକ୍ଷକ ଅଛନ୍ତି। ଦୀର୍ଘଦିନ ହେଲା ୮୭ ପଦବୀ ପୂରଣ ହେଉନାହିଁ। ବ୍ଲକ ଅଧୀନ ମୋଟାଖୋକ୍‌ସାସ୍ଥିତ ପି.ଏନ୍‌. ହାଇସ୍କୁଲରେ ୮ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଥିବାବେଳେ ଜଣେ ପ୍ରଧାନ ଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷକରେ ସ୍କୁଲ ଚାଲିଛି। ମହୁଲପାଳସ୍ଥିତ ନିଗମାନନ୍ଦ ହାଇସ୍କୁଲ ଏବଂ ଭଗୀରଥପୁର ହାଇସ୍କୁଲରେ ଅନୁରୂପ ସମସ୍ୟା ଶିକ୍ଷାଦାନକୁ ପ୍ରଭାବିତ କରିଛି। ଏହାକୁ ବାଦ୍‌ଦେଲେ ୧୦ ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ କାରଣରୁ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି। କେନ୍ଦ୍ରୀୟ ଢାଞ୍ଚାରେ ଶିକ୍ଷାଦାନ ଲାଗି ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଶିକ୍ଷାନୁଷ୍ଠାନ ଯନ୍ତାରିବୋଲ ଆଦର୍ଶ ବିଦ୍ୟାଳୟ ମଧ୍ୟ ଶିକ୍ଷକ ଅଭାବ ସମସ୍ୟାରୁ ବର୍ତ୍ତିପାରିନି। ଏଠାରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୧୭ ସ୍ଥାନରେ ୧୧ ଶିକ୍ଷକଙ୍କୁ ନେଇ ପାଠପଢ଼ା ଚାଲିଛି। କରୋନା ମହାମାରୀ ସମୟରେ ସଂକ୍ରମଣ ଏଡ଼ାଇବାକୁ ନବମ, ଦଶମ ଶ୍ରେଣୀର ସୀମିତ ଛାତ୍ରୀଛାତ୍ରଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହୋଇଥିବାବେଳେ ଶିକ୍ଷକ ଅଭାବ ସମସ୍ୟା ଏଥିରେ କଣ୍ଟା ସାଜିଛି। ଆଗକୁ ଶତ ପ୍ରତିଶତ ପିଲାଙ୍କୁ ନେଇ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଥିବାବେଳେ ପଦବୀ ପୂରଣ ନ ହେଲେ ସମସ୍ୟା ଜଟିଳ ହୋଇପଡ଼ିବ ବୋଲି ଶିକ୍ଷା ବିଶେଷଜ୍ଞମାନେ କହିଛନ୍ତି।
ସୀମିତ ଶିକ୍ଷକରେ ପାଠପଢ଼ା ଚାଲିଛି
ସରକାରୀସ୍ତରରେ ନୂତନ ଶିକ୍ଷକ ନିଯୁକ୍ତି ହେଉନାହିଁ। ତେଣୁ ଏଭଳି ସମସ୍ୟା ଉପୁଜିଛି। ବର୍ତ୍ତମାନ ସମୟରେ ସୀମିତ ଶିକ୍ଷକରେ ପାଠପଢ଼ା ଚାଲିଛି। ଶିକ୍ଷକ ନିଯୁକ୍ତି ପାଇଲେ ଏହାର ସମାଧାନ ହୋଇପାରିବ।
-ଜଗବନ୍ଧୁ ଜେନା, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ
ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦିଆଯାଉ
ଉପରସ୍ତରରେ ନିଯୁକ୍ତି ନ ଥିବାରୁ ତଳସ୍ତରରେ ଶିକ୍ଷକ ଅଭାବ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଏହାର ସମାଧାନ ଲାଗି ଯୋଗ୍ୟତା ଭିତ୍ତିରେ ଆଗ୍ରହୀ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ।
-ମାୟାଧର ପାଣି, ବରିଷ୍ଠ ଶିକ୍ଷାବିତ୍‌
ସରକାର ଯତ୍ନବାନ ହୁଅନ୍ତୁ
ସରକାରୀ ସ୍କୁଲରେ ଶିକ୍ଷକ ନ ଥିବାରୁ ଅଭିଭାବକମାନେ ବେସରକାରୀ ବିଦ୍ୟାଳୟ ମୁହଁା ହେଉଛନ୍ତି। ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ବିକଳ୍ପ ନ ଥିବାରୁ ସେମାନେ ପ୍ରଭାବିତ ହେଉଛନ୍ତି। ସରକାର ଏଥିପ୍ରତି ଯତ୍ନବାନ ହେବା ଜରୁରୀ।
-ସନ୍ତୋଷ ମହାନ୍ତି, ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛଇ। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri