Posted inଜାତୀୟ

ବେରୋଜଗାର, ମଦ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୧୯।୧୨: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଦ, ଖଣି ଓ ରାଜ୍ୟରେ ନିଯୁକ୍ତି ଉପରେ ବିତର୍କ ଲାଗି ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଆମ ଆଦମି ପାର୍ଟି (ଏଏପି)ର ଜାତୀୟ କନଭେନର ଅରବିନ୍ଦ କେଜ୍ରିଓ୍ବାଲ। ବିତର୍କ ଲାଗି ତାରିଖ, ସମୟ ଓ ସ୍ଥାନ ଧାର୍ଯ୍ୟ କରିବାକୁ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏଥିସହ ଏଏପିର ପଞ୍ଜାବ ସଭାପତି ଭାଗଓ୍ବନ୍ତ ମନ୍ନଙ୍କୁ ବିତର୍କ ଲଗି ମନୋନୀତ କରିଛନ୍ତି।

“ବିତର୍କ ଲାଗି ସିଦ୍ଧୁଙ୍କ ଚ୍ୟାଲେଞ୍ଜକୁ ମୁଁ ଗ୍ରହଣ କରୁଛି। ଆଶା କରୁଛି ବିକାଶର ବିଭିନ୍ନ ପ୍ରସଙ୍ଗ ଉପରେ ଏହା ଫଳପ୍ରଦ ହେବ। ସିଦ୍ଧୁ ସ୍ଥାନ ଓ ସମୟ ବାଛନ୍ତୁ” ବୋଲି ଚଣ୍ଡିଗଡ଼ ବିମାନ ବନ୍ଦରରେ କେଜ୍ରିଓ୍ବାଲ ଖବରଦାତାଙ୍କୁ କହିଛନ୍ତି।

ଏଏପି ସୁପ୍ରିମୋ କହିଛନ୍ତି, ପଞ୍ଜାବର ବିକାଶ ଲାଗି କଂଗ୍ରେସ ହାତରେ ୫ ବର୍ଷ ଥିଲା। କିନ୍ତୁ ସେମାନେ ଲୋକଙ୍କୁ ଧୋକା ଦେଲେ। ଡ୍ରାମା ଓ ବାହାନ ଛଡ଼ା କିଛି କଲେ ନାହିଁ। ଅମ୍ରିତସର ସ୍ବର୍ଣ୍ଣ ମନ୍ଦିରରେ ଘଟିଥିବା ଘଟଣା ଉପରେ ସେ କହିଛନ୍ତି, ଏହି ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ହୋଇପାରେ। କିଛି ଭୁଲ ଶକ୍ତି ପଞ୍ଜାବର ଶାନ୍ତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଯଦି ପୂର୍ବ ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଇଥାନ୍ତା ତେବେ କେହି ଏଭଳି ଅପରାଧ ଭିୟାଇବାକୁ ସାହସ କରି ନ ଥାନ୍ତେ। ମୁଁ ଆଶା କରୁଛି ପୋଲିସ ଘଟଣାରେ ସମ୍ପୃକ୍ତ ବ୍ୟକ୍ତଙ୍କୁ ଯଥା ଶୀଘ୍ର ଧରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri