‘ଅଣ୍ଡା, ଚାଉଳ ଫେରାଇ ନିଅ, ସ୍କୁଲ ଚାଲୁ କର’

ଭୋଗରାଇ, ୯।୧୧(ଡି.ଏନ.ଏ.)-ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମୁଖରେ ସୋମବାର ବାରବାଟିଆ ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଓ ଘଣ୍ଟିଲୋଡ଼ି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବହୁ ଛାତ୍ରୀଛାତ୍ର ଥାନାଛକଠାରୁ ଶୋଭାଯାତ୍ରାରେ ବାହାରି ସରକାର ତୁମେ ଅଣ୍ଡା, ଚାଉଳ ଫେରାଇ ନେଇ ଆମ ସ୍କୁଲ ଚାଲୁ କର ସ୍ଲୋଗାନ ଦେଇ ବ୍ଲକ ସମ୍ମୁଖରେ ପହଞ୍ଚତ୍ଥିଲେ। ଡିଏସ୍‌ଓ ଛାତ୍ରନେତା ହରେକୃଷ୍ଣ ଦାସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିକ୍ଷାମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ।
ରାଜ୍ୟ ସରକାର ଭୋଗରାଇର ୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦେଇଥିବାରୁ ଭୋଗରାଇରେ ଡିଏସ୍‌ଓ ଛାତ୍ର ସଙ୍ଗଠନ, ଅଭିଭାବକ ଓ ଶିକ୍ଷାପ୍ରେମୀମାନେ ଅବିଳମ୍ବେ ବିଦ୍ୟାଳୟଗୁଡ଼ିକୁ ଚାଲୁ ରଖି ଶିକ୍ଷାଦାନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯୁବ ଚିତ୍ରଶିଳ୍ପୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ/ରେମୁଣା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର-ରେମୁଣା ରାସ୍ତାର ଗୋଲେଇ ଛକସ୍ଥିତ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ଅପରାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର...

ଝିଅକୁ ହରାଇଥିବା ହୋମଗାର୍ଡଙ୍କୁ ସହାୟତା

ପିପିଲି,୩୦।୪(ଡି.ଏନ.ଏ.): ଝିଅକୁ ହରାଇବା ସତ୍ତ୍ୱେ କର୍ତ୍ତବ୍ୟକୁ ଅବହେଳା ନ କରି କାର୍ଯ୍ୟରେ ରହିଥିବା ପିପିଲି ଥାନା ଅଞ୍ଚଳରେ କାର୍ଯ୍ୟରତ ହୋମଗାର୍ଡ ଗୌରୀ ବେହେରାଙ୍କୁ ସହାୟତାର ସୁଅ...

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଆସିକା,୨୨ା୧୦(ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ଇଲାକାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ସୋମବାର ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ...

ଦକ୍ଷତା ରିପୋର୍ଟ ପ୍ରଦାନ ଅବଧି ସେପ୍ଟେମ୍ବର ୧୫କୁ ବୃଦ୍ଧି

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗ୍ରୁପ ‘ଏ’ ଏବଂ ‘ବି’ ଅଫିସରମାନେ ୨୦୧୯-୨୦ ଆର୍ଥିକ ବର୍ଷରେ କରିଥିବା ନିଜ କାର୍ଯ୍ୟ ଦକ୍ଷତା ସମ୍ପର୍କିତ ମୂଲ୍ୟାଙ୍କନ ରିପୋର୍ଟ ଜୁନ୍‌...

ଅସୁରକ୍ଷିତ ଶାରୀଶୂଆ ଜଳପ୍ରପାତ: କଟକଣା ନାହିଁ, ବଳି ପଡୁଛି ଜୀବନ

ଖଇରା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରେ ଥିବା ଜଳପ୍ରପାତ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି। ଦୈନିକ ଆସୁଥିବା ଶହ ଶହ ସଂଖ୍ୟାର...

ବାପାଙ୍କୁ ହତ୍ୟା କରି ଲୁଚିଥିଲେ ଜଙ୍ଗଲରେ

ପାଟଣା,୧୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମିରିଗିଖୋଜି ଗ୍ରାମରେ ବାପାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ହତ୍ୟାକାରୀ ପୁଅଙ୍କୁ ଗିରଫ...

ବନ୍ଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ସତର୍କ ରହିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୭ା୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ନୀତିର ପ୍ରତିବାଦ କରିବା ସହ ୧୨ ଦଫା ଦାବି ନେଇ ୧୦ ଟ୍ରେଡ୍‌ ୟୁନିୟନ ବୁଧବାର...

ଗାଁର ନାମ ପିଟାପିଟି

କେନ୍ଦୁଝର, ୧୫ା୭(ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝରରୁ ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ଗଲେ ହରିଚନ୍ଦନପୁର ପହଞ୍ଚିବା ପୂର୍ବରୁ ଏକ ଗ୍ରାମ ପଡେ, ଯାହାର ନାମ ପିଟାପିଟି। ରାସ୍ତାରେ ଯାତାୟାତ...

Advertisement
Archives

Model This Week