ଧନୀ ହେବା ପାଇଁ ଟିକସ

ଶୈଳେନ୍ଦ୍ର ଦ୍ୱିବେଦୀ

ଯେଉଁମାନେ ଭାରତର ଦାରିଦ୍ର୍ୟ ନେଇ ‘ଅକ୍ସଫାମ୍‌’ ସମେତ ଅନ୍ୟାନ୍ୟ ଆନ୍ତର୍ଜାତିକ ରିପୋର୍ଟଗୁଡ଼ିକୁ ଅଣଦେଖା କରନ୍ତି ସେମାନଙ୍କ ପାଇଁ ଉଲ୍ଲେଖ କରିବା ଉଚିତ ମନେକରୁଛି ଯେ, ସ୍ବୟଂ ସରକାର ମଧ୍ୟ ବିଭିନ୍ନ ସମୟରେ ସ୍ବୀକାର କରି ଆସୁଛନ୍ତି : ଆମ ଦେଶରେ ଧନୀ ଏବଂ ଦରିଦ୍ରଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ଭୟଙ୍କର ଭାବରେ ବଢିଚାଲିଛି। ପୂର୍ବରୁ ଅକ୍ସଫାମ୍‌ ରିପୋର୍ଟ ଦର୍ଶାଇଥିଲା, ୨୦୧୯ ମହାମାରୀ ପରେ ଆମ ଜନସଂଖ୍ୟାର ଅନ୍ତତଃ ୫୦ ପ୍ରତିଶତଙ୍କ କ୍ଷେତ୍ରରେ ଆୟ/ସମ୍ପଦ ହ୍ରାସ ପାଇଛି। ୨୦୨୦ରେ ପିରାମିଡ଼ର ତଳେ ଥିବା ୫୦ ଭାଗଙ୍କ ରୋଜଗାର ଯେତିକି ଥିଲା ତାହା ମୋଟ ଜାତୀୟ ଆୟର ମାତ୍ର ୧୩ ପ୍ରତିଶତ। ସେଇ ସମୟରେ ଜାତୀୟ ସମ୍ପଦରେ ସେମାନଙ୍କର ଭାଗ ଥିଲା ମାତ୍ର ୩ ପ୍ରତିଶତ। ଏବେ ଆମ ଜନସଂଖ୍ୟାର ଉପର ପାହାଚରେ ଆରାମରେ ବସିଥିବା ୩୦ ପ୍ରତିଶତଙ୍କ କଥା ଚିନ୍ତା କରନ୍ତୁ। ସେମାନଙ୍କ ଭାଗରେ ଅଛି ମୋଟ ଜାତୀୟ ସମ୍ପଦର ୯୦ ପ୍ରତିଶତ। ସବା ଉପରେ ଥିବା ୧୦ ପ୍ରତିଶତଙ୍କ ପାଖରେ ସମ୍ପଦର ୮୦ ଭାଗ ଏବଂ ସର୍ବାଧିକ ଧନୀ ୧ ପ୍ରତିଶତଙ୍କ ପାଖରେ ଜାତୀୟ ସମ୍ପଦର ୪୦.୬ ପ୍ରତିଶତ।
ନିକଟରେ ପ୍ରକାଶିତ ଅକ୍ସଫାମ୍‌ର ‘ସର୍‌ଭାଇଭାଲ ଅଫ୍‌ ଦ ରିଚେଷ୍ଟ : ଦ ଇଣ୍ଡିଆ ଷ୍ଟୋରି’ (୨୦୨୩) ଦର୍ଶାଇଛି, ଭାରତରେ ଦରିଦ୍ରଙ୍କ ସଂଖ୍ୟା ୨୨୮.୯ ନିୟୁତ। ପୃଥିବୀରେ ସର୍ବାଧିକ। ୨୦୨୦ରେ ଏଠି ଅତି ଧନୀବିଶେଷଙ୍କ ସଂଖ୍ୟା ୧୦୨ ଥିଲା, ଯାହା ୨୦୨୨ରେ ୧୬୬ରେ ପହଞ୍ଚିଛି। ଯେତେବେଳେ ଭାରତରେ ୧୦୦ ଜଣ ସର୍ବାଧିକ ଧନୀଙ୍କ ସମ୍ପତ୍ତି ୫୪.୧୨ ଲକ୍ଷ କୋଟି ସେଇ ସମୟରେ ୧୦ ଜଣ ଅତି ଧନୀଙ୍କ ସମ୍ପତ୍ତି ୨୭.୫୨ ଲକ୍ଷ କୋଟି ଟଙ୍କା। ଅର୍ଥାତ ୨୦୨୧ ଅନୁପାତରେ ଏଇ ବୃଦ୍ଧି ୩୨.୮ ପ୍ରତିଶତ। ସରକାର କ’ଣ କରିଛନ୍ତି ଏଇ ଅପରିପୋଷଣୀୟ ଅଭିବୃଦ୍ଧି ରୋକିବା ପାଇଁ ?
୨୦୧୯ରେ ମହାମାରୀ ଆରମ୍ଭ ପୂର୍ବରୁ କେନ୍ଦ୍ର କର୍ପୋରେଟ ଟିକସ ହ୍ରାସ କରିଥିଲେ ଯାହା ୩୦ ପ୍ରତିଶତରୁ କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ ୧୫ ପ୍ରତିଶତରେ। ନୂଆ ଟିକସ ନୀତି ଯୋଗୁ ସରକାର ୧.୮୪ ଲକ୍ଷ କୋଟି ରାଜସ୍ବ ହରେଇଛନ୍ତି। ଯଦିଓ ଗତ ୩/୪ ମାସ ଧରି ମୁଦ୍ରାସ୍ଫୀତି କ୍ରମଶଃ ନିୟନ୍ତ୍ରଣ ଭିତରକୁ ଆସୁଛି ତଥାପି ପାଇକାରୀ ଖାଦ୍ୟସୂଚୀ, ବିଶେଷକରି ଖାଦ୍ୟ ସାମଗ୍ରୀଗୁଡ଼ିକର ଅତ୍ୟଧିକ ମୂଲ୍ୟବୃଦ୍ଧି ଗ୍ରାମାଞ୍ଚଳ ଭାରତର ମଞ୍ଜ ଦୋହଲାଇ ଦେଇଛି। ସ୍ଥିତିରେ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ମେ’୨୦୨୨ ଭିତରେ ରେପୋ ଦର ୫ ଥର ବଢ଼ାଇଛି, ତେବେ ନିୟନ୍ତ୍ରଣ ଆଶାନୁରୂପ ନୁହେଁ। ଅକ୍ସଫାମ୍‌ ପ୍ରସ୍ତାବ ରଖିଛି, ଏଣିକି ଅତିଧନୀବିଶେଷଙ୍କଠୁ ଅଧିକ ଟିକସ ନିଆଯାଉ। ୨୦୨୧-୨୨ ଆର୍ଥିକ ବର୍ଷରେ କର୍ପୋରେଟମାନଙ୍କୁ ଟିକସ ରିହାତି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ବାବଦରେ ଖର୍ଚ୍ଚ ହୋଇଛି ୧,୦୩,୨୮୫ କୋଟି, ଯାହା ଏମ୍‌ଜିଏନ୍‌ଆର୍‌ଇଜିଏଠୁ ଅଧିକ। ଚିନ୍ତାଜନକ ହେଉଛି ପିରାମିଡ଼ର ତଳେ ଥିବା ୫୦ ପ୍ରତିଶତ ଜନସଂଖ୍ୟା ସରକାରଙ୍କୁ ପ୍ରକୃତରେ ଅଧିକ ଟିକସ ଦିଅନ୍ତି, ଯାହା ପରୋକ୍ଷ ଟିକସ। ଖାଦ୍ୟ ଏବଂ ଅଣଖାଦ୍ୟ ସାମଗ୍ରୀରୁ ଆଦାୟ ହେଉଥିବା ଟିକସର ୬୪.୩ ପ୍ରତିଶତ ଆସିଥାଏ ଏମାନଙ୍କଠାରୁ। ସେମିତି ଜିଏସ୍‌ଟି (ବସ୍ତୁ ଓ ସେବାକର)ର ଦୁଇ ତୃତୀୟାଂଶ ଆସେ ଏଇମାନଙ୍କଠୁ। କେବଳ ଜିଏସ୍‌ଟିର ୩ ରୁ ୪ ପ୍ରତିଶତ ଆସେ ଅତି ଧନୀ ୧୦ ପ୍ରତିଶତଙ୍କଠୁ ।
ଅତି ଧନୀମାନଙ୍କଠାରୁ ଅଧିକ ଟିକସ ଦାବିର ଅର୍ଥ ହେଉଛି ବୈଷମ୍ୟକୁ ଦୂର କରିବା ପାଇଁ ଏବଂ ସମ୍ପଦର ପୁନଃବଣ୍ଟନ ପାଇଁ ଚେଷ୍ଟା କରିବା। ପ୍ରତ୍ୟକ୍ଷ ଟିକସ ଭାବରେ ଏହା କେବଳ ସରକାରଙ୍କ ରାଜସ୍ବ ବଢ଼ାଇବ ନାହିଁ, ଅର୍ଥନୈତିକ ସଂସ୍କାର ପାଇଁ ବାଟ ଫିଟେଇବ। ଯଦି ଭାରତୀୟ ଅତି ଧନୀମାନଙ୍କଠାରୁ ୩ ପ୍ରତିଶତ ଅତିରିକ୍ତ ଟିକସ ନିଆଯାଏ ତେବେ ସ୍ବାସ୍ଥ୍ୟ ମିଶନ ପାଇଁ ୩୭,୮୦୦ କୋଟି ଟଙ୍କା ସଂଗ୍ରହ ହେବ। ଯଦି ସବୁଠୁ ବଡ଼ ୧୦ ଜଣ ଅତି ଧନୀବିଶେଷଙ୍କ ଉପରେ ୫ ପ୍ରତିଶତ ଅଧିକ ଟିକସ ଲାଗୁହୁଏ ତେବେ ଅନୁସୂଚିତ ଜନଜାତିଙ୍କ ସ୍ବାସ୍ଥ୍ୟ ବାବଦରେ ଖର୍ଚ୍ଚ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ସମସ୍ୟା ହେବ ନାହିଁ। ଯଦି ଭାରତର ସବୁ ଅତି ଧନୀବିଶେଷ ୨ ପ୍ରତିଶତ ଅଧିକ କର ଦିଅନ୍ତି ଦେଶରେ ପୁଷ୍ଟି କାର୍ଯ୍ୟକ୍ରମ ପାଇଁ ୪୨,୦୩୩ କୋଟି ଟଙ୍କା ଆଦାୟ ହେବ। ସ୍କୁଲ ପାଠ ଅଧାରୁ ଛାଡୁଥିବା ପିଲାଙ୍କୁ ଯଦି ପୁଣି ଶ୍ରେଣୀ ଗୃହକୁ ଫେରାଇ ନିଆଯାଏ ଏବଂ ସେମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନର ସୁବନ୍ଦୋବସ୍ତ ହୁଏ ୧.୪ ଲକ୍ଷ କୋଟି ଟଙ୍କା ଆଦାୟ ପାଇଁ ୧୦ ଜଣ ସର୍ବୋଚ୍ଚ ବିଲିୟନପତିଙ୍କ ଉପରେ ମାତ୍ର ୫ ପ୍ରତିଶତ ଅତିରିକ୍ତ କର ଧାର୍ଯ୍ୟହେବ। ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ, ଶିକ୍ଷକ ଅଭାବ ଏବଂ ସ୍ବାସ୍ଥ୍ୟ ସେବାପରି ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ସମସ୍ୟାର ସମାଧାନ ଆଦୌ କଷ୍ଟସାଧ୍ୟ ହେବନାହିଁ, ଯଦି ଅତି ଧନୀଙ୍କ ଉପରେ ୨ ପ୍ରତିଶତ ରୁ ୫ ପ୍ରତିଶତ ଅଧିକ ଟିକସ ଲାଗୁହୁଏ। ସରଳ ଅର୍ଥରେ ଯଦି ଆପଣ ୯୯ ପ୍ରତିଶତ ଦେଶବାସୀଙ୍କ କଥା ଚିନ୍ତା କରିବେ ତେବେ ୧ ପ୍ରତିଶତ ଅତି ଧନୀଙ୍କୁ କିଛି ତ୍ୟାଗ କରିବା ପାଇଁ ପଡ଼ିବ।
ଫରାସୀ ବିପ୍ଳବ ପ୍ରସଙ୍ଗରେ ଦାର୍ଶନିକ ରୁଷୋ କହିଥିଲେ, ଗରିବଙ୍କ ପାଖରେ ଖାଇବା ପାଇଁ କିଛି ନ ଥିଲେ ସେମାନେ ଧନୀମାନଙ୍କୁ ଖାଇଯିବେ। ପର୍ଯ୍ୟବେକ୍ଷକମାନେ କୁହନ୍ତି ‘ଧନୀ’ କହିଲେ ରୁଷୋ ସାଙ୍କେତିକ ଭାବରେ ଚିହ୍ନଟ କରୁଥିଲେ ଫ୍ରାନ୍ସର ଶେଷ ରାଜା ଷୋଡଶ ଲୁଇଙ୍କୁ। ଏବେ ସେଇ ଅର୍ଥରେ ‘ଧନୀ’ ହେଉଛନ୍ତି ପୃଥିବୀର ସର୍ବାଧିକ ୧ ପ୍ରତିଶତ ‘ଧନୀ’ ଯେଉଁମାନେ କର୍ପୋରେଟ ହୋଇପାରନ୍ତି, ବ୍ୟବସାୟୀ, ରାଜନେତା କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀ ହୋଇପାରନ୍ତି, ଯେଉଁମାନଙ୍କ ସାମ୍ରାଜ୍ୟ ଆଧାର କରିଛି ଅନ୍ୟମାନଙ୍କ ଯନ୍ତ୍ରଣାକୁ। କହିପାରନ୍ତି ‘ଇଟ୍‌ ଦ ରିଚ୍‌’ ଭାରତ ପରିପ୍ରେକ୍ଷୀରେ ବୁଝେଇବ ଏଠି ବୈଷମ୍ୟ ପାଇଁ ଦାୟୀ ଅତି ଧନୀମାନଙ୍କ ଉତ୍ତରଦାୟିତ୍ୱକୁ। ଦୁର୍ଭାଗ୍ୟ ହେଉଛି ୧୯୯୧ରେ ଭାରତୀୟ ଅର୍ଥନୀତିର ଉଦାରୀକରଣ ଆରମ୍ଭ ପରେ ଦାରିଦ୍ର୍ୟ ହ୍ରାସ ମଧ୍ୟ ଦ୍ରୁତ ହୋଇଥିଲା, ତେବେ ଏହା ଧାରାବାହିକ ହୋଇପାରିଲା ନାହିଁ। ୨୦୨୨ ‘ୱାର୍ଲଡ ଇନ୍‌ ଇକ୍ୱାଲିଟି ରିପୋର୍ଟ ୨୦୨୨’ ଆଧାରରେ ଭାରତ ସେଇ ଦେଶଗୁଡ଼ିକ ଆଗ ଧାଡ଼ିରେ ରହିଛି, ଯେଉଁଠି ବର୍ଦ୍ଧିଷ୍ଣୁ ସମ୍ପଦ ଏବଂ ବର୍ଦ୍ଧିଷ୍ଣୁ ଦାରିଦ୍ର୍ୟ ଭିତରେ ବୈଷମ୍ୟ ବଢ଼ିଚାଲିଛି। ଦାରିଦ୍ର୍ୟ କେବଳ ଭୋକରେ ରହିବାକୁ ଇଙ୍ଗିତ କରୁନାହିଁ ବରଂ ଆବଶ୍ୟକ କ୍ୟାଲୋରି ଗ୍ରହଣରୁ ବଞ୍ଚିତ ହେବା ଏବଂ ପୁଷ୍ଟିହୀନତାକୁ ଇସାରା କରୁଛି। ପ୍ରାୟ ୭୦ ପ୍ରତିଶତ ଭାରତୀୟ ପୋଷକ, ପୁଷ୍ଟିଯୁକ୍ତ ଆହାରରୁ ବଞ୍ଚିତ। ୧.୭ ନିୟୁତ ଏଇ କାରଣରୁ ପ୍ରାଣ ହରାଉଛନ୍ତି ପ୍ରତିବର୍ଷ। ଭାରତୀୟ ଶ୍ରମିକର ଯାହା ହାରାହାରି ମାସିକ ରୋଜଗାର ସେତକ କେବଳ ତା’ର ସର୍ବନିମ୍ନ ଅବଶ୍ୟକତା ମେଣ୍ଟାଇବା ପାଇଁ ସକ୍ଷମ। ଏନ୍‌ସି ଆର୍‌ବି ତଥ୍ୟ ଅନୁସାରେ ୨୦୨୧ରେ ଭାରତରେ ପ୍ରତିଦିନ ଆତ୍ମହତ୍ୟା କରୁଥିଲେ ହାରାହାରି ୧୧୫ ଦିନ ମଜୁରିଆ। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୨୨ ଜୁନ୍‌ ଶେଷସୁଦ୍ଧା ଭାରତୀୟଙ୍କ ବ୍ୟକ୍ତିଗତ ଋଣବୋଝ ୩୫.୨ ଟ୍ରିଲିୟନରେ ପହଞ୍ଚିଥିଲା ଯେତେବେଳେ ମୁଦ୍ରାସ୍ଫୀତି ଥିଲା ୭.୪ ପ୍ରତିଶତ। ଏଣେ ସ୍ବାସ୍ଥ୍ୟସେବା ପାଇଁ ନିଜସ୍ବ ବ୍ୟୟ ୫୫ ନିୟୁତ ଭାରତୀୟଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଭିତରକୁ ନେଇଯାଉଛି।
ମୋ-୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?