ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି । ନିଜ ମା’ ମାଟି ଓ ମାଳିର ସୁରକ୍ଷା ପାଇଁ ସମସ୍ତେ ସଜାଗ ହୋଇ ଅଣ୍ଟା ଭିଡୁଥିବା ବେଳେ ଧୀରେ ଧୀରେ ଏହି ସଂଘଟନରେ ଅନେକ ଲୋକ ସାମିଲ ହେବାରେ ଲାଗିଛନ୍ତି । ଏହି କ୍ରମରେ ରବିବାର କର୍ଲାପାଟ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମଠାଗୁଡ଼ା ଠାରେ ‘ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି, କଳାହାଣ୍ଡି’ ଏବଂ ‘ମା’ ମାଟି ମାଳି ସୁରକ୍ଷା ସମିତି, ରାୟଗଡ଼ା-କଳାହାଣ୍ଡି’ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ର‌ାଲି ଓ ପ୍ରତିବାଦ ବୈଠକ ଆୟୋଜିତ ହୋଇଯାଇଛି।
ପୂର୍ବରୁ ମଧ୍ୟ ଏହାକୁ ନେଇ ବୈଠକ ହୋଇଥିବା ବେଳେ ବେଦାନ୍ତ, ବାଲ୍‌କୋ ଓ ମୈତ୍ରୀ କମ୍ପାନୀ ବିରୁଦ୍ଧରେ ଆୟୋଜିତ ଏହି ଦ୍ୱିତୀୟ ସମାବେଶରେ ଖଣ୍ଡୁଆଳମାଳି ପାଇଁ ଦିଆଯାଇଥିବା ଖଣି ଲିଜ୍ ତୁରନ୍ତ ବାତିଲ କରିବାକୁ ଦୃଢ଼ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବୈଠକରେ ଉପସ୍ଥିତ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ଏହି ବୈଠକରେ କର୍ଲାପାଟ୍ ସରପଞ୍ଚ ବିଶ୍ୱନାଥ ମାଝୀ, ପୂର୍ବତନ ସରପଞ୍ଚ ରାମ ମାଝୀ, ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତିର ସଭାପତି କାର୍ତ୍ତିକ ମାଝୀ, ନାକୁରୁଣ୍ଡିର ପୂର୍ବତନ ସମିତି ସଭ୍ୟ ସାନୁ ମାଝୀ, ତଲାମ୍ପଦର ‘ମା’ ମାଟି ସୁରକ୍ଷା ମଞ୍ଚ’ର ସଭାପତି ଲାଇ ମାଝୀ, ଲକ୍ଷ୍ମଣ ନାଏକ, ହୃଷିକେଶ ମାଝୀ, ପୋଳିଂପଦରର ରାମକୃଷ୍ଣ ମାଝୀ, ସାମାଜିକ କର୍ମୀ ଧୋବା ସାହୁ, କାଣୀଗୁମା ପୂର୍ବତନ ସମିତି ଉପେନ୍ଦ୍ର ନାଏକଙ୍କ ସମେତ ସତ୍ୟନାରାୟଣ ମାଝୀ, କରୁଣା ମାଝୀ, ବିଜୟ ମାଝୀ, ରଞ୍ଜିତ ମାଝୀ, ରାଜାରାମ ମାଝୀ, ଅଶୋକ ମାଝୀ, ଇନ୍ଦ୍ର ମାଝୀ, ସୁରେନ୍ଦ୍ର ମାଝୀ, ଚନ୍ଦ୍ର ନାଏକ, ଶିବ ନାଏକ, ରାଜୀବ ନାଏକ, ଚିକ୍ନୁ ମାଝୀ, ବେଡାଙ୍ଗ ମାଝୀ, ବିଜୁ ମାଝୀ, ଜୟନ୍ତୀ ମାଝୀ, ଅର୍ଜୁନ ମାଝୀ, ଗୁଣି ମାଝୀ, ସାଯେଙ୍ଗ ମାଝୀ, ପରମା ମାଝୀଙ୍କ ପରି ଅନେକ ନେତୃସ୍ଥାନୀୟ ଯୁବ ସଂଗ୍ରାମୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ କର୍ଲାପାଟ୍, ବଡ଼ଟିକ୍ରାଗୁଡ଼ା, ଭେଜିଗୁଡ଼ା, ଅମଠାଗୁଡ଼ା, କୁଆଙ୍ଗ, ଜିଲ୍ଲାଗାଁ, ପୁରୁଣାଗୁମା, କୁକୁରଭୂର୍ଷି, କରଡାପଦର, ବାରିଗୁଡ଼ା, ପେରମଞ୍ଜି, ପୋଳିଂପଦର, ସାଇସୁରୁଣୀ, ତଲାମ୍ପଦର, ରଣପୁର, ଅମଝୋଲ ଆଦି ପ୍ରାୟ ୨୦ଟି ଗାଁରୁ ୩୦୦ରୁ ଉର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। ଖଣି ଲିଜ୍ ବାତିଲ ଦାବିକୁ ନେଇ ଆୟୋଜିତ ଏହି ସମାବେଶ ପରେ ଖଣ୍ଡୁଆଳମାଳି ବକ୍ସାଇଟ୍ ଖନନ ପ୍ରସଙ୍ଗରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଆଗକୁ କେଉଁ ରୂପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ରେକର୍ଡ କଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?