Posted inଫୁରସତ

ପକ୍ଷୀର ଘର ବଞ୍ଚାଇବା ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୁରା ଗାଁ

ମଣିଷ ନିଜର ସୁବିଧା ପାଇଁ ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ କରିବାରେ ଲାଗିଛି। ଫଳରେ ପଶୁପକ୍ଷୀମାନେ ପଣଜଙ୍ଗଲ ଛାଡି ଜନବସତି ମଧ୍ୟକୁ ପଶିଆସୁଛନ୍ତି। ଏପରି ଏକ ଘଟଣା କ୍ରମରେ ତାମିଲନାଡୁର ଶିବଗାଙ୍ଗ ନିକଟରେ ଥିବା ଏକ ଗ୍ରାମରେ ପକ୍ଷୀ ପାଇଁ ଲୋକମାନଙ୍କ ବଳିଦାନ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଗ୍ରାମରେ ଥିବା ଷ୍ଟ୍ରିଟ୍‌ ଲାଇଟ୍‌ ସୁଇଜ୍‌ ବୋର୍ଡରେ ଏକ ପକ୍ଷୀ ବସା କରି ଅଣ୍ଡା ଦେଇଥିଲା। ଏହା ଜାଣିବା ପରେ ଗ୍ରାମବାସୀ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ବନ୍ଦ କରିଦେଇଥିଲେ। ଦୀର୍ଘ ୩୫ ଦିନ ପର୍ଯ୍ୟନ୍ତ ସେମାନେ ଆଉ ଲାଇଟ୍‌ ଲଗାଇ ନ ଥିବା ଜଣାପଡ଼ିଛି।
ଲକ୍‌ଡାଉନ୍‌ ଆରମ୍ଭରୁ ଷ୍ଟ୍ରିଟ୍‌ ଲାଇଟ୍‌ ସୁଇଜ୍‌ ବୋର୍ଟରେ ଚଢ଼େଇ ବସା ହୋଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହି ବସାରେ ୩ଟି ନୀଳ ଏବଂ ସବୁଜ ରଙ୍ଗର ଅଣ୍ଡା ଥିଲା। ଜଣେ ବ୍ୟକ୍ତି ଏହାର ଫଟୋ ଉଠାଇ ଗାଁ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଛାଡିଥିଲେ। ଏହାପରେ ଗ୍ରାମରେ ଏକ ମିଟିଂ ବସିଥିଲା। ଅଣ୍ଡାରୁ ଛୁଆ ହୋଇ ସେ ଟିକେ ବଡ଼ ହେବା ପର୍ଯ୍ୟନ୍ତ କେହି ସୁଇଜ୍‌ ଲଗାଇବେ ନାହିଁ ବୋଲି ନିଷ୍ପତ୍ତି ନିଆଗଲା। କିଛି ଲୋକ ଏହାର ବିରୋଧ ମଧ୍ୟ କରିଥିଲେ । ମାତ୍ର ଗ୍ରାମବାସୀ ବୁଝାଇବା ପରେ ସେମାନେ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ଫଳରେ ୩୫ ଦିନ ପର୍ଯ୍ୟନ୍ତ ଗାଁ ଅନ୍ଧାରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?