Posted inଖେଳ

ସିପିଏଲ୍‌ ଖେଳିବାରେ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୭।୭- ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌ ଭାବେ କାରବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବାର ସୁଯୋଗ ପାଇଛନ୍ତି। ସିପିଏଲ୍‌ ପକ୍ଷରୁ ଏହାର ୬ଟି ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ୪୮ ବର୍ଷୀୟ ଏହି ଭାରତୀୟ ସ୍ପିନର ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଦଳରେ ସ୍ଥାନ ପାଇଛନ୍ତି। ନାଇଟ ରାଇଡର୍ସ ସହ ସେ ଚୁକ୍ତି କରିଥିବା ଜଣାପଡ଼ିଛି। ଫଳରେ ପ୍ରଥମ ଭାରତୀୟ ଭାବେ ତାମ୍ବେ ସିପିଏଲ୍‌ରେ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ବଲିଉଡ୍‌ର ସୁପର୍‌ ଷ୍ଟାର୍‌ ଶାହରୁଖ ଖାନ ଏହି ଫ୍ରାଞ୍ଚାଇଜର ସହ-ମାଲିକ ରହିଛନ୍ତି। ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ସିପିଏଲ୍‌ ଖେଳାଯିବ। ମୁମ୍ବାଇ କ୍ରିକେଟର୍‌ ତାମ୍ବେ ୨୦୧୩ରେ ଓଡ଼ିଶା ବିପକ୍ଷ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ରେ ପଦାର୍ପଣ କରି ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୪୧ ବର୍ଷ ହୋଇଥିଲା। ସେ ମାତ୍ର ୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨ଟି ଉଇକେଟ୍‌ ନେଇଛନ୍ତି। ତେବେ ଆଇପିଏଲ୍‌ରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଛି। ୨୦୧୩ରେ ରାଜସ୍ଥାନ ପକ୍ଷରୁ ତାମ୍ବେ ଆଇପିଏଲ୍‌ ପଦାର୍ପଣ କରିଥିଲେ। ଆଇପିଏଲ୍‌ରେ ସେ ୩୩ ମ୍ୟାଚ୍‌ ଖେଳି ୨୮ ଉଇକେଟ୍‌ ନେଇଛନ୍ତି। ସିପିଏଲ୍‌ ଖେଳିବା ଫଳରେ ତାମ୍ବେ ଆଇପିଏଲ୍‌ର ଆଗାମୀ ସିଜନରେ ଅଂଶଗ୍ରହଣ କରିବା ଏକପ୍ରକାର ଅନିଶ୍ଚିତତା ଦେଖାଦେଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୌଣସି ଭାରତୀୟ କ୍ରିକେଟର୍‌ଙ୍କୁ ବିଦେଶୀ ଟି୨୦ ଲିଗ୍‌ ଖେଳିବାକୁ ଅନୁମତି ପ୍ରଦାନ କରିନାହିଁ। ତେଣୁ ତାମ୍ବେଙ୍କ ଆଇପିଏଲ୍‌ କ୍ୟାରିୟର ଶେଷ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୨ଟି ବଲ୍‌ ଖେଳି ଇତିହାସ ରଚିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଆବୁଧାବି,୪।୧: ଆବୁଧାବି ଟି-୨୦ ଲିଗ୍‌ରେ କ୍ରିସ୍‌ ଗେଲ୍‌ ମରାଠା ଆରବିଆନ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ଆବୁଧାବିର ଓପନର୍‌ ଗେଲ୍‌ ମାତ୍ର ୨୨ଟି ବଲ୍‌ରୁ ୮୪ ରନ୍‌ର...

କ୍ରିକେଟ୍‌ ପଡିଆରେ ବିଶ୍ୱରେକର୍ଡ କରିଥିଲେ ମେକାନିକଙ୍କ ପୁଅ

ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲି ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କାମ୍ବଲି ୧୮ ଜାନୁଆରୀ ୧୯୭୨ ରେ ମୁମ୍ବାଇର କଞ୍ଜୁରମର୍ଗର ଇନ୍ଦିରା...

ପାକିସ୍ତାନ ପୂର୍ବତନ କ୍ରିକେଟର ତୌଫିକ୍‌ କରୋନା ପଜିଟିଭ୍‌

ଲଣ୍ଡନ,୨୪।୫: ପାକିସ୍ତାନ ପୂର୍ବତନ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ ତୌଫିକ୍‌ ଉମର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର ପରୀକ୍ଷା ହୋଇଥିଲା ଓ ଶନିବାର ସେ...

ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା ପାଇଁ ୧୬ ମନୋନୀତ

ଭୁବନେଶ୍ୱର, ୧୩।୮ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପୂର୍ବ ମଧ୍ୟ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କ୍ୟାରମ୍‌ ଏବଂ ଚେସ୍‌ (ମହିଳା ଓ ପୁରୁଷ)...

ସନ୍‌ରାଇଜର୍ସର ହ୍ୟାଟ୍ରିକ ବିଜୟ

ମୁମ୍ବାଇ, ୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। କୋଲକାତା...

ଅନ୍ତିମ ଟି୨୦: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମାଉଁଗାନୁଇ, ୨।୨(ପି.ଟି.)- ଟି୨୦ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭ୍ରମଣକାରୀ ଭାରତ ଏବେ ୫-୦ରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି।...

୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବେ ଇଂଲଣ୍ଡ ଖେଳାଳି

କରାଚୀ,୧୬ା୯: ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଦଳ। ଜୋସ ବଟଲରଙ୍କ ନେତୃତ୍ୱାଧୀନ ଦଳ କରାଚୀ ବିମାନ...

ପ୍ରଜ୍ୱଳନ ସମାରୋହ ସହ ଟୋକିଓରେ ମଶାଲ ରାଲି ଆରମ୍ଭ

ଟୋକିଓ,୧୦।୭(ଏପି): ଅଲିମ୍ପିକ୍‌ ମଶାଲ ରାଲି ଟୋକିଓରେ ପହଞ୍ଚିଛି। ଆୟୋଜକମାନେ ଶୁକ୍ରବାର ଏଥିପାଇଁ ଏକ ଜ୍ୟୋତି ଅନାବରଣ ତଥା ପ୍ରଜ୍ୱଳନ ଉତ୍ସବ ପାଳନ କରିଛନ୍ତି। ଏଥିସହ ଟୋକିଓରେ...

Advertisement
Archives

Model This Week