‘ସଫଳତାରେ ଶ୍ରେୟ ନେଉଛ, ବିଫଳତାର ବି ନିଅ’

ଭୁବନେଶ୍ୱର, ୨୪।୬(ବ୍ୟୁରୋ): କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ିବା ବଦଳରେ ଫଟୋକୁ ନେଇ ବିଜେଡି-ଭାଜପା ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ସରକାର ସଫଳତାର ଶ୍ରେୟ ନେବାକୁ ଯେମିତି ଆଗଭର ହେଉଛନ୍ତି, ବିଫଳତା ମୁଣ୍ଡାଇବାକୁ ବି ପ୍ରସ୍ତୁତ ରହିବା ଉଚିତ ବୋଲି କ୍ଷୋଭବ୍ୟକ୍ତ କରି କହିଛନ୍ତି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ। ଟିକାକରଣକୁ ନେଇ ଶାସକ ବିଜେଡି ଏବଂ ଭାଜପା ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ଆରମ୍ଭ ହୋଇଥିବାବେଳେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ବୁଧବାର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଏକ ବିକ୍ଷୋଭ ସମାବେଶରେ ଭୁବନେଶ୍ୱର ଜନପଥସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରୁ ବାହାରି ସତ୍ୟନଗର ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ଶ୍ମଶାନ ପାଚେରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇଥିଲେ। ଆଗାମୀ ଦିନରେ ସେଠାରେ ଉଭୟ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିବା ନଓ୍ବାଜ ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ନଓ୍ବାଜ କହିଛନ୍ତି, କରୋନା ମହାମାରୀ ସମୟରେ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଇବା ଏବଂ ଟିକା ସାର୍ଟିଫିକେଟରେ ଫଟୋ ରଖିବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଉଭୟ ଦଳର କର୍ମୀମାନେ ବ୍ୟାନର ଚିରାରେ ମାତିଛନ୍ତି। ମହାମାରୀ ନିୟନ୍ତ୍ରଣ, ବ୍ୟାପକ ଟିକାକରଣ, ସ୍ବାସ୍ଥ୍ୟକେନ୍ଦ୍ରରେ ଭେଣ୍ଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ଯୋଗାଣ, ବେଡ୍‌ ବ୍ୟବସ୍ଥା, ଏକ୍‌ମୋ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ନ ଦେଇ ଏଭଳି ରାଜନୀତି କରିବା ଓଡ଼ିଶାବାସୀଙ୍କୁ ଦୁଃଖିତ କରିଛି। ଦେଶ ଓ ରାଜ୍ୟରେ କରୋନାର ଏଭଳି ଭୟାବହତା ଲାଗି ଉଭୟ ସରକାର ଦାୟୀ। ସମସ୍ତେ ଜାଣିଛନ୍ତି ସାଧାରଣ ଜନତାଙ୍କ ଟିକସ ଅର୍ଥରେ କରୋନା ଟିକାକରଣ ଚାଲିଛି। ହେଲେ ଫଟୋ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟଗ୍ର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଟିକାକରଣ କେନ୍ଦ୍ରରେ ସେମାନଙ୍କ ଫଟୋ ରହିବ, ତେବେ କରୋନା ନିୟନ୍ତ୍ରଣରେ ବିଫଳତା ଏବଂ ମୃତ୍ୟୁ ପାଇଁ ଏମାନେ ମଧ୍ୟ ଦାୟୀ ରହିବା ଉଚିତ। ତେଣୁ ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ମଶାନରେ ଏମାନଙ୍କର ଫଟୋ କାହିଁକି ନ ରହିବ ବୋଲି ନଓ୍ବାଜ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?