Posted inଖେଳ

ସିପିଏଲ୍‌ ଖେଳିବାରେ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୭।୭- ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌ ଭାବେ କାରବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବାର ସୁଯୋଗ ପାଇଛନ୍ତି। ସିପିଏଲ୍‌ ପକ୍ଷରୁ ଏହାର ୬ଟି ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ୪୮ ବର୍ଷୀୟ ଏହି ଭାରତୀୟ ସ୍ପିନର ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଦଳରେ ସ୍ଥାନ ପାଇଛନ୍ତି। ନାଇଟ ରାଇଡର୍ସ ସହ ସେ ଚୁକ୍ତି କରିଥିବା ଜଣାପଡ଼ିଛି। ଫଳରେ ପ୍ରଥମ ଭାରତୀୟ ଭାବେ ତାମ୍ବେ ସିପିଏଲ୍‌ରେ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ବଲିଉଡ୍‌ର ସୁପର୍‌ ଷ୍ଟାର୍‌ ଶାହରୁଖ ଖାନ ଏହି ଫ୍ରାଞ୍ଚାଇଜର ସହ-ମାଲିକ ରହିଛନ୍ତି। ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ସିପିଏଲ୍‌ ଖେଳାଯିବ। ମୁମ୍ବାଇ କ୍ରିକେଟର୍‌ ତାମ୍ବେ ୨୦୧୩ରେ ଓଡ଼ିଶା ବିପକ୍ଷ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ରେ ପଦାର୍ପଣ କରି ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୪୧ ବର୍ଷ ହୋଇଥିଲା। ସେ ମାତ୍ର ୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨ଟି ଉଇକେଟ୍‌ ନେଇଛନ୍ତି। ତେବେ ଆଇପିଏଲ୍‌ରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଛି। ୨୦୧୩ରେ ରାଜସ୍ଥାନ ପକ୍ଷରୁ ତାମ୍ବେ ଆଇପିଏଲ୍‌ ପଦାର୍ପଣ କରିଥିଲେ। ଆଇପିଏଲ୍‌ରେ ସେ ୩୩ ମ୍ୟାଚ୍‌ ଖେଳି ୨୮ ଉଇକେଟ୍‌ ନେଇଛନ୍ତି। ସିପିଏଲ୍‌ ଖେଳିବା ଫଳରେ ତାମ୍ବେ ଆଇପିଏଲ୍‌ର ଆଗାମୀ ସିଜନରେ ଅଂଶଗ୍ରହଣ କରିବା ଏକପ୍ରକାର ଅନିଶ୍ଚିତତା ଦେଖାଦେଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୌଣସି ଭାରତୀୟ କ୍ରିକେଟର୍‌ଙ୍କୁ ବିଦେଶୀ ଟି୨୦ ଲିଗ୍‌ ଖେଳିବାକୁ ଅନୁମତି ପ୍ରଦାନ କରିନାହିଁ। ତେଣୁ ତାମ୍ବେଙ୍କ ଆଇପିଏଲ୍‌ କ୍ୟାରିୟର ଶେଷ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri