୨୫୭ ପ୍ରକଳ୍ପ ପାଇଁ ୬ କୋଟିର ପ୍ରସ୍ତାବ ଅନୁମୋଦନ

ସୋନପୁର,୧୧।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିର ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଜଙ୍ଗଲ, ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ୨୦୨୧-୨୨ ଆର୍ଥତ୍କ ବର୍ଷରେ ବିଜୁ କେବିକେ ଯୋଜନାରେ ୩ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପ ଓ ୨୦୨୨-୨୩ ଆର୍ଥତ୍କ ବର୍ଷରେ ବିଜୁ କେବିକେ ଯୋଜନାରେ ୩ କୋଟି ଟଙ୍କାର ୧୩୪ଟି ପ୍ରକଳ୍ପ ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଥିଲା । ଗତ ଦୁଇଟି ଆର୍ଥିକ ବର୍ଷରେ ବିଜୁ କେବିକେ ଯୋଜନାରେ ଜିଲାର ମୋଟ ୬ କୋଟି ଟଙ୍କାର ୨୫୭ଟି ପ୍ରକଳ୍ପ ପାଇଁ ବୈଠକରେ ପ୍ରସ୍ତାବ ଅନୁମୋଦନ ହୋଇଥିଲା । ପ୍ରତି ବ୍ଲକକୁ ସମାନ ଭାବେ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଦିଆଯାଇଛି । ସେହିପରି କୃଷି, ଉଦ୍ୟାନ କୃଷି, ମୃର୍ତ୍ତିକା ସଂରକ୍ଷଣ, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି, ପରିବହନ ଏବଂ ସାମାଜିକ ସେବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୨ହଜାର ୩୧୫କୋଟି ୪୨ଲକ୍ଷ ୩୪ ହଜାର ଟଙ୍କାର ଜିଲା ଯୋଜନା ବାର୍ଷିକ ଅଟକଳ ଅନୁମୋଦିତ ହୋଇଥିଲା । କରୋନା ମହାମାରୀ ପାଇଁ ଅନୁମୋଦନ ହୋଇ ପାରି ନ ଥିବା ୨୦୨୦-୨୧ ଆର୍ଥିକ ବର୍ଷରେ ୨ହଜାର ୫୭କୋଟି ୫ଲକ୍ଷ ୫୧ହଜାର ଟଙ୍କାର ଜିଲା ଯୋଜନା ବାର୍ଷିକ ଅଟକଳ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୨ହଜାର ୧୮୮କୋଟି ୮୯ଲକ୍ଷ ୭୬ହଜାର ଟଙ୍କାର ଜିଲା ଯୋଜନା ବାର୍ଷିକ ଅଟକଳ ଅନୁମୋଦିତ ହୋଇଥିଲା । ଏହି ବୈଠକରେ ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଜିଲାର ବାର୍ଷିକ ଯୋଜନା ଓ ଏହାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ତଥା ଜିଲା ଯୋଜନା କମିଟି ସଭ୍ୟ ସୁପାର ଠେଲା, ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ, ଜିଲା ପରିଷଦ ଉପାଧ୍ୟକ୍ଷ ତଥା କମିଟି ସଭ୍ୟ ଝସକେତନ ବଘାର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଲା ପରିଷଦ ନିହାର ରଞ୍ଜନ କହଁର, ଜିଲା ପରିଷଦ ସଭ୍ୟ ତଥା ଜିଲା ଯୋଜନା କମିଟି ସଭ୍ୟ ବଶିଷ୍ଟ ଭରାସାଗର, ଚନ୍ଦ୍ରକାନ୍ତି ଦନ୍ତା, ମଞ୍ଜୁଶ୍ରୀ ମାଝୀ, ଗଣେଷ ଚନ୍ଦ୍ର ଭୋଇ, ମଧୁସୂଦନ ଓତା, ଅଞ୍ଜଳି କମ୍ପ, ଶକୁନ୍ତଳା ପୃଷ୍ଟି ଓ ବିଜୟଲକ୍ଷ୍ମୀ ତରାଇ, ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦୈତ୍ୟ ନାରାୟଣ ପାଢୀ, ଜିଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀ, ତେଲ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଜିତେନ୍ଦ୍ର ପାଢୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ନରେନ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri