କଳାହାଣ୍ଡିର ପ୍ରାଚୀନ ପରମ୍ପରା: ଥୁଆମୂଳ ରାମପୁର ପୀଠରେ ବସିଲା “କଣ୍ଟା ଗାଦିଆ”, ଶ୍ରଦ୍ଧାଳୁଙ୍କ ଭିଡ

ଥୁଆମୂଳ ରାମପୁର,୨୮ା୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ପୀଠରେ ଦୀର୍ଘ ବର୍ଷର ପାରମ୍ପରିକ ରୀତିନୀତି ଅନୁଯାୟୀ ଆଶ୍ୱିନ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ସ୍ୱତନ୍ତ୍ର “କଣ୍ଟା ଗାଦିଆ” ବସା ଉତ୍ସବ ଅତ୍ୟନ୍ତ ଆଡ଼ମ୍ବରର ସହ ସମ୍ପନ୍ନ ହୋଇଯାଇଛି । ଏହି ସ୍ୱତନ୍ତ୍ର ପୂଜାରୀତି ଅନୁସାରେ କଞ୍ଚା ହାଣ୍ଡିରେ ବେଲ କଣ୍ଟା ଓ ତଳେ ଧାନ ପୁଞ୍ଜି ଦେଇ ଗାଦିଆ ବସାଯାଇଥିଲା। ଏଥିରେ ମାଣିକେଶ୍ୱରୀ ପୂଜକ ଶରତ ଚନ୍ଦ୍ର ପୂଝାରୀ ଓ ଭୈରବ କାଳିସୀ କଶ୍ୟପ ମୁଣ୍ଡଛିନ୍ନା କାର୍ଯ୍ୟନିର୍ବାହ କରିଥିବା ବେଳେ, ମୁଖ୍ୟ ପୂଜକ ତାପସ ରଞ୍ଜନ ରାଇଗୁରୁ ପୂଜାର୍ଚ୍ଚନା ପରିଚାଳନା କରିଥିଲେ।

ଏହି ଆଧ୍ୟାତ୍ମିକ ପରମ୍ପରାରେ ଏକ ବଡ଼ ସେବାଗତ ନିୟମ ରହିଛି । ପୂର୍ବରୁ ସୋମନାଥ ମୁଣ୍ଡଛିନ୍ନା ୪୫ ବର୍ଷ ଓ ତାଙ୍କ ପୁତ୍ର ଉମାକାନ୍ତ ମୁଣ୍ଡଛିନ୍ନା ୩୦ ବର୍ଷ ଧରି ନିଷ୍ଠାର ସହ କାଳିସୀ ସେବା କରିଥିବା ବେଳେ, ଯୁବକ ଲାଲ ପରିଚ୍ଛା ୧୫ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି । ଚଳିତ ବର୍ଷଠାରୁ ୧୮ ବର୍ଷୀୟ କଶ୍ୟପ ମୁଣ୍ଡଛିନ୍ନା ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି । ନବମୀ ରାତିରେ ୯ଟି ମାଟି ଚାଙ୍ଗିଡିରେ ଧାନ, ଗହମ, ମୁଗ, ବିରି ଭଳି ବିଭିନ୍ନ ଶସ୍ୟ ଓ ଗଜା ଡାଳ ରୋପଣ କରାଯାଇ ବାଲି ଯାତ୍ରା ନୀତି ପାଳନ କରାଯାଏ ଏବଂ ନବମୀ ଦିନ ଅଗ୍ନିକୁଣ୍ଡ ନିକଟରେ ପାରମ୍ପରିକ ଅଗ୍ନି ପରୀକ୍ଷା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଏହି ପ୍ରାଚୀନ ପରମ୍ପରାର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ହେଉଛି ଯେ କଳାହାଣ୍ଡି (କାରୁଣ୍ଡ ରାଜ୍ୟ)ର ରାଜାମାନଙ୍କ ସମୟରୁ ପ୍ରତ୍ୟେକ ଦେବୀ, ଯଥା ମା’ ମାଣିକେଶ୍ୱରୀ, ଲଙ୍କେଶ୍ୱରୀ ଓ ଭଣ୍ଡାରଘରଣୀଙ୍କ ସହ ଜଣେ ଜଣେ ଭୈରବଙ୍କୁ ପୂଜା କରିବାର ବିଧି ରହିଛି। ତତ୍କାଳୀନ ଥୁଆମୂଳ ରାମପୁର ଗଡ଼ର ରାଜା ରାମଚନ୍ଦ୍ର ଦେବ ଲାଞ୍ଜିଗଡ଼ରୁ ଅଗ୍ନି ଭୈରବଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ । ସେହିପରି ବିଶ୍ୱନାଥପୁରରେ ବେତାଳ ଭୈରବ ଏବଂ ଲାଞ୍ଜିଗଡ଼ରେ କଣା, ବାଲି ଓ ଅଗ୍ନି ଭୈରବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି କୃଷ୍ଣପକ୍ଷ ଉତ୍ସବଟି କୃଷି ଭିତ୍ତିକ ସଂସ୍କୃତି ସହ ଅନ୍ୟାୟ, କ୍ରୋଧ ଓ ଭୟ ବିରୋଧରେ ସଂଗ୍ରାମର ପ୍ରତୀକ ଅଟେ । ଏହି ସଂଗ୍ରାମ ସମାପ୍ତ ପରେ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରନ୍ତି ଏବଂ ଏହି ପୀଠରେ ମା’ ମାଣିକେଶ୍ୱରୀ ରୂପେ ପୂଜା ପାଆନ୍ତି। ଏହି ପ୍ରସିଦ୍ଧ ଯାତ୍ରା ଓ କଣ୍ଟା ଗାଦିଆ ବସା ଉତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?