ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍‌ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ ରବିବାର ଘର ବାହାରେ ରୋଷେଇ କରି ଖାଇଛନ୍ତି। ହୋଟେଲ ଖାଦ୍ୟ ଖାଇବାରୁ ସ୍ବାସ୍ଥ୍ୟ ଖରାପ ହେଉଛି। ଶ୍ୱଶୂର ଘର ଲୋକେ ଘର ଭିତରକୁ ଯିବାକୁ ଦେଉନାହାନ୍ତି। ତେଣୁ ରାସ୍ତା ଉପରେ ରୋଷେଇ କରି ଖାଇଲେ ବୋଲି ତପସ୍ବିନୀ କହିଛନ୍ତି। ସୋମବାର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀଙ୍କ ମୂଳ ପିଟିଶନର ଶୁଣାଣି ହେବ। ଶୁଣାଣି ପରେ ସେ ଶାଶୁଘରେ ରହିବେ କି ନ୍ୟାୟ ନ ପାଇ ପୁଣି ଧାରଣା ଜାରି ରଖିବେ ତାହା ସ୍ପଷ୍ଟ ହେବ।
ପୂର୍ବାହ୍ନରେ ତପସ୍ବିନୀଙ୍କ ଧାରଣାସ୍ଥଳରେ ଶତାଧିକ ଲୋକ ଜମା ହୋଇ ହୋହଲ୍ଲା କରିଥିଲେ। ତପସ୍ବିନୀଙ୍କୁ ଘରକୁ ନ ନେଲେ ତାଙ୍କ ଶାଶୁଘର ଗ୍ରୀଲ ତାଲା ଭାଙ୍ଗି ଦେବେ ବୋଲି କହିଥିଲେ। ସ୍ଥିତି ଜଟିଳ ହେବା ପୂର୍ବରୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ସେଠାରୁ ହଟାଇଥିଲା। ଉକ୍ତ ଅଞ୍ଚଳରେ ଭିଡ ହେଉଥିବାରୁ ସନ୍ଧ୍ୟାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶଚନ୍ଦ୍ର ସେଠୀ, ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ଟ୍ରାଫିକ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ହଟାଇଥିଲେ। ଅନ୍ୟପକ୍ଷରେ ତପସ୍ବିନୀ ଓ ତାଙ୍କ ସ୍ବାମୀ ଡା.ସୁମିତ ସାହୁଙ୍କ କଥାବାର୍ତ୍ତାର ଏକ ଅଡିଓ ଭିଡିଓ ଭାଇରାଲ ହେଉଛି। ସେଥିରେ ଡା.ସୁମିତଙ୍କୁ ତପସ୍ବିନୀ ୮ଲକ୍ଷ ଟଙ୍କା ମାଗୁଛନ୍ତି। ସେ ସୁମିତଙ୍କୁ ଛାଡ଼ପତ୍ର ଦେଇଦେବାକୁ କହୁଛନ୍ତି। ତେବେ ଏହା ଏକ ପୁରୁଣା ଭିଡିଓ ବୋଲି ତପସ୍ବିନୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏମ୍‌ବିବିଏସ୍‌ ଆଡମିଶନ ପାଇଁ ତାଙ୍କ ବାପାଙ୍କଠାରୁ ସୁମିତଙ୍କ ପରିବାର ଲୋକେ ୧୫ ଲକ୍ଷ ଟଙ୍କା ନେଇଥିଲେ। ସେଥିରୁ ୮ ଲକ୍ଷ ଟଙ୍କା ଫେରାଇବାକୁ ବାକି ଅଛି। ସେହି ଟଙ୍କା ମାଗୁଥିଲେ ବୋଲି ତପସ୍ବିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

IPL ୨୦୨୭ ପୂର୍ବରୁ CSKରେ ଲାଗିଲା ଜୋରଦାର ଝଟ୍‌କା: ୧୫ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?