Posted inଖେଳ

ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍‌ର ଟାର୍ଗେଟ୍‌

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୪ ରନ୍‌ କରିଛି। ଫଳରେ ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍‌ର ବିଜୟ ଟାର୍ଗେଟ ରଖିଛି ଟିମ୍‌ ଇଣ୍ଡିଆ।

ଭାରତର ସ୍ମୃତି ମନ୍ଧାନା ଏବଂ ଶେଫାଲି ବର୍ମା ଓପନିଂ କରିବାକୁ ଆସି ଦଳକୁ ଭଲ ଷ୍ଟାଟ ଦେଇଥିଲେ। ସ୍ମୃତି ୧୭ ବଲ୍‌ ଖେଳି ୨୪ ରନ୍‌ (୫ ଚୌକା) କରି ଆଉଟ ହୋଇଥିବା ବେଳେ ଶେଫାଲି ଅର୍ଦ୍ଦଶତକରୁ ବଞ୍ଚିତ ହୋଇଥିଲେ। ସେ ୩୩ ବଲ୍‌ ଖେଳି ୪୮ ରନ(୯ ଚୌକା)ର ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପରବର୍ତ୍ତୀ ସମୟରେ ୟାସ୍ତିକା ଭାଟିଆ ବ୍ୟାଟିଂ କରିବାକୁ ଆସି ବିଶେଷ କିଛି କରିପାରି ନ ଥିଲେ। ଭାଟିଆ ୮ ରନ୍‌ କରି ରନ୍‌ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ହରମନପ୍ରୀତ କୌର ବ୍ୟାଟିଂ କରିବାକୁ ଆସି ଧୈର୍ଯ୍ୟର ସହ ଖେଳିଥିଲେ। ସେ ୩୨ ବଲ୍‌ରେ ୫୨ରନ୍‌ର (୮ ଚୌକା ଏବଂ ୧ ଛକା) ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଫଳରେ ଭାରତ ମହିଳା ଦଳ ୧୫୪ ରନ୍‌ କରିବାରେ ସଫଳ ହୋଇଥିଲା।

ଅଷ୍ଟ୍ରେଲିଆର ଜେସ୍‌ ଜୋନାସେନ୍‌ ୪ ଉଇକେଟ ନେଇଥିବା ବେଳେ ମେଗନ ସ୍କଟ୍‌ ୨ ଉଇକେଟ ନେଇଥିଲେ। ସେହିପରି ଡି.ବ୍ରାଉନ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭିଲା ପ୍ରଚଣ୍ଡ ଶବ୍ଦ : ହଠାତ୍‌ ଘର କାନ୍ଥ ଫାଟି ଆଁ କରିଲା, ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ

ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ…

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

ବିଧାୟକ ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼: ତା’ପରେ ଘଟିଲା…

ତିଗିରିଆ,୨୩ା୫(ଜାଫର ଖାଁ): କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ…

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri