Posted inଫୁରସତ

ମହାକାଶରୁ ପୃଥିବୀକୁ ଆସୁଛି ଏହି ୩ ବିନାଶକାରୀ ଉଲ୍‌କାପିଣ୍ଡ

ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଏକ ବିପର୍ଯ୍ୟୟ ଘଟିଥିଲା, ଯାହା ଡାଇନୋସର ସମେତ ପୃଥିବୀର ପ୍ରାୟ ୮୦ ପ୍ରତିଶତ ଜୀବଜନ୍ତୁଙ୍କୁ ବିନାଶ କରିଥିଲା। ପ୍ରାୟ ୧୨ କିଲୋମିଟର ବ୍ୟାପିଥିବା ଏକ ବିଶାଳକାୟ ଉଲ୍‌କାପିଣ୍ଡ ପୃଥିବୀପୃଷ୍ଠରେ ପଡ଼ିଥିଲା। ଏହି କାରଣରୁ ପୃଥିବୀରେ ପ୍ରାୟ ୧୦୦ କିଲୋମିଟର ଚଉଡ଼ା ଏବଂ ୩୦କିଲୋମିଟର ଗଭୀରର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ଗୋଟିଏ ନୁହେଁ ବରଂ ଏହିପରି ତିନୋଟି ବିପର୍ଯ୍ୟୟ ପୁଣି ଥରେ ପୃଥିବୀ ନିକଟକୁ ଆସୁଥିବାର ବେଜ୍ଞାନିକମାନେ କହିଛନ୍ତି। ନାସା ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହା ଉପରେ ନଜର ବି ରଖିଛନ୍ତି। ଯଦି ଏହା ପୃଥିବୀକୁ ଆଘାତ କରେ, ତେବେ ଏହା ଏକ ବଡ଼ ବିପଦ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଉଲ୍‌କାପିଣ୍ଡ ମଧ୍ୟରୁ ଗୋଟିଏ ଜୁଲାଇ ୨୪ରେ ପୃଥିବୀ ନିକଟବର୍ତ୍ତୀ ହେବାକୁ ଯାଉଛି। ବୈଜ୍ଞାନିକମାନେ ଏହାର ନାମ ‘ଆଷ୍ଟ୍ରଏଡ୍‌ ୨୦୨୦ ଏନ୍‌ଡି’ ରଖିଛନ୍ତି।

ବୈଜ୍ଞାନିକଙ୍କ ମତରେ ଏହାର ଲମ୍ବ ୧୭୦ ମିଟର ଏବଂ ଏହାର ବେଗ ପ୍ରତି ସେକେଣ୍ଡରେ ୧୩.୫ କିଲୋମିଟର ଯଥା ଘଣ୍ଟା ପ୍ରତି ୪୮,୦୦୦ କିଲୋମିଟର। ଏହା ପୃଥିବୀଠାରୁ ପ୍ରାୟ ୫୦.୮୬ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବ। କୁହାଯାଉଛି ଯଦି ଏହି ଉଲ୍‌କାପିଣ୍ଡ ପୃଥିବୀ ସହିତ ଧକ୍କା ହୁଏ ତେବେ ଏହା ପୃଥିବୀକୁ ଅଧା ନଷ୍ଟ କରିପାରେ। ପାଣିପାଗ ବିଜ୍ଞାନରେ ଏହାକୁ ସମ୍ଭାବ୍ୟ ବିପଜ୍ଜନକ କୁହାଯାଏ।

ପୃଥିବୀ ନିକଟବର୍ତ୍ତୀ ତୃତୀୟ ଉଲ୍‌କାପିଣ୍ଡ ୨୦୨୦ ଏମ୍‌ଇ-୩ ଭାବରେ ଜଣାଶୁଣା। ଏହା ପୃଥିବୀଠାରୁ ପ୍ରାୟ ୫୬ ଲକ୍ଷ କିଲୋମିଟର ଅତିକ୍ରମ କରିବ। ଏହାର ଗତି ଘଣ୍ଟା ପ୍ରତ ୧୬ ହଜାର କିଲୋମିଟର। ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା କମ୍‌ ଥିଲେ ମଧ୍ୟ ପୃଥିବୀ ନଷ୍ଟ କରିବା ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri