‘ସଫଳତାରେ ଶ୍ରେୟ ନେଉଛ, ବିଫଳତାର ବି ନିଅ’

ଭୁବନେଶ୍ୱର, ୨୪।୬(ବ୍ୟୁରୋ): କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ିବା ବଦଳରେ ଫଟୋକୁ ନେଇ ବିଜେଡି-ଭାଜପା ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ସରକାର ସଫଳତାର ଶ୍ରେୟ ନେବାକୁ ଯେମିତି ଆଗଭର ହେଉଛନ୍ତି, ବିଫଳତା ମୁଣ୍ଡାଇବାକୁ ବି ପ୍ରସ୍ତୁତ ରହିବା ଉଚିତ ବୋଲି କ୍ଷୋଭବ୍ୟକ୍ତ କରି କହିଛନ୍ତି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ। ଟିକାକରଣକୁ ନେଇ ଶାସକ ବିଜେଡି ଏବଂ ଭାଜପା ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ଆରମ୍ଭ ହୋଇଥିବାବେଳେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ବୁଧବାର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଏକ ବିକ୍ଷୋଭ ସମାବେଶରେ ଭୁବନେଶ୍ୱର ଜନପଥସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରୁ ବାହାରି ସତ୍ୟନଗର ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ଶ୍ମଶାନ ପାଚେରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇଥିଲେ। ଆଗାମୀ ଦିନରେ ସେଠାରେ ଉଭୟ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିବା ନଓ୍ବାଜ ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ନଓ୍ବାଜ କହିଛନ୍ତି, କରୋନା ମହାମାରୀ ସମୟରେ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଇବା ଏବଂ ଟିକା ସାର୍ଟିଫିକେଟରେ ଫଟୋ ରଖିବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଉଭୟ ଦଳର କର୍ମୀମାନେ ବ୍ୟାନର ଚିରାରେ ମାତିଛନ୍ତି। ମହାମାରୀ ନିୟନ୍ତ୍ରଣ, ବ୍ୟାପକ ଟିକାକରଣ, ସ୍ବାସ୍ଥ୍ୟକେନ୍ଦ୍ରରେ ଭେଣ୍ଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ଯୋଗାଣ, ବେଡ୍‌ ବ୍ୟବସ୍ଥା, ଏକ୍‌ମୋ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ନ ଦେଇ ଏଭଳି ରାଜନୀତି କରିବା ଓଡ଼ିଶାବାସୀଙ୍କୁ ଦୁଃଖିତ କରିଛି। ଦେଶ ଓ ରାଜ୍ୟରେ କରୋନାର ଏଭଳି ଭୟାବହତା ଲାଗି ଉଭୟ ସରକାର ଦାୟୀ। ସମସ୍ତେ ଜାଣିଛନ୍ତି ସାଧାରଣ ଜନତାଙ୍କ ଟିକସ ଅର୍ଥରେ କରୋନା ଟିକାକରଣ ଚାଲିଛି। ହେଲେ ଫଟୋ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟଗ୍ର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଟିକାକରଣ କେନ୍ଦ୍ରରେ ସେମାନଙ୍କ ଫଟୋ ରହିବ, ତେବେ କରୋନା ନିୟନ୍ତ୍ରଣରେ ବିଫଳତା ଏବଂ ମୃତ୍ୟୁ ପାଇଁ ଏମାନେ ମଧ୍ୟ ଦାୟୀ ରହିବା ଉଚିତ। ତେଣୁ ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ମଶାନରେ ଏମାନଙ୍କର ଫଟୋ କାହିଁକି ନ ରହିବ ବୋଲି ନଓ୍ବାଜ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri