Posted inଫୁରସତ

ମହାକାଶରୁ ପୃଥିବୀକୁ ଆସୁଛି ଏହି ୩ ବିନାଶକାରୀ ଉଲ୍‌କାପିଣ୍ଡ

ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଏକ ବିପର୍ଯ୍ୟୟ ଘଟିଥିଲା, ଯାହା ଡାଇନୋସର ସମେତ ପୃଥିବୀର ପ୍ରାୟ ୮୦ ପ୍ରତିଶତ ଜୀବଜନ୍ତୁଙ୍କୁ ବିନାଶ କରିଥିଲା। ପ୍ରାୟ ୧୨ କିଲୋମିଟର ବ୍ୟାପିଥିବା ଏକ ବିଶାଳକାୟ ଉଲ୍‌କାପିଣ୍ଡ ପୃଥିବୀପୃଷ୍ଠରେ ପଡ଼ିଥିଲା। ଏହି କାରଣରୁ ପୃଥିବୀରେ ପ୍ରାୟ ୧୦୦ କିଲୋମିଟର ଚଉଡ଼ା ଏବଂ ୩୦କିଲୋମିଟର ଗଭୀରର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ଗୋଟିଏ ନୁହେଁ ବରଂ ଏହିପରି ତିନୋଟି ବିପର୍ଯ୍ୟୟ ପୁଣି ଥରେ ପୃଥିବୀ ନିକଟକୁ ଆସୁଥିବାର ବେଜ୍ଞାନିକମାନେ କହିଛନ୍ତି। ନାସା ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହା ଉପରେ ନଜର ବି ରଖିଛନ୍ତି। ଯଦି ଏହା ପୃଥିବୀକୁ ଆଘାତ କରେ, ତେବେ ଏହା ଏକ ବଡ଼ ବିପଦ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଉଲ୍‌କାପିଣ୍ଡ ମଧ୍ୟରୁ ଗୋଟିଏ ଜୁଲାଇ ୨୪ରେ ପୃଥିବୀ ନିକଟବର୍ତ୍ତୀ ହେବାକୁ ଯାଉଛି। ବୈଜ୍ଞାନିକମାନେ ଏହାର ନାମ ‘ଆଷ୍ଟ୍ରଏଡ୍‌ ୨୦୨୦ ଏନ୍‌ଡି’ ରଖିଛନ୍ତି।

ବୈଜ୍ଞାନିକଙ୍କ ମତରେ ଏହାର ଲମ୍ବ ୧୭୦ ମିଟର ଏବଂ ଏହାର ବେଗ ପ୍ରତି ସେକେଣ୍ଡରେ ୧୩.୫ କିଲୋମିଟର ଯଥା ଘଣ୍ଟା ପ୍ରତି ୪୮,୦୦୦ କିଲୋମିଟର। ଏହା ପୃଥିବୀଠାରୁ ପ୍ରାୟ ୫୦.୮୬ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବ। କୁହାଯାଉଛି ଯଦି ଏହି ଉଲ୍‌କାପିଣ୍ଡ ପୃଥିବୀ ସହିତ ଧକ୍କା ହୁଏ ତେବେ ଏହା ପୃଥିବୀକୁ ଅଧା ନଷ୍ଟ କରିପାରେ। ପାଣିପାଗ ବିଜ୍ଞାନରେ ଏହାକୁ ସମ୍ଭାବ୍ୟ ବିପଜ୍ଜନକ କୁହାଯାଏ।

ପୃଥିବୀ ନିକଟବର୍ତ୍ତୀ ତୃତୀୟ ଉଲ୍‌କାପିଣ୍ଡ ୨୦୨୦ ଏମ୍‌ଇ-୩ ଭାବରେ ଜଣାଶୁଣା। ଏହା ପୃଥିବୀଠାରୁ ପ୍ରାୟ ୫୬ ଲକ୍ଷ କିଲୋମିଟର ଅତିକ୍ରମ କରିବ। ଏହାର ଗତି ଘଣ୍ଟା ପ୍ରତ ୧୬ ହଜାର କିଲୋମିଟର। ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା କମ୍‌ ଥିଲେ ମଧ୍ୟ ପୃଥିବୀ ନଷ୍ଟ କରିବା ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri