Posted inଜାତୀୟ

କମେଡିଆନ ଫାରୁକିଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ମୁମ୍ବାଇ,୧୯।୧୨: ବିବାଦରେ ଘେରି ହୋଇଥିବା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ମୁନାଓ୍ବର ଫାରୁକି ଶନିବାର ମୁମ୍ବାଇରେ ଏକ ଶୋରେ ପରର୍ଫମ କରିଛନ୍ତି। ଏହି ଇଭେଣ୍ଟର ଆୟୋଜନ କରିଥିଲା ଏଆଇପିସି, ଯାହାକି କଂଗ୍ରେସର ଅଂଶ।

ବାରମ୍ବାର ଶୋ ବାତିଲ ହେବାରୁ ଗତ ମାସରେ ଭାଙ୍ଗି ପଡ଼ିଥିଲେ ୨୯ ବର୍ଷୀୟ କମେଡିଆନ। ଏପରି କି ଇନ୍‌ଷ୍ଟାଗ୍ରାମରେ ‘ଘୃଣା ଜିତିଗଲା, କଳାକାର ହାରିଗଲା’ ଲେଖି ଅବସର ସଙ୍କେତ ଦେଇଥିଲେ। ଏହାକୁ ସୋସିଆଲ ମିଡିଆରେ ଖୁବ୍‌ ସମର୍ଥନ ମିଳିଥିଲା।

ଦକ୍ଷୀଣ ପନ୍ଥୀ ଗ୍ରୁପର ଧମକ ଯୋଗୁ କିଛି ସପ୍ତାହ ମଧ୍ୟରେ ବାତିଲ ହୋଇଯାଇଥିଲା ୧୨ଟି ଶୋ। ଶନିବାର ଓ୍ବାଇବି ଚହ୍ବାନ ସେଣ୍ଟରରେ ତାଙ୍କ ଶୋ ଶେଷ ହେବା ପରେ ଏଆଇପିସି ଫଟୋ ଟୁଇଟ୍‌ କରି ଲୋଯାଇଛି, ମୁମ୍ବାଇରେ ଗତକାଲି ଶୋ ପରେ ଆମେ ମୁନାଓ୍ବରଙ୍କୁ ସମ୍ମାନିତ କରିଥିଲୁ। ଯେ ପର୍ଯ୍ୟନ୍ତ କଳାକାର ସମ୍ବିଧାନ ଓ ସମସ୍ତ ବିଶ୍ୱାସକୁ ମାନୁଛନ୍ତି, ସେମାନଙ୍କର ସୃଜନଶୀଳ ସ୍ବାଧୀନତା ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ କମିଲା କରୋନା ଟେଷ୍ଟର ଦାମ

ମୁମ୍ବାଇ,୧୩।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସରକାରଙ୍କ ପାଇଁ...

ଯୋଗୀଙ୍କ ରାସ୍ତାରେ କମଳନାଥ: ୫ ବର୍ଷରେ ନିର୍ମାଣ ହେବ ୩ ଶହ ସ୍ମାର୍ଟ ଗୋଶାଳା

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦ ଚିହ୍ନ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଏହି ମର୍ମରେ ରାଜ୍ୟରେ ଗୋବଂଶର ସୁରକ୍ଷା...

ସେପ୍ଟେମ୍ବରରେ ନୋଭାଭାକ୍ସ

ନୂଆଦିଲ୍ଲୀ, ୧୮।୬:ଆମେରିକୀୟ ବାୟୋଟେକ୍‌ନୋଲୋଜି କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କୋଭିଡ୍‌ ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ନିରାପଦ ବୋଲି ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି।...

ମୁମ୍ବାଇରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ର ରିପୋର୍ଟକୁ ଖଣ୍ଡନ କଲା କେନ୍ଦ୍ର

ନୂଆଦିଲ୍ଲୀ,୭ ।୪: ପୁଣି ଡରାଇଲାଣି କରୋନା ମହମାରୀ । ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ ଚିହ୍ନଟ ହେବା ନେଇ ଜଣାପଡିବା ପର ଲୋକଙ୍କ ମଧ୍ୟରେ...

ବିପୁଳ ବିଜୟ ପରେ ଏବେ ଫୋକସ୍‌ରେ ଗୁଜରାଟ

ଗାନ୍ଧିନଗର,୧୧।୩: ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ପହଞ୍ଚିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ...

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା...

ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ହେଉଛି ଗତିରୋଧ: ମୋଦି

ଧର୍ମଶାଳା,୭।୧୧: ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ଗତିରୋଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳାରେ...

ଦିଲ୍ଲୀ ରାସ୍ତାରେ ୧୫ ଫୁଟର ଖାତ

ନୂଆଦିଲ୍ଲୀ, ୧ା୮: ଦକ୍ଷିଣ ଦିଲ୍ଲୀରେ ଆଇଆଇଟି ଫ୍ଲାଏଓଭର ତଳେ ଶନିବାର ସକାଳେ ୧୦ରୁ ୧୫ ଫୁଟ ଲମ୍ବର ଗଭୀର ଖାତ ସୃଷ୍ଟି ହୋଇଛି। ଏଥିଯୋଗୁ ସେଠାରେ...

Advertisement
Archives

Model This Week